Entertainment

ଏଫଟିଆଇଆଇର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅନୁପମ ଖେର୍

anupam

ପ୍ରଖ୍ୟାତ ବଲିଓଡ ଅଭିନେତା ଅନୁପମ ଖେର୍ ଏଫଟିଆଇଆଇର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁଁ ସେ ଇସ୍ତଫା ଦେଇଥିବା କହିଛନ୍ତି । ୨୦୧୭ରେ ଅନୁପମ ଏଫଟିଆଇଆଇର ନୂତନ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । ସେତେବେଳେ ଗଜେନ୍ଦ୍ର ଚୌହ୍ୱାନଙ୍କୁ ନେଇ ବିବାଦ ହେବାରୁ ଅନୁପମଙ୍କୁ ଅଧ୍ୟକ୍ଷ ଭାବେ କେନ୍ଦ୍ର ସରକାର ମନୋନୀତ କରିଥିଲେ ।

anupam

ସେହି ସମୟରେ ଛାତ୍ରମାନେ ୧୩୯ ଦିନ ପର୍ଯ୍ୟନ୍ତ ହରତାଳ କରିଥିଲେ ଯେଉଁଥିରେ କିଛି ଛାତ୍ର ଅନଶନ ମଧ୍ୟ କରିଥିଲେ । କେବଳ ଏତିକି ନୁହେଁ ଫିଲ୍ମ ଜଗତର କିଛି ବ୍ୟକ୍ତିମାନେ ମଧ୍ୟ ଗଜେନ୍ଦ୍ରଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଥିଲେ । ଛାତ୍ରମାନେ ସେହି ସମୟରେ ପୁଣେରୁ ଆରମ୍ଭ କରି ଦିଲ୍ଲୀର ଜନ୍ତର-ମନ୍ତର ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରିଥିଲେ କିନ୍ତୁ ସରକାର ନିଜ ନିଷ୍ପତ୍ତି ଫେରାଇଲେ ନାହିଁ । କହିରଖୁଛୁ ଏଫଟିଆଇଆଇ ଚେୟାରମ୍ୟାନଙ୍କ କାର୍ଯ୍ୟକାଳ ୩ ବର୍ଷ ହୋଇଥାଏ ।

ସୂଚନାଯୋଗ୍ୟ,ଅନୁପମ ଖେର୍ ଏବେ ବହୁତ ବ୍ୟସ୍ତ ରହୁଛନ୍ତି । ନିଜର ଏହି ବ୍ୟସ୍ତ ସିଡ୍ୟୁଲକୁ ଏହି ଇସ୍ତଫାର କାରଣ ବୋଲି କହିଛନ୍ତି । ଅନୁପମ ଖେର ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ରେ ପୂର୍ବତମ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଭୂମିକାରେ ନଜର ଆସିବେ ।

ପଢନ୍ତୁ; ପ୍ଲାଷ୍ଟିକ୍‌ ନିଷେଧ : ଆଜିଠୁ ୬ ସହରରେ କଡାକଡି

Related posts

ଭେଣ୍ଟିଲେଟରରେ କାଦର ଖାନ

ENO Beuro

ପୁଣି ସଙ୍କଟରେ ‘ପଦ୍ମାବତ୍‌’

ENO Beuro

‘ବିଜୁ ବାବୁ’ଙ୍କୁ ନେଇ ଚଳଚିତ୍ର,ଲିଡ ରୋଲରେ ଅନୁଭବ ମହାନ୍ତି

ENO Beuro

Leave a Comment