Entertainment

ଜାଣନ୍ତୁ କାହାର ହେବେ ଓଲିଉଡର ସୁପରଷ୍ଟାର ଅନୁଭବ ?

ଫିଲ୍ମରେ ତ୍ରିକୋଣୀୟ ପ୍ରେମ କାହାଣୀକୁ ଦେଖିବାକୁ ପାଇବେ ଦର୍ଶକ

କାହାର ହେବେ ଓଲିଉଡ ସୁପରଷ୍ଟାର ଅନୁଭବ ? ଶିବାନୀଙ୍କର ନାଁ ତମନ୍ନାଙ୍କର । କାରଣ ଦୁହେଁ ଏବେ ତାଙ୍କ ପ୍ରେମରେ ପାଗଳ। ଉଭୟ ତାଙ୍କୁ ପାଇବାକୁ ଚାହାଁନ୍ତି। କିନ୍ତୁ ଏହି ଦୁଇ ସୁନ୍ଦରୀଙ୍କ ମଝିରେ ଫସି ଯାଇଛନ୍ତି ଅନୁଭବ । ଆପଣ ଭାବୁଥିବେ ଅନୁଭବ ତ ବିବାହିତ । ବର୍ଷାଙ୍କ ସହ ସେ ବିବାହ କରିଛନ୍ତି । କିନ୍ତୁ ଏବେ ସେ କାହା ସହ ରହିବା କଥା କାହିଁକି ଉଠୁଚି । କଥାଟି ହେଉଛି ରିଅଲ୍‌ରେ ନୁହେଁ ରିଲ୍‌ରେ ଅନୁଭବଙ୍କୁ ଜଣଙ୍କୁ ବାଛିବାକୁ ପଡିବ ।

ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସସନ୍ସର ଫିଲ୍ମ ‘ପ୍ରେମ୍‌ କୁମାର’ । ଯେଉଁଥିରେ ଲିଡ୍‌ ରୋଲରେ ନଜର ଆସିବେ ଅନୁଭବ ଓ ଦୁଇ ସୁନ୍ଦରୀ ଅଭିନେତ୍ରୀ ତମନ୍ନା ଓ ଶିବାନୀ ।  ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ ଓ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍‌ ଆନନ୍ଦ ।

ପିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି ।  ଫିଲ୍ମରେ ତ୍ରିକୋଣୀୟ ପ୍ରେମ କାହାଣୀକୁ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ଅନୁଭବଙ୍କ ସହ କାମ କରିବେ ଏହି ଦୁଇ ଅଭିନେତ୍ରୀ ।  ଦୁଇ ହିରୋଇନ୍‌ ଗୋଟେ ହିରୋ ପଛରେ ବାୟା। ଉଭୟ ହିରୋକୁ ପାଇବାକୁ ଚାହୁଁଛନ୍ତି । ହେଲେ ଶେଷରେ ଅନୁଭବ କାହାକୁ ମିଳିବେ ତାହା ଫିଲ୍ମ ଦେଖିବା ପରେ ଜଣା ପଡିବ ।

ଜାଣନ୍ତୁ କାହାର ହେବେ ଓଲିଉଡର ସୁପରଷ୍ଟାର ଅନୁଭବ ? anubhab 1

ପଢନ୍ତୁ ;

୧୦ ବର୍ଷ ପରେ ପୁଣି ନଜର ଆସିବେ ଏହି ଯୋଡି

Related posts

ରେଡ୍‌ ସିନେମାରେ ଏକାଠି ନଜର ଆସିବେ ଏହି ଯୋଡି

ENO Beuro

ଗର୍ଲଫେଣ୍ଡଙ୍କ ଘରର ଆଲମାରୀରେ ଲୁଚିଥିବା ବେଳେ କିପରି ଧରାପଡିଥିଲେ ସଲମାନ?

ENO Beuro

Aekalavya Samman Festival Season 9 Of Lasyakala By Founder Saswat Joshi

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More