Entertainment

‘ବିଜୁ ବାବୁ’ଙ୍କୁ ନେଇ ଚଳଚିତ୍ର,ଲିଡ ରୋଲରେ ଅନୁଭବ ମହାନ୍ତି

biju

ରାଜନୀତି ପରଦାରୁ ଆସିବେ ଚଳଚିତ୍ର ପରଦାକୁ । ରିଅଲ ଲାଇଫରୁ ଆସିବେ ରିଲ ଲାଇଫକୁ । ଯେଉଁସବୁ ଘଟଣା ଦିନେ କାହାଣୀ ଆକାରରେ କୁହାଯାଉଥିଲା ତାହା ଚଳଚିତ୍ରରେ ସ୍ଥାନ ପାଇବ। ଚଳଚ୍ଚିତ୍ରର ନାମ ରଖାଯାଇଛି ‘ବିଜୁବାବୁ’ । ଆଉ ଏହି ଚଳଚ୍ଚିତ୍ରରେ ବିଜୁ ପଟ୍ଟନାୟକଙ୍କ ଭୂମିକାରେ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଅଭିନୟ କରିବେ ବୋଲି ଜଣାପଡିଛି । ଏପରିକି ସିନେମାର ପ୍ରଥମ ପୋଷ୍ଟର ମଧ୍ୟ ଲୋକାର୍ପଣ ହୋଇଛି । ପ୍ରଶାନ୍ତ ବେହେରା ଏବଂ ଅକ୍ଷୟ ପରିଜାଙ୍କ ଦ୍ୱାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରଟି ଏପ୍ରିଲ ମାସ ୧ ତାରିଖ ସୁଦ୍ଧା ମୁକ୍ତିଲାଭ କରିବ ବୋଲି ଜଣାପଡିଛି । ତେବେ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଦେଇଛନ୍ତି ।

biju

ଲଭ ରୋମାଣ୍ଟିକ , କିମ୍ବା ଆକ୍ସନ ମୁଭି ନୁହେଁ । ବୋଧହୁଏ ପ୍ରଥମ ଥରଲାଗି ଓଡିଆ ସିଲଭର ସ୍କ୍ରିନକୁ ଆସିବ ଏକ ବାଇଓପିକ । ଯାହା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଉପରେ ଆଧାରିତ। ଏହି ଚଳଚ୍ଚିତ୍ର ମାଧ୍ୟମରେ ବିଜୁବାବୁଙ୍କ ଆଦର୍ଶ, ମହାନତା, ନିର୍ଭିକତା ପ୍ରତିଫଳିତ ହେବ । ଆଉ ଓଡିଶାବାସୀ ବିଜୁବାବୁଙ୍କ ସମ୍ପର୍କରେ ଅନେକ ତଥ୍ୟ ଏହି ଚଳଚ୍ଚିତ୍ର ମାଧ୍ୟମରେ ଜାଣିବାକୁ ପାଇବେ ।

ପଢନ୍ତୁ; ହଜମ କ୍ରିୟା ଓ ମଳକଣ୍ଟକରୁ ରକ୍ଷା ପାଇବା ପାଇଁ ଜାଣନ୍ତୁ ଏକ ସହଜ ଯୋଗାସନ ବିଷୟରେ

Related posts

ଧର୍ମଗୁରୁ ଓଶୋଙ୍କ ଭୂମିକାରେ ନଜର ଆସିବେ ରଣବୀର

ENO Beuro

୪ବର୍ଷ ବ୍ୟବଧାନ ପରେ ବଡ଼ ପରଦାକୁ ପୁଣି ଫେରିବେ ଏହି ଯୋଡି

ENO Beuro

ସୁପ୍ରିମ କୋର୍ଟର ବଡ ନିଷ୍ପତି:ଆଉ ହେବ ନାହଁ ଶ୍ରୀଦେବୀଙ୍କ ମୃତ୍ୟୁର ଯାଂଚ

ENO Beuro

Leave a Comment