‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର-୨୦୧୯’ ସମ୍ମାନିତ ହେଲେ ଅଂଶୁମାନ

anshuman

‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର-୨୦୧୯’ରେ ସମ୍ମାନିତ ଓଡିଶା ବଲାଙ୍ଗୀରର ଅଂଶୁମାନ  ତ୍ରିପାଠୀ

ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅସାଧାରଣ, ନିରନ୍ତର ଓ ଶୈକ୍ଷିକ ସଫଳତା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଛାତ୍ରମାନଙ୍କ ପାଇଁ ସର୍ବୋଚ୍ଚ ସମ୍ମାନପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର-୨୦୧୯ରେ ସମ୍ମାନିତ ହୋଇଥିବା ବଲାଙ୍ଗୀରର ଅଂଶୁମାନ ତ୍ରିପାଠୀଙ୍କୁ ଅବହେଳା କରିଛି ଓଡିଶା ସରକାର। ଓଡିଶା ସରକାରଙ୍କ ଏ ଭଳି ଅବେହେଳାକୁ ନେଇ ଅଂଶୁମାନ କ୍ଷୋଭ ପ୍ରକାଶ କରିବା ସହିତ ଶ୍ରୀ  ନବୀନ ପଟ୍ଟନାୟକଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି। ସେ ପୁରସ୍କାର ଅର୍ଥକୁ  ଉଚ୍ଚଶିକ୍ଷା କ୍ଷେତ୍ରରେ ବିନିଯୋଗ କରିବେ ‌ବୋଲି କହିଛନ୍ତି।

ଉଭୟ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସେ ବହୁ ସଫଳତା ହାସଲ କରି ଦେଶ ଓ ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି। ତାଙ୍କର ଏହି ଧାରା ଆଗକୁ ମଧ୍ୟ ଅବ୍ୟାହିତ ରଖିବେବୋଲି କହିଛନ୍ତି ତେବେ ସେ ନିଜର ବୈଜ୍ଞାନିକ ଉଦ୍ଭାବନ ଦ୍ୱାରା ଓଡ଼ିଶାକୁ ପ୍ରଗତି ପଥରେ ନେଇ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ନାତକ ଓ ପିଏଚ୍‌ଡି ହାସଲ କରିବା ପାଇଁ ମଧ୍ୟ ଆଶାପ୍ରକାଶ କରିଛନ୍ତି। ତେଣୁ ରାଜ୍ୟ ସରକାର ତାଙ୍କୁ ସହାୟତା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଲିଖିତ ମାଧ୍ୟମରେ ଜଣାଇଛନ୍ତି।

ପଢନ୍ତୁ ; କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହଙ୍କର ଦିନିକିଆ ଓଡିଶା ଗସ୍ତ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More