ଲୋକପାଳ ନିଯୁକ୍ତି ଦାବିରେ ସମାଜସେବା ଆନ୍ନା ହଜାରେ କରୁଥିବା ଅନଶନକୁ ମଙ୍ଗଳବାର ଭଙ୍ଗ କରିଛନ୍ତି। ପୂର୍ବରୁ ଗତକାଲି ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ତାଙ୍କୁ ତାଙ୍କର ଗାଁରେ ସାକ୍ଷାତ କରିଥିଲେ। ଆଉ ମଧ୍ୟ ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ରାଧା ମୋହନ ସିଂହ ଏବଂ ସୁଭାଷ ଭାମ୍ରେ ପ୍ରମୁଖ ରାଲେଗାଓଁ ଯାଇ ଆନ୍ନାଙ୍କୁ ସାକ୍ଷାତ କରିଥିଲେ ।ଆଲୋଚନା ଫଳପ୍ରଦ ହୋଇଥିବାରୁ ସେ ଅନଶନ ଭାଙ୍ଗିଛନ୍ତି ବୋଲି ଆନ୍ନା ସାମ୍ବାଦିକଙ୍କୁ କହିଛନ୍ତି।
ଆନ୍ନା ଅନଶନରେ ବସିବା ପୂର୍ବରୁ ମହାରାଷ୍ଟ୍ର ସରକାର ଲୋକାଯୁକ୍ତଙ୍କୁ ନିଯୁକ୍ତ କରିଥିଲେ । ଯାହାଉପରେ ଆନ୍ନା ହଜାରେ ସହମତି ପ୍ରକାଶ କରିଥିଲେ । ଏହାଛଡା ଆନ୍ନ ସ୍ୱାମୀନାଥନ କମିଟି ଉପରେ ସରକାରଙ୍କ ସହ ସହମତି ପ୍ରକାଶ କରିନାହାନ୍ତି ।
ସୂଚନାଥାଉକି , କେନ୍ଦ୍ରର ଲୋକପାଳ ଏବଂ ରାଜ୍ୟରେ ଲୋକାଯୁକ୍ତ ନିଯୁକ୍ତି ଦାବିରେ ଆନ୍ନା ହଜାରେ ଜାନୁଆରୀ ୩୦ ତାରିଖରୁ ଅନଶନରେ ବସିଥିଲେ।