February 17, 2019

ଆଜିଠୁ ପୁଣି ଅନଶନରେ ବସିଲେ ଅନ୍ନା ହଜାରେ

anna-hazare

ମହାରାଷ୍ଟ୍ରର ଅହମେଦନଗର ଅନ୍ତର୍ଗତ ପୈତୃକ ଗାଁ ରାଲେଙ୍ଗା ଠାରେ ସାମାଜିକ କର୍ମୀ ଆନ୍ନା ହାଜାରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅନଶନ ଆରମ୍ଭ କରିଛନ୍ତି। ୫ ବର୍ଷ ବିତି ଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଲୋକପାଳ ବିଲ୍‌ ନେଇ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଆନ୍ନା ଏହି ଅନଶନ ଆରମ୍ଭ କରିଥିବା କହିଛନ୍ତି।

ଆନ୍ନା ଅଭିଯୋଗ କରିଛନ୍ତି ଯେ , “ଲୋକପାଳ ବିଲ୍ ଆଇନ ହେବାର ୫ ବର୍ଷ ହେଲାଣି। ମୋଦି ସରକାର କ୍ଷମତାକୁ ଆସିବାର ୫ ବର୍ଷ ସରିବାକୁ ବସିଲାଣି। ହେଲେ ପ୍ରଧାନମନ୍ତ୍ରୀ ବାରମ୍ବାର ବିଭିନ୍ନ ବାହାନା ଦେଖାଇ ବିଲ୍‌କୁ ଆଇନରେ ପରିଣତ କରିବାକୁ ଟାଳି ଚାଲିଛନ୍ତି।”

ସୂଚନାଯୋଗ୍ୟ, ଲୋକପାଳ ଦାବିରେ ୨୦୧୧ରୁ ଆନ୍ଦୋଳନ କରିଆସୁଛନ୍ତି ଆନ୍ନା। ଗତ ୮ ବର୍ଷ ଭିତରେ ଏହା ହେଉଛି ତାଙ୍କର ତୃତୀୟ ଅନଶନ। ଗତବର୍ଷ ମାର୍ଚ୍ଚ ମାସରେ ମଧ୍ୟ ଆନ୍ନା ସମର୍ଥକଙ୍କ ସହ ୧ ସପ୍ତାହ ଧରି ଅନଶନରେ ବସିଥିଲେ।

ପଢନ୍ତୁ; ତ୍ୱଚାକୁ ଉଜ୍ଜ୍ୱଳ ରଖିବାରେ ସହାୟକ ହୋଇଥାଏ ‘ରାଶିତେଲ’,ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More