News

ଋଣ ସୁଝିବା ପାଇଁ ସମ୍ପତ୍ତି ବିକ୍ରି କରିବେ ଅନୀଲ ଅମ୍ବାନୀ

Recipe

ବିଶିଷ୍ଟ ଶିଳ୍ପପତି ତଥା ରାଫେଲ ଡିଲ୍‌ର ଅଫଶୋର୍ ପାର୍ଟନର ଅନୀଲ ଅମ୍ବାନୀଙ୍କ ଉପରେ ଦିନକୁ ଦିନ ଋଣ ବୋଝ ବଢ଼ିବାରେ ଲାଗିଛି। କିଛିଦିନ ତଳେ ଋଣ ବୋଝରୁ ମୁକୁଳିବାରେ ସାହାର୍ଯ୍ୟ କରିଥିଲେ ବଡ ଭାଇ ମୁକେଶ ଅମ୍ବାନୀ।  ପରିଶୋଧ କରିବା ପାଇଁ ଅନୀଲ ଅମ୍ବାନୀ ଏବେ ତାଙ୍କ ପାଖରେ ଥିବା ୨୧,୭୦୦ କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରିବାକୁ ଯୋଜନା କରୁଛନ୍ତି। ଅନିଲ ଅମ୍ବାନୀ ରିଲାଏନ୍ସ ଭିତ୍ତିଭୂମି ଲିଃ  ପାଖରେ ଥିବା ୯ଟି ରାସ୍ତା ପ୍ରକଳ୍ପ ବିକ୍ରି କରିବେ। ଏହାର ମୂଲ୍ୟ ୯ ହଜାର କୋଟି। ସେହିପରି ରିଲାଏନ୍ସ କ୍ୟାପିଟାଲ ଲିଃ ଗୋଟିଏ ରେଡିଓ ୟୁନିଟ ବିକ୍ରି କରି ୧,୨୦୦ କୋଟି ପାଇବ। ଆର୍ଥିକ ବ୍ୟବସାୟରୁ ବାକି ୧୧,୫୦୦ କୋଟି ଟଙ୍କା ପାଇବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।

ସୂଚନା ଅନୁଯାୟୀ, ରିଲାଏନ୍ସ ନୋଭାଲ ଓ ଇଞ୍ଜିନିୟରିଂ   ଉପରେ ୭ ହଜାର କୋଟି, ରିଲାଏନ୍ସ କ୍ୟାପିଟାଲ ଉପରେ ୩୮ ହଜାର କୋଟି, ରିଲାଏନ୍ସ ପାୱାର ଉପରେ ୩,୦୦୦ କୋଟି ଓ ରିଲାଏନ୍ସ ଭିତ୍ତିଭୂମି ଉପରେ ୧୭,୮୦୦ କୋଟି ଟଙ୍କାର ଋଣ ପରିଶୋଧ କରାଯିବାକୁ ବାକି ରହିଛି।

ପଢନ୍ତୁ: ଜନ୍ମବେଦୀରେ ସରି ଆସୁଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଲୀଳାଖେଳା, କାଲି ବାହୁଡା

Related posts

ହର୍ଷିଲରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro

ନିଜସ୍ଵ ଖାଦ୍ୟ ସୁରକ୍ଷା ଯୋଜନାକୁ କ୍ୟାବିନେଟ ମୋହର:ଅତିରିକ୍ତ ୨୫ ଲକ୍ଷ ଲୋକଙ୍କୁ ଟଙ୍କିକିଆ ଚାଉଳ

ENO Beuro

ମଝି ଚିଲିକାରେ ଅଟକିଲା ଡଙ୍ଗା,ବର୍ତ୍ତିଲେ ୬୦ ଯାତ୍ରୀ

ENO Beuro

Leave a Comment