News

ଆଣ୍ଟି-ଟ୍ୟାଙ୍କ୍‌ ମିସାଇଲ୍‌ ‘ନାଗ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

‘ନାଗ’ ସେନାବାହିନୀରେ ସାମିଲ ହେବା ପାଇଁ ପ୍ରସ୍ତୁତ

ଆଣ୍ଟି-ଟ୍ୟାଙ୍କ ଗାଇଡେଡ ମିସାଇଲ (ଏଟିଜିଏମ୍) ‘ନାଗ’ର ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ ଅର୍ଗାନାଇଜେସନ୍‌(ଡିଆର୍‌ଡିଓ)ବା ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ ଦ୍ୱାରା ‘ନାଗ’ ବିକଶିତ କରାଯାଇଛି।

ମରୁଭୂମିରେ ଭିନ୍ନ ଭିନ୍ନ ସ୍ଥାନରେ ଏହାର ସଫଳ ପରୀକ୍ଷଣ ପରେ ଏହା ସୈନ୍ୟବାହିନୀରେ ସାମିଲ ହେବା ପାଇଁ ପଥ ପରିଷ୍କାର ହୋଇଯାଇଛି। ଅନ୍ୟପଟେ ‘ନାଗ’ ସେନାରେ ସାମିଲ ହେବା ପରେ ଭାରତୀୟ ସେନାର ଶକ୍ତି ବୃଦ୍ଧି ହେବ ବୋଲି ଜଣେ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।

ମିସାଇଲ୍ ଆଣ୍ଡ୍ ଷ୍ଟ୍ରାଟେଜିକ୍ ସିଷ୍ଟମର’ ଡାଇରେକ୍ଟର ଜେନେରାଲ୍ ଡକ୍ଟର୍ ସତୀଶ ରେଡ୍ଡି କହିଛନ୍ତି ଯେ ବିଭିନ୍ନ ପରିସ୍ଥିତିରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା ସଫଳ ହୋଇଛି।‘ଡିଆର୍ଡିଓ’ର ଅଧ୍ୟକ୍ଷ ଏସ କ୍ରିଷ୍ଟୋଫର ନାଗ ଟିମଙ୍କୁ ସଫଳତା ପାଇଁ ଧନ୍ୟବାଦ ଜଣାଇଛନ୍ତି।

ପଢନ୍ତୁ;ଆପଣ ଜାଣନ୍ତି କି ବୁଦ୍ଧାଦିତ୍ୟ ମହାନ୍ତିଙ୍କ ଅଭିନୀତ ପ୍ରଥମ ସିନେମା ଆଜି ପର୍ଯ୍ୟନ୍ତ ବି ହୋଇ ନାହିଁ ରିଲିଜ୍‌?

Related posts

ଜଗା ଭେଣ୍ଟିଲେଟରରୁ ବାହାରିଲା, ବଳିଆ ଉପରେ ଡାକ୍ତରଙ୍କ ବିଶେଷ ନଜର

ENO Beuro

ସୁପ୍ରିମକୋର୍ଟଙ୍କ ବଡ ନିର୍ଦ୍ଦେଶ: ଗର୍ଲଫ୍ରେଣ୍ଡ ସହ ହୋଟେଲରେ ରହିବା ନୁହେଁ ଅପରାଧ

Ratnamani Moharana

ଡିଜେଲ ଓ ପେଟ୍ରୋଲ ପରେ ଏବେ ଏଲପିଜି ସିଲିଣ୍ଡର ଦର ବୃଦ୍ଧି

ENO Beuro

1 comment

Leave a Comment