News

ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଅନୀଲ କୁମ୍ବଲେ

anil

ପୁରୀ ଭ୍ରମଣ କଲେ ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ। ଅନୀଲ କୁମ୍ବଲେ କହିଛନ୍ତି ଯେ, ଝିଅ ଜନ୍ମଦିନ ହୋଇଥିବାରୁ ସେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଛନ୍ତି । ମଙ୍ଗଳ ଆଳତି କରିବା ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବାରୁ ମୁଁ ବହୁତ ଖୁସି ବୋଲି କହିଛନ୍ତି କୁମ୍ବଲେ।

anil

ବିଶ୍ୱ କପ ହକି ଚାଲିଥିବା ବେଳେ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି କୁମ୍ବଲେ । ତେବେ ହକି ବିଶ୍ୱକପରେ ଭାରତ ବିଜୟ ହାସଲ କରୁ ବୋଲି ମଧ୍ୟ ସେ ଆଶା ପ୍ରକଟ କରିଛନ୍ତି।

ସୂଚନାଯୋଗ୍ୟ, ଅନୀଲ କୁମ୍ବଲେ ଓ ତାଙ୍କ ପତ୍ନୀ ସକାଳ ୬ଟା ୨୦ରେ ପୁରୀରେ ପହଞ୍ଚିଥିଲେ । ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିଲା। ଅନୀଲ କୁମ୍ବଲେଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ପ୍ରବଳ ଜମିଥିଲା । ଶ୍ରୀମନ୍ଦିର ସୂଚନା ଅଧିକାରୀ ସୁଦୀପ ଚାଟାର୍ଜୀ ତାଙ୍କୁ ସ୍ବାଗତ କରିଥିଲେ।

ପଢନ୍ତୁ; ଗିରଫ ହେଲେ ବଲିଉଡ୍‌ ଗାୟକ ମିକା ସିଂହ

Related posts

ଇସ୍ତଫା ଦେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

ENO Beuro

ଭାରତ ଏବଂ ନେପାଳ ମଧ୍ୟରେ ଦୂରତା ବଢାଇବାକୁ ଚୀନର ନୂଆ ଚାଲ୍

ENO Beuro

ଲଘୁଚାପ ବର୍ଷାର ତାଣ୍ଡବ: ପ୍ରବଳ ବର୍ଷା ଯୋଗୁଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ENO Beuro

Leave a Comment