EnewsOdia.Com

ଅନିଲ କପୁରଙ୍କ ସହ ଅର୍ଚ୍ଚିତାଙ୍କ ଠୁମ୍‌କା, ରଚନା ବାନାର୍ଜୀ କହିଲେ ଓଡ଼ିଶା ମୋ ଦ୍ବିତୀୟ ଘର

ବଲିଉଡର ଲେକାପ୍ରିୟ ଅଭିନେତା ଅନିଲ କପୁରଙ୍କ ସହ ଓଲିଉଡର ଚୁଲବୁଲି ନାୟିକା ଅର୍ଚ୍ଚିତାଙ୍କ ନୃତ୍ୟ ଦେଖିବାକୁ ମିଳିଛି। ଅନିଲ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‌‘ବେଟା’ର ହିଟ୍‌ ଗୀତ ‘କୋୟଲ୍‌ସି ତେରି ବୋଲି…’ ଗୀତରେ ଅର୍ଚ୍ଚିତା ଅନିଲଙ୍କ ସହ ଠୁମ୍‌କା ଲଗାଇଥିଲେ। ଶନିବାର ରାତିରେ ତାରକା ହୋଟେଲ୍‌ରେ ଆୟୋଜିତ ଏକ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅନିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅର୍ଚ୍ଚିତାଙ୍କ ସହ ଭେଟାଭେଟି ହୋଇଥିଲେ।ନୃତ୍ୟ ପରେ ଅନିଲ ଅର୍ଚ୍ଚିତାଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ଗୀତର ନୃତ୍ୟ ତତ୍‌କ୍ଷଣାତ ସୋସିଆଲ ମିଡିଆରେ ଭାଇରାଲ୍ ମଧ୍ୟ ହୋଇଥିଲା। ଏହି ନୃତ୍ୟ ପରେ ଅର୍ଚ୍ଚିତାଙ୍କୁ ଅନୁକରଣ କରୁଥିବା ପ୍ରଶଂସକଙ୍କ ସଂଖ୍ୟା ହଠାତ ବଢ଼ି ଯାଇଛି।

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକମାତ୍ର ବଙ୍ଗୀୟ ଅଭିନେତ୍ରୀ ଭାବେ ରଚନା ବାନାର୍ଜୀ କରିଥିବା ରାଜ ବିଷୟରେ କାହାକୁ ଅଛପା ନାହିଁ। ସେ ଏବେ ଓଡ଼ିଆ ଚଳଚ୍ଚିତ୍ରରେ ସକ୍ରିୟ ନାହାନ୍ତି, ମାତ୍ର ଏବେ ବି ଓଡ଼ିଆ ଦର୍ଶକ ତାଙ୍କ ମନରୁ ଲିଭିନାହାନ୍ତି। ଗତକାଲି ସେ ଭୁବନେଶ୍ବର ଆସିଥିବା ବ‌େଳେ ପ୍ରଯୋଜକ ଟୁଟୁ ନାୟକଙ୍କୁ ତାଙ୍କ ଘରେ ସାକ୍ଷାତ କରିଥିଲେ। ଓଡ଼ିଆ ଦର୍ଶକଙ୍କ ଭଲ ପାଇବା ବିଷୟରେ କଥା ହେବା ବେଳେ ତାଙ୍କ ଆଖି ମଧ୍ୟ ଛଳଛଳ ହୋଇଯାଇଥିଲା। ଓଡ଼ିଶା ତାଙ୍କ ଦ୍ବିତୀୟ ଘର ବୋଲି କଥାବାର୍ତା ବେଳେ ସେ ଟୁଟୁଙ୍କୁ କହିଥିଲେ। ମିଳିଥିବା ସୂଚନା ମୁତାବକ ଏକ ଘରୋଇ ଚ୍ୟାନେଲ୍‌ର ସେଲେବ୍ରିଟି ସୋ’ରେ ରଚନା ଯୋଗ ଦେବା ପାଇଁ ଆସିଥିବା ବ‌େଳେ ଏକ ଚଳଚ୍ଚିତ୍ରରେ ଅଭିନୟ କରିବେ ବୋଲି ଜଣାପଡ଼ିଛି।

ପଢନ୍ତୁ: ୩ ଦିନ ମାଗଣାରେ ତାଜମହଲ ବୁଲିବାର ସୁଯୋଗ

 

 

ସମ୍ବନ୍ଧିତ ଖବର

ସଂଗ୍ରହାଳୟରେ ଖୋଲିବ ବୁଦ୍ଧ ଗ୍ୟାଲେରି

Ratnamani Maharana

‘କାଳିଆ’ ଟଙ୍କା ପାଉଛନ୍ତି ପୂର୍ବତନ ବିଧାୟକଙ୍କ ବୋହୂ

Ratnamani Maharana

ହୋଲିକୁ ଆଉ ମାତ୍ର କେଇଟା ଦିନ, ଭୁବନେଶ୍ଵରରେ ଖୋଲିଲାଣି ରଙ୍ଗର ପସରା

Ratnamani Maharana

ଅଦରକାରୀ ଶିଶୁଙ୍କୁ ଫୋପାଡିବା ପାଇଁ ଝୁଲା ବ୍ୟବସ୍ଥା କରି ଅଡୁଆରେ ପୁରୀ ସିଡିଏମଓ

Ratnamani Maharana

ଜିଓର ଧମାକାଦାର ‘ଅଲ୍‌-ଇନ-ୱାନ’ ପ୍ଲାନ୍

Ratnamani Maharana

ପ୍ରଶ୍ନପତ୍ର ନିଅଣ୍ଟ ହେବାରୁ କଳାପଟାରେ ଲେଖାଗଲା ପ୍ରଶ୍ନ

Ratnamani Maharana