• Home
  • Entertainment
  • ୮ ମେ’ରେ ବିବାହ ବନ୍ଧନରେ ବାନ୍ଧି ହେବେ ସୋନମ କପୁର
Entertainment

୮ ମେ’ରେ ବିବାହ ବନ୍ଧନରେ ବାନ୍ଧି ହେବେ ସୋନମ କପୁର

‘ଦ ଲୀଲା’ ରେ ଗ୍ରାଣ୍ଡ ରିସେପସନ୍

ବଲିଉଡରେ ସମସ୍ତେ ଅପେକ୍ଷା କରି ରହିଥିଲେ ସୋନାମଙ୍କ ବିବାହ ତାରିଖକୁ । କିନ୍ତୁ ସୋନାମ ଆଗାମୀ ଫିଲ୍ମ ‘ବିରେ ଦି ୱେଡିଂ’ର ପ୍ରମୋସନକୁ ନେଇ ବେସ୍ତ । ଏସବୁ ଭିତରେ ସୋନାମଙ୍କ ବାପା ଅନିଲ ଝିଅର ବିବାହ ତାରିଖ ଘୋଷଣା କରିଛନ୍ତି । ୮ ମେ’ରେ ମୁମ୍ବାଇ ଠାରେ ସୋନାମ ବାୟଫ୍ରେଣ୍ଡ ଆନନ୍ଦ ଆହୁଯାଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ଏଥିପାଇଁ ଦୁଇ ପରିବାର ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ହୋଇସାରିଥିବା ଜଣାପଡ଼ିଛି । ଦୁଇ ପରିବାର ପକ୍ଷରୁ ବାହାଘର ପାଇଁ ସମସ୍ତ ପ୍ରକାରର ଯୋଜନା କରାଯାଉଥିଲେ ମଧ୍ୟ ବାହାଘର ତାରିଖ ଘୋଷଣା ହୋଇ ନ ଥିଲା। ମାତ୍ର ଏବେ ଦୁଇ ପରିବାର ମିଳିମିଶି ସୋନମ ଏବଂ ଆନନ୍ଦଙ୍କ ବାହାଘର ତାରିଖ ଘୋଷଣା କରିଛନ୍ତି।

କପୁର ଓ ଆହୁଜା ପରିବାର ବାହାଘର ତାରିଖ ଘୋଷଣା କରି କହିଛନ୍ତି ଯେ ଏହା ସେମାନଙ୍କ ପାଇଁ ଖୁସି ଏବଂ ଗର୍ବର ବିଷୟ । ବାହାଘର ୮ ମେ’ରେ ଅନୁଷ୍ଠିତ ହେବ । ସେମାନଙ୍କ ବ୍ୟକ୍ତିଗତ ବ୍ୟାପାରକୁ ସମ୍ମାନ ଦିଆଯାଉ ବୋଲି ଦୁଇ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି । ୮ ମେ’ରେ ମୁମ୍ବାଇରେ ସୋନାମଙ୍କ ମାଉସୀ ଘରେ ବିବାହ ଅନୁଷ୍ଠିତ ହେବ ।

ସୂଚନାଯୋଗ୍ୟ ଯେ ଶୁକ୍ରବାର ଅନୀଲଙ୍କ ଘର ରଙ୍ଗବେରଙ୍ଗ ଆଲୁଅ ଓ ଫୁଲରେ ସଜା ଯାଇଥିଲା। ଘରେ ଅତିଥିଙ୍କ ଭିଡ଼ ଲାଗି ରହିଥିଲା। ସୋନମଙ୍କ ସାନ ଭାଇ ହର୍ଷବର୍ଦ୍ଧନ ଘରକୁ ଆସୁଥିବା ଅତିଥିଙ୍କୁ ସ୍ବାଗତ କରୁଥିଲେ। ଅନୀଲଙ୍କ ଘରକୁ କରଣ ଜୋହର, ମୋହିତ ମାରୱାହ ଓ ପତ୍ନୀ ଅନ୍ତରା ମୋତିୱାଲ, ଫାରା ଖାନ୍‌ ଭଳି ସେଲିବ୍ରିଟି ନଜର ଆସିଥିଲେ ।

୮ ମେ’ରେ ବିବାହ ବନ୍ଧନରେ ବାନ୍ଧି ହେବେ ସୋନମ କପୁର sonam

ପଢନ୍ତୁ ;

ରିଲିଜ ହେଲା ସଂଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ର ଟିଜର!

Related posts

ଫ୍ରାଇଡେରେ ପରଦାକୁ ଆସିଲା ‘ଶକ୍ତି- ଦ ଲାୟନ ହାର୍ଟ’

Krishna Kumar Manoj

ରିଲିଜ ପୂର୍ବରୁ ୧୯୦ କୋଟିରେ ବିକ୍ରି ହେଲା ସଲମାନ ଖାନଙ୍କ ରେସ୍‌୩

Krishna Kumar Manoj

ସାମ୍ବାଦିକଙ୍କ ଉପରେ କ’ଣ ପାଇଁ ରାଗିଲେ ଇଲିଆନା ଜାଣନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More