Loading...

ପୁଣି ୟୁକ୍ରେନ୍‌ରେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼

ପୁଣି ୟୁକ୍ରେନ୍‌ରେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼

କିଭ୍‌ରେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼ । ୟୁକ୍ରେନ୍‌ର ରାଜଧାନୀ କିଭ୍‌ରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼ ।

କିଭ୍‌ରେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼ । ୟୁକ୍ରେନ୍‌ର ରାଜଧାନୀ କିଭ୍‌ରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼ । ଏନେଇ ଖବର ସାମ୍ନାକୁ ଆସିବା ପରେ ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଗୁଳିମାଡ଼ରେ ଆହତ ଛାତ୍ରଙ୍କ ଚିକିତ୍ସା ଚାଲିଛି । ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ପୋଲାଣ୍ଡ ଯାଇଥିବା କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଆହତ ହୋଇଥିବା ଭାରତୀୟ ଛାତ୍ରଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନି ।ତେବେ ପୂର୍ବରୁ ଜଣେ ଭାରତୀୟ ଛାତ୍ରଙ୍କ ଗୁଳିମାଡ଼ରେ ପ୍ରାଣ ଚାଲିଯାଇଛି । ଋଷିଆର ଆକ୍ରମଣ ଯୋଗୁଁ ଚାଲିଯାଇଛି ଜୀବନ । ଉଦ୍ଧାର ଅପେକ୍ଷାରେ ଥିବାବେଳେ ତାଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ କର୍ଣ୍ଣାଟକ ବେଙ୍ଗାଲୁରୁର ନବୀନ ଶେଖରପ୍ପା ଜ୍ଞାନଗୌଡା । ତାଙ୍କର ବୟସ ୨୧ ବର୍ଷ ।  ଖାରକିଭରେ ରୁଷ ସେନାର ବୋମାଡ଼ମାରେ ତାଙ୍କର ମୃତ୍ୟୁ ଘଟିଥିଲା । 

 

ଛାତ୍ର ଜଣକ ଖାଦ୍ୟ ଆଣିବାକୁ ବାହାରକୁ ଯାଇଥିଲେ । ଖାଦ୍ୟ ଅପେକ୍ଷାରେ ଧାଡ଼ିରେ ସେମାନେ ଜଗି ରହିଥିଲେ । ଏହି ସମୟରେ ରୁଷ ସେନା ପକ୍ଷରୁ ବିମାନରୁ ବୋମାମାଡ଼ ହୋଇଥିଲା । ଏଥିରେ ଛାତ୍ର ଜଣଙ୍କ ପ୍ରାଣ ହରାଇଥିଲେ । ରୁଷିଆ ସେନା ଏକ ସରକାରୀ କୋଠାରେ ବିସ୍ଫୋରଣ କରିଥିବାବେଳେ ଏଥିରେ ଛାତ୍ର ଜଣକର ମୃତ୍ୟୁ ଘଟିଥିଲା । ସେହିଭଳି ଆଉ ଜଣେ ଭାରତୀୟ ଛାତ୍ରଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ତାଙ୍କ ନାଁ ଚନ୍ଦନ । ତାଙ୍କୁ ପ୍ରଥମେ ବ୍ରେନ୍‌ ଷ୍ଟ୍ରୋକ୍ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ୨୨ ବର୍ଷୀୟ ଚନ୍ଦନ ଜଣେ ଡାକ୍ତରୀ ଛାତ୍ର ଥିଲେ । ୟୁକ୍ରେନ୍‌ରେ ଋଷ ସେନା ତାଣ୍ଡବ କରୁଛି । ଏହାରି ଭିତରେ ଏଭଳି ଅନେକ ଖବର ଏବେ ସାମ୍ନାକୁ ଆସୁଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.