ACTRESSESS

ଦିନେ ଛୋଟ ପରଦାରେ ଦର୍ଶକଙ୍କ ମନ ଜିଣିଥିବା ଏହି ନାୟିକା ଏବେ ବଡ ପରଦାରେ କରୁଛନ୍ତି ରାଜ

By Krishna Kumar Manoj

November 25, 2017

ଓଡିଆ ନାୟିକା ଅନିଶା ଶର୍ମା, ଘରେ ଘରେ ଖୁବ ପରିଚିତ । ସେ ଛୋଟ ପରଦାର ଏକ ଚର୍ଚ୍ଚିତ ଚେହେରା । ଆଗରୁ ବହୁ ଧାରାବାହିକ, ଓଡିଆ ଆଲବମ ଆଦିରେ ଅଭିନୟ କରିଥିଲେ ବି ତାଙ୍କୁ ମେଗା ଧାରାବାହିକ ‘ସ୍ୱାଭିମାନ’  ଦେଇଥିଲା ଭିର୍ଣ୍ଣ ଏକ ପରିଚୟ ଓ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା ।

୨୦୧୫ରେ ରିଲିଜ୍‌ ହୋଇଥିବା ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ‘ଲଭ ୟୁ ହମେଶା’ ରେ ଓଲିଉଡ ମେଗାଷ୍ଟାର ଅରିନ୍ଦମ୍‌ଙ୍କ ବିପକ୍ଷରେ ନଜର ଆସିଥିଲେ ଅନିଶା । ଏଥିରେ ଅନିଶା ଜଣେ ଡାକ୍ତର ଭୂମିକା ନିଭାଇ ଥିଲେ । ଅନିଶାଙ୍କ ସହ ଝିଲିକ୍‌ ଥିଲେ ଅନ୍ୟତମ ନାୟିକା ।

ପ୍ରାୟ ଦୁଇ ବର୍ଷ ପରେ ଅନିଶା ବଡ଼ ପରଦାକୁ ଫେରିଥିଲେ । ଚଳିତ ବର୍ଷ ମୁକ୍ତିଲାଭ କରିଥିବା ରମେଶ ରାଉତଙ୍କ ନିର୍ଦ୍ଦେଶିତ “କାବୁଲା ବାରବୁଲା” ରେ ନଜର ଆସିଥିଲେ ସେ । ଏଥିରେ ଅନୁଭବ ଓ ଏଲିନା ଥିଲେ ମୁଖ୍ୟ ନାୟକ ଓ ନାୟିକା ରୂପରେ ।

ସଂପ୍ରତି ତାପସ ସରଘରିଆଙ୍କ ନିର୍ଦ୍ଦେଶିତ “ଓନ୍‌ଲି ପ୍ୟାର୍‌” ସିନେମାରେ କାମ କରୁଛନ୍ତି ଏହି ନାୟିକା ଜଣଙ୍କ । ଏଥିରେ ପୁରୁଣା ଯୋଡି ବାବୁସାନ ଓ ସୁପ୍ରିୟା ନଜର ଆସିବେ ।

ସ୍ୱାଭିମାନ ଓ ଆଇନା ଧାରାବାହିକର ସହ କଳାକାର ଶୁଭାଶିଷ ଶର୍ମାଙ୍କ ସହ ଗତବର୍ଷ ବିବାହ ବନ୍ଧନରେ ଆବଦ୍ଧ ହେଇଥିଲେ ଅନିଶା । ବିବାହ ପରେ ମଧ୍ୟ ସେ ଅଭିନୟ ଜଗତରେ ସକ୍ରିୟ ଅଛନ୍ତି ।

ପଢନ୍ତୁ, ବିଶ୍ୱ ବ୍ରିନସ ବିଶ୍ୱ ବିଦ୍ୟାଳୟ ମୂଲ୍ୟାଙ୍କ ତାଲିକାରେ ଯୋଡିହେଲା ଓଡ଼ିଶାର କିଟ ବିଶ୍ୱ ବିଦ୍ୟାଳୟ