EnewsOdia.Com

ଭାରତରେ କରୋନା ନେଲା ଆଉ ଜଣଙ୍କ ଜୀବନ, ଏବେ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ପାଞ୍ଚ

ସାରା ଦୁନିଆରେ କରୋନା ଭାଇରସ ବହୁତ ଦ୍ରୁତ ଗତିରେ ତାର କାୟା ବିସ୍ତାର କରିଚାଲିଛି। ଚୀନ, ଇଟାଲୀ ସମେତ ଏହି ଭୟଙ୍କର କରୋନା ଭାଇରସ ଭାରତରେ ମଧ୍ୟ ତାର ପ୍ରକୋପ ପକାଇଛି। ଭାରତରେ କରୋନାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଶୁକ୍ରବାର ଅର୍ଥାତ ଆଜି ସକାଳେ ରାଜସ୍ଥାନରେ ଜଣେ କରୋନା ସଂକ୍ରମିତ ରୋଗୀଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ କରୋନାରେ ଯେଉଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ସେ ଇଟାଲୀରୁ ଫେରିଥିଲେ।

ସେହିପରି ଏବେ ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୨୦୦ରେ ପହଁଚିଛି। ଏହାରି ଭିତରେ ଆସନ୍ତା ମାର୍ଚ୍ଚ ୨୨ରେ ସମସ୍ତ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟିକ ଯାତ୍ରୀଙ୍କର ଉଡାଣ ଏବଂ ଅବତରଣ ପରେ ଗୋଟେ ସପ୍ତାହ ପାଇଁ ପ୍ରତିବନ୍ଧ ଲଗାଇ ଦିଆଯାଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହା ପୂର୍ବରୁ ପଞ୍ଜାବରେ ଯେଉଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ସେ ଜଣେ ବୟଷ୍କ ଥିଲେ ଏବଂ ସେ ସୁଗାର, ହୃଦରୋଗ ଭଳି ଅନ୍ୟ ରୋଗରେ ମଧ୍ୟ ପୀଡିତ ଥିଲେ। ଛତିଶଗଡ ଏବଂ ଚଣ୍ଡିଗଡ଼ରେ କରୋନା ଭାଇରସରେ ସଂକ୍ରମଣର ପ୍ରଥମ ମାମଲା ମଧ୍ୟ ସାମ୍ନାକୁ ଆସିଛି।

ପଢନ୍ତୁ: କରୋନା ପାଇଁ ଫେସବୁକ୍‌ ଦେଉଛି ୭୪ ହଜାର ଟଙ୍କାର ବୋନସ୍‌

ସମ୍ବନ୍ଧିତ ଖବର

କରୋନା ଭୂତାଣୁ ସହ ଜନ୍ମ ନେଲେ ଚୀନର ନବଜାତ

Ratnamani Maharana

ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍

Ratnamani Maharana

ଜାଲରେ ପଡ଼ିଲା ୨ କୁଇଣ୍ଟାଲର ସାଙ୍କୁଚ ମାଛ

Ratnamani Maharana

୧୦ମାସ ପର୍ଯ୍ୟନ୍ତ ଦରମା ନ ମିଳିବାରୁ ଅଫିସରେ ଜୀବନ ହାରିଲେ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀ

Ratnamani Maharana

ବାର୍ଡ ଫ୍ଲୁ ଆତଙ୍କରେ ଆଜିଠୁ କୁକୁଡା ମରା ଅଭିଯାନ

Ratnamani Maharana

ଗ୍ରାହକଙ୍କୁ ୩୦ ମିନିଟ୍‌ ମାଗଣା କଲ୍‌ ସେବା ଯୋଗାଇବ ଜିଓ

Ratnamani Maharana