Loading...

ବିବାହ ବନ୍ଧନରେ ବାନ୍ଧି ହେଲେ ଅନିଲ ଅମ୍ବାନୀଙ୍କ ପୁଅ ଅନମୋଲ ଅମ୍ବାନୀ

ବିବାହ ବନ୍ଧନରେ ବାନ୍ଧି ହେଲେ ଅନିଲ ଅମ୍ବାନୀଙ୍କ ପୁଅ ଅନମୋଲ ଅମ୍ବାନୀ

ଅନିଲ ଅମ୍ବାନୀ ଓ ଟିନା ଅମ୍ବାନୀଙ୍କ ବଡ଼ ପୁଅ ଅନମୋଲ ଅମ୍ବାନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଫେବୃଆରୀ ୨୦ରେ କୃଶା ଶାହଙ୍କୁ ବିବାହ କରିଛନ୍ତି।

ଅନିଲ ଅମ୍ବାନୀ ଓ ଟିନା ଅମ୍ବାନୀଙ୍କ ବଡ଼ ପୁଅ ଅନମୋଲ ଅମ୍ବାନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଫେବୃଆରୀ ୨୦ରେ କୃଶା ଶାହଙ୍କୁ ବିବାହ କରିଛନ୍ତି। ନବ ବିବାହିତ ଅନମୋଲ ଓ କୃଶାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେମାନଙ୍କ ବିବାହର ପ୍ରଥମ ଫଟୋ ବିଜିନେସ୍‌ ଓ୍ଵିମେନ୍‌ ପିଙ୍କି ରେଡ୍ଡୀ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। କହି ରଖୁଛୁ, କୃଶା ଓ ଅନମୋଲଙ୍କ ମଧ୍ୟରେ ସାକ୍ଷାତ ସେମାନଙ୍କ ପରିବାର ମାଧ୍ୟମରେ ହୋଇଥିଲା ଏବଂ ପରେ ଦୁହେଁ ସବୁଦିନ ପାଇଁ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ।

 

ତେବେ ସେମାନଙ୍କର ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି, ‘ଅନମୋଲ ଓ କୃଶାଙ୍କ ମଧ୍ୟରେ ସମ୍ପର୍କ ତତକ୍ଷଣାତ୍ ବା ପ୍ରଥମ ନଜରରେ ପ୍ରେମ ନୁହେଁ। ସେମାନେ ନିଜ ପରିବାର ମାଧ୍ୟମରେ ପରସ୍ପରକୁ ଭେଟିଥିଲେ। ପ୍ରାରମ୍ଭରେ ସେମାନେ ପରସ୍ପରକୁ ଜାଣିବାରେ ଅନେକ ସମୟ ନେଉଥିଲେ। ଅନମୋଲଙ୍କୁ ଏହି କଥା ବହୁତ ଆକର୍ଷିତ କରିଥିଲା ଯେ କୃଶା ତାଙ୍କ ସାମାଜିକ କାର୍ଯ୍ୟରେ ଅଧିକ ସକ୍ରିୟ ଅଛନ୍ତି। ଏହି କାରଣରୁ ଅନମୋଲ କୃଶାଙ୍କୁ ପସନ୍ଦ କରିବାକୁ ଲାଗିଥିଲେ। ଗତ ବର୍ଷ ଡିସେମ୍ବରରେ ଅନମୋଲ ଓ କୃଶାଙ୍କର ନିର୍ବନ୍ଧ ହୋଇଥିଲା। ଏଥିରେ କେବଳ ପରିବାର ଏବଂ ଘନିଷ୍ଠ ସାଙ୍ଗମାନେ ସାମିଲ ହୋଇଥିଲେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.