EnewsOdia.Com

ରିଲାଏନ୍ସ କମ୍ପାନୀରୁ ଇସ୍ତଫା ଦେଲେ ଅନିଲ ଅମ୍ବାନିଙ୍କ ଦୁଇ ପୁଅ

କରଜରେ ବୁଡ଼ି ରହିଥିବା ଅନିଲ ଅମ୍ବାନିଙ୍କ ରିଲାଏନ୍ସ ଗ୍ରୃପ୍‌ର ମାଲିକାନା କମ୍ପାନୀ ରିଲାଏନ୍ସ ଇନଫ୍ରାରୁ ତାଙ୍କ ପୁଅମାନେ ଇସ୍ତଫା ଦେଇ ଦେଇଛନ୍ତି। ଗତ ବର୍ଷ ଅକ୍ଟୋବରରେ ଅନିଲ ଅମ୍ବାନିଙ୍କ ପୁଅ ଜୟ ଅନମୋଲ ଅମ୍ବାନି ଏବଂ ଜୟ ଅଂଶୁଲ ଅମ୍ବାନିଙ୍କୁ କମ୍ପାନୀର ନିର୍ଦେଶକ ମଣ୍ଡଳୀରେ ସାମିଲ କରାଯାଇଥିଲା। ପାଖାପାଖି ୬ମାସ ମଧ୍ୟରେ ଉଭୟେ ନିଜ ପଦରୁ ଇସ୍ତଫା ଦେଇ ଦେଇଛନ୍ତି। କମ୍ପାନୀ ତରଫରୁ ଜାନୁୟାରୀ ୩୧ତାରିଖରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ଲେଖାଯାଇଥିବା ଚିଠିରେ ଏହି ସୂଚନା ଦିଆଯାଇଛି। ଉଭୟଙ୍କ ଇସ୍ତଫାର ଖବର ପରେ କମ୍ପାନୀର ସେୟାରରେ ଅଧିକ ହ୍ରାସ ଦେଖାଯାଇଛି।

ରିଲାଏନ୍ସ ଇନଫ୍ରା ସହ ଯୋଡ଼ିବା ପୂର୍ବରୁ ମଧ୍ୟ ଅନିଲ ଅମ୍ବାନିଙ୍କ ବଡ଼ ପୁଅ ଅଂଶୁଲ ଗ୍ରୃପର ଫାଇନାନ୍ସିଆଲ ସର୍ଭିସ୍ କମ୍ପାନୀ ରିଲାଏନ୍ସ କ୍ୟାପିଟାଲରେ ଏକ୍ସିକ୍ୟୁଟିଭ ଡାୟରେକ୍ଟର ଭାବେ କାମ କରୁଥିଲେ। ୨୦୧୬ମସିହା ଅଗଷ୍ଟରେ ଗ୍ରୃପରେ ଯୋଡ଼ିଥିବା ସାନ ପୁଅ ଅନମୋଲଙ୍କୁ ରିଲାଏନ୍ସ ଇନଫ୍ରାର ଡିଫେନ୍ସ ପ୍ରୋଜେକ୍ଟକୁ ଦେଖିବାର ଦାୟିତ୍ବ ପ୍ରଦାନ କରାଯାଇଥିଲା। ରିଲାଏନ୍ସ ଇନଫ୍ରା ପୂର୍ବରୁ ୬୦୦୦କୋଟି ଟଙ୍କାର କରଜ ସଙ୍କଟରେ ବୁଡ଼ି ରହିଛି। ଏପରି ପରିସ୍ଥିତିରେ ଅନିଲ ଅମ୍ବାନିଙ୍କ ଦୁଇ ପୁଅଙ୍କ ହଠାତ୍ ଇସ୍ତଫାର ଖବର ଯୋଗୁଁ ବିନିଯୋଗକାରୀଙ୍କ ଭରସା ଆହୁରି କମ୍ ହେବାର ଆଶଙ୍କା ରହିଛି। କମ୍ପାନୀ ତରଫରୁ ଇସ୍ତଫାର କାରଣ ଏବଂ ଦୁଇ ଭାଇଙ୍କ ଭବିଷ୍ୟତର ଭୂମିକାକୁ ନେଇ କୌଣସି ସୂଚନା ଦିଆଯାଇନାହିଁ।

ପଢନ୍ତୁ:  ଗୁପ୍‌ଚୁପ୍‌ ପରଷିଲେ ଧୋନି

ସମ୍ବନ୍ଧିତ ଖବର

ପବନର ରାଜକ୍ଷମା ଆବେଦନ ଖାରଜ

Ratnamani Maharana

ଭାରତରେ କାୟା ବିସ୍ତାର କରୁଛି କରୋନା, ପୁଣି ୧୮ଜଣଙ୍କ ରକ୍ତ ନମୁନା ପଜିଟିଭ

Ratnamani Maharana

୯୨ ତମ ଓସ୍କାର ଆୱାର୍ଡ, ପାରାସାଇଟ ଶ୍ରେଷ୍ଠ ଫିଲ୍ମ

Ratnamani Maharana

ସିଏଏ ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

Ratnamani Maharana

ଆମେରିକା ଉପରେ ଏକାସଙ୍ଗେ ୪ ରକେଟ୍ ମାଡ଼ କଲା ଇରାନ

Ratnamani Maharana

କୁଆପଥର ପଡ଼ି କାଚ ଫାଟି ଯିବାରୁ ଜରୁରୀ ଅବତରଣ କଲା ଏୟାର୍‌ ଏସିଆ ବିମାନ

Ratnamani Maharana