Video

ଅନୁଭବ ପୁଣି ଏକ ଭିର୍ଣ୍ଣ ଅବତାରରେ ଆସୁଛନ୍ତି – ନିର୍ମାଣଧୀନ ଓଡିଆ ଛବି “କାବୁଲା ବାରବୁଲା, ସର୍ଚ୍ଚିଂ ଲୈଲା”

ବହୁତ ଲୋକପ୍ରିୟ କଳାକାର ଙ୍କୁ ନେଇ ବହୁ ଚର୍ଚିତ ଓଡିଆ ଛବି ପ୍ରସ୍ତୁତ କରାଯାଇଛି । ଏମିତି ବି ବହୁ ସିନେମା ଅଛି ଯେଉଟା ହେବାର ପ୍ରଯୋଜନା ହେଇକି ମଧ୍ୟ କାମ ଆଗେଇ ପାରି ନାହିଁ । ସେହିପରି ଏମିତି କିଛି ଲୋକପ୍ରିୟ ଟାଇଟଲ୍‌ ଅଛି ଯାହାକୁ ନେଇ ଅତୀତରେ ଫିଲ୍ମ ନିର୍ମାଣର ପ୍ରୟାସ ହୋଇଛି, ହେଲେ ତାହା ସମ୍ଭବ ହୋଇପାରିନାହିଁ। ଏମିତି ଏକ ଟାଇଟଲ୍‌ ହେଲା ‘ବାବୁଲା ବାରବୁଲା’।

ପ୍ରଯୋଜକ ସନ୍ଦୀପ ରାଉତରାୟ ‘ଯିଏ ଯାହା କହୁ ମୋ’ର ଢ଼ୋ’ ଭଳି ସୁପରହିଟ୍‌ ଫିଲ୍ମ ନିର୍ମାଣ କରି ଓଲିଉଡରେ ଧମାକା କରିଥିଲେ। ଏଥିରେ ସେ ବାବୁସାନ୍‌ ଓ ଶୀତଲଙ୍କୁ ନେଇଥିଲେ ମେନ୍‌ ଲିଡରେ। ଏହି ବାବୁସାନ୍‌-ଶୀତଲ ଯୋଡ଼ିକୁ ନେଇ ସେ ଆଉ ଏକ ଓଡ଼ିଆ ଛବି ନିର୍ମାଣ କରିବା ଲାଗି ପ୍ରାଥମିକ କାର୍ଯ୍ୟ ଶେଷ କରିଥିଲେ ଓ ଫିଲ୍ମର ଟାଇଟଲ୍‌ ରଖିଥିଲେ ‘ବାବୁଲା ବାରବୁଲା’। ଏଥିରେ ବାବୁସାନ୍‌ ବନିଥା’ନ୍ତେ ବାବୁଲା। ଆଉ ଏହାର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ ‘ଯିଏ ଯାହା କହୁ ମୋର ଢ଼ୋ’ ଫେମ୍‌ ମୃତ୍ୟୁଞ୍ଜୟ ସାହୁ। ହେଲେ ଏହି ସିନେମାର ସୁଟିଂ ଆରମ୍ଭ ହୋଇ ନ ଥିଲା।

ବାବୁସାନ୍‌ ସିନା ‘ବାବୁଲା ବାରବୁଲା’ ହୋଇପାରିଲେନି, ମାତ୍ର ଅନୁଭବ ‘କାବୁଲା ବାରବୁଲା’ ବନିଗଲେ। କହିବାର ଅର୍ଥ ହେଲା ଯେ, ଅନୁଭବ ସମ୍ପ୍ରତି ଯେଉଁ ଫିଲ୍ମଟି ଆଗାମୀ ପୂଜା ବଜାର ପାଇଁ ସୁଟିଂ କରୁଛନ୍ତି, ତା’ର ଟାଇଟଲ୍‌ ରହିଛି ‘କାବୁଲା ବାରବୁଲା, ସର୍ଚ୍ଚିଂ ଫର୍‌ ଲୈଲା’। ରମେଶ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମାଣାଧୀନ ଏହି ସିନେମାରେ ଅନୁଭବଙ୍କ ବିପକ୍ଷରେ ପୁଣି ଥରେ ନାୟିକା ସାଜିଛନ୍ତି ଏଲିନା ସାମନ୍ତରାୟ।

ଏହି ଯୋଡ଼ିଙ୍କର ଏହା ତୃତୀୟ ନମ୍ବର ସିନେମା । ଆଗରୁ ଜାଗା ହାତରେ ପଘା ଓ ଅଭୟ ରେ ଅ ଯୋଡି କାମାଲ ଦେଖାଇ ସାରିଛି । ଏଥିରେ ଏଲିନା ଏକ ଅଧିକ ପାଠ ପଢୁଆ ଝିଅର ଚରିତ୍ର ରେ ନଜର ଆସିଲା ବେଳେ ଅନୁଭବ ଏକ ଗାଉଁଲି କମ ପାଠ ପଢୁଆ ବାତେରା ପିଲା ରୋଲ ରେ ନଜର ଆସିବେ ।

ଦେଖାଯାଉ ଏ ସିନେମା ଟି କେତେଦୂର ଏହାର ଟାଇଟଲ୍‌ କୁ ପ୍ରମାଣିତ କରୁଛି ଓ ଅନୁଭବ ତାଙ୍କ ଭିର୍ଣ୍ଣ ରୂପକୁ କେତେ ମାତ୍ରାରେ ଦର୍ଶକ ଙ୍କ ପକ୍ଷେ ପହଞ୍ଛାଇ ପାରୁଛନ୍ତି ।

Related posts

Bhairav – Odia Movie Releasing On 8 September, Watch Trailer HD Video

ENO Beuro

Kain Mote Maridelu Odia Sad Heart Touching Album Song Full Video

ENO Beuro

Tume Mate Sindura Dela – Brand New Odia Song Making Video Of Cute Priya Album

ENO Beuro

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More