Loading...

ଶ୍ରୀମନ୍ଦିର ପ୍ରଶାସନିକ ଅଫିସ କୋଠା ନିର୍ମାଣ ପାଇଁ ମିଳିଲା ଅନୁମତି

ଶ୍ରୀମନ୍ଦିର ପ୍ରଶାସନିକ ଅଫିସ କୋଠା ନିର୍ମାଣ ପାଇଁ ମିଳିଲା ଅନୁମତି

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅଫିସ୍ କୋଠା ନିର୍ମାଣ ପାଇଁ ଜାତୀୟ ଏତିହ୍ୟ ପ୍ରାଧିକରଣ(ଏନଏମଏ) ଅନୁମତି ଦେଇଛନ୍ତି । ଏହାସହ ଶ୍ରୀମନ୍ଦିର ପ୍ରଶାସନିକ କୋଠା ଓ ୩୦ଟି ମଠର ନିର୍ମାଣକୁ ବି ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ(ଏନ୍‌ଏମ୍‌ଏ) ଅନୁମତି ପ୍ରଦାନ କରିଛନ୍ତି।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅଫିସ୍ କୋଠା ନିର୍ମାଣ ପାଇଁ ଜାତୀୟ ଏତିହ୍ୟ ପ୍ରାଧିକରଣ(ଏନଏମଏ) ଅନୁମତି ଦେଇଛନ୍ତି । ଏହାସହ ଶ୍ରୀମନ୍ଦିର ପ୍ରଶାସନିକ କୋଠା ଓ ୩୦ଟି ମଠର ନିର୍ମାଣକୁ ବି ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ(ଏନ୍‌ଏମ୍‌ଏ) ଅନୁମତି ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି। 

ସୂଚନାନୁସାରେ, ନିୟନ୍ତ୍ରିତ ଅଞ୍ଚଳରେ ଶ୍ରୀମନ୍ଦିର ପ୍ରଶାସନିକ ଅଫିସ କୋଠା ନିର୍ମାଣ କରିବାକୁ ଅନୁମତି ମିଳିଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନିକ କୋଠା ପୁରୀ ପୌରାଞ୍ଚଳର ୟୁନିଟ୍‌-୧୮, ଚୁଡ଼ଙ୍ଗସାହି ପୁରୀ ସହର ମୌଜାର ଖାତା ନମ୍ବର-୩୩୨ର ୩୨୧ ନମ୍ବର ପ୍ଲଟ୍‌, ଖାତା ନମ୍ବର-୩୦୭ର ପ୍ଲଟ୍‌ ନମ୍ବର ୩୨୨ ଏବଂ ଖାତା ନମ୍ବର-୨୯୮/୩୫ର ପ୍ଲଟ୍‌ ନମ୍ବର- ୩୨୩, ୩୨୫, ୩୨୬, ୩୨୭, ୩୨୮ରେ ନିର୍ମାଣ ହେବ ବୋଲି ଉଲ୍ଲେଖ ରହିଛି। ସେହିଭଳି କାଳିକାଦେବୀସାହି ମୌଜାରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ଓ ରଘୁନନ୍ଦନ ପାଠାଗାର କରାଯିବ ବୋଲି ଜଣାପଡ଼ିଛି। ୧୦୦ ମିଟର ବାହାରେ ଏମାର ମଠକୁ ଲାଗି ଏହି ପ୍ରକଳ୍ପ କାର୍ଯ୍ୟ କରାଯିବ ବୋଲି ଉଲ୍ଲେଖ ରହିଛି।  

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.