News

ପ୍ରତିଶୋଧ ନେଲା ଭାରତ,ନିପାତ ହେଲେ ୨୦୦ ରୁ ୩୦୦ ଆତଙ୍କୀ

india

ପାକିସ୍ତାନରେ ପଶି ଆତଙ୍କୀ କ୍ୟାମ୍ପ ଉଡ଼ାଇଲା ଭାରତୀୟ ବାୟୁ ସେନା

ପୁଲଓ୍ବାମା ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ କାଶ୍ମୀରରେ ଜୋରଦାର ହମଲା କରିଛି। ଭାରତୀୟ ବାୟୁସେନାର ୧୨ ମିରାଜ ୨୦୦୦ ଲଢୁଆ ବିମାନ ଆତଙ୍କୀ ଶିବିର ଉପରେ ୧୦୦୦ କିଲୋଗ୍ରାମର ବୋମା ପକାଇ ଜୈସ ଇ ମହମ୍ମଦର ଉଲ୍ଫା ୩ କଣ୍ଟୋଲ ରୁମ ସମେତ ଅନେକ ଶିବିରକୁ ଧ୍ଵସ୍ତ କରିଛି। ମିଳିଥିବା ଖବର ଅନୁସାରେ ଏହି ଏୟାର ଷ୍ଟ୍ରାଇକରେ ୨୦୦ ରୁ ୩୦୦ ଆତଙ୍କୀ ନିପାତ ହୋଇଛନ୍ତି।

ଧ୍ୱଂସ ହୋଇଥିବା ଆତଙ୍କବାଦୀ ଶିବିରଗୁଡ଼ିକ ମଧ୍ୟରେ ଜୈଶ-ଇ-ମହମ୍ମଦର ଶିବର ବି ରହିଥିବା ଜଣାପଡ଼ିଛି। ପୁଲୱାମା ଆକ୍ରମଣ ଘଟଣାରେ ଏହି ଆତଙ୍କବାଦୀ ସଂଗଠନ ସାମିଲ ଥିଲା। ଏଥିରେ ୪୦ ଜଣ ସିଆର୍‌ପିଏଫ୍ ଯବାନ ସହିଦ ହୋଇଥିଲେ।

ଉଲ୍ଲେଖଯୋଗ୍ୟ,ଫେବ୍ରୁଆରି ୨୬ ତାରିଖ ଭୋର୍‌ ୩ଟା ୩୦ ମିନିଟ୍‌ ସମୟରେ ବାୟୁସେନା ପକ୍ଷରୁ ଏହି ଅପରେସନ କରାଯାଇଛି। ପାକ୍‌ ଅଧିକୃତ କଶ୍ମୀରରେ ଥିବା ସମସ୍ତ ଆତଙ୍କବାଦୀ କ୍ୟାମ୍ପକୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରାଯାଇଛି ବୋଲି ବାୟୁସେନା ସୂତ୍ରରୁ ଜଣାପଡ଼ିଛି।

ପଢନ୍ତୁ; ନୂଆପଡାରେ ୨୪୦ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

Related posts

ଜନଗଣନା-୨୦୨୧ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ENO Beuro

ସୋସିଆଲ ମିଡିଆରେ ଘୁରି ବୁଲୁଛି ନିର୍ବାଚନୀ ଗୀତ: ସଭିଙ୍କ କଣ୍ଠରେ ନବୀନ

Ratnamani Moharana

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ୧୪୮ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ଦିଆଯିବ- ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

ENO Beuro

Leave a Comment