ଖଡ଼ାଶାଗ ବିକିବାକୁ ‘ଅଡି’ କାର୍ ଚଢ଼ି ଯାଉଛନ୍ତି କେରଳ କୃଷକ
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
Loading...
ହୁଏତ ଏମିତି କେଉଁଠି ଘଟି ନଥିବ କି ଗୋଟିଏ ଫିଲ୍ମର କାହାଣୀରେ ପ୍ରଭାବିତ ହୋଇ କୌଣସି ଅଭିନେତା ତୁରନ୍ତ ତାର ରିମେକ କରିବାକୁ ଘୋଷଣା କରିଥିବେ । ହେଲେ ଏଭଳି ଘଟିଛି ଏକ ଓଡ଼ିଆ ସିନେମା କ୍ଷେତ୍ରରେ ।
ହୁଏତ ଏମିତି କେଉଁଠି ଘଟି ନଥିବ କି ଗୋଟିଏ ଫିଲ୍ମର କାହାଣୀରେ ପ୍ରଭାବିତ ହୋଇ କୌଣସି ଅଭିନେତା ତୁରନ୍ତ ତାର ରିମେକ କରିବାକୁ ଘୋଷଣା କରିଥିବେ । ହେଲେ ଏଭଳି ଘଟିଛି ଏକ ଓଡ଼ିଆ ସିନେମା କ୍ଷେତ୍ରରେ । ଗୋଆଠାରେ ଚାଲିଥିବା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ପ୍ରଦର୍ଶିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ଦେଖିବା ପରେ ଏହାକୁ ହିନ୍ଦୀ ଭାଷାରେ ରିମେକ୍ କରିବା ଲାଗି ଘୋଷଣା କରିଛନ୍ତି ବିଶିଷ୍ଟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅନୁପମ ଖେର୍ । ଖାଲି ସେତିକି ନୁହେଁ, ନିଜର ପ୍ରତିଶ୍ରୁତି କେବଳ କଥାରେ ନୁହେଁ ବୋଲି ଜଣାଇଦେବା ପାଇଁ ସେ ମଞ୍ଚ ଉପରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ଏକ ଟୋକନ ଅର୍ଥରାଶି ୧୧ ଟଙ୍କା ମଧ୍ୟ ପ୍ରଦାନ କରିଛନ୍ତି । ଅନୁପମ ଖେର ଏହି କାହାଣୀରେ ଏତେ ପ୍ରଭାବିତ ହୋଇ ପଡ଼ିଥିଲେ ଯେ ଏହାର ପ୍ରଯୋଜନା କରିବା ସହ ସେଥିରେ ବାପା ଭୂମିକାରେ ଅଭିନୟ କରିବେ ବୋଲି ମଧ୍ୟ କହିଛନ୍ତି ।
ପିତା-ପୁତ୍ରଙ୍କ ଆବେଗପୂର୍ଣ୍ଣ ସମ୍ପର୍କକୁ ନେଇ ‘ପ୍ରତୀକ୍ଷା’ ଚଳଚ୍ଚିତ୍ରର କାହାଣୀ ଗଢ଼ି ଉଠିଛି । ଏ ଚଳଚ୍ଚିତ୍ର ନିର୍ମାଣର ପଛରେ ରହିଥିବା ଘଟଣାବଳି ମଧ୍ୟ ବେଶ ନାଟକୀୟ ଥିଲା। ପିତା-ପୁତ୍ରଙ୍କ ସମ୍ପର୍କକୁ ନେଇ କାହାଣୀ ଲେଖିବା ସମୟରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟ ଚଳଚ୍ଚିତ୍ରର ପ୍ରାରମ୍ଭିକ ପର୍ଯ୍ୟାୟରେ ନିଜ ପିତାଙ୍କୁ ହରାଇଥିଲେ। ଏହାପରେ ସେ ଚଳଚ୍ଚିତ୍ର ନିର୍ମାଣକୁ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଶେଷରେ ପରିବାର ଲୋକଙ୍କ ପ୍ରେରଣା ଓ ସମର୍ଥନ ପାଇ ସେ ଚଳଚ୍ଚିତ୍ରଟିକୁ ସମ୍ପୂର୍ଣ୍ଣ କରିଥିଲେ। ଏବେ ଆଇଏଫଏଫଆଇ ୨୦୨୨ରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି । ଯାହାକୁ ଖୁବ୍ ପ୍ରଶଂସା ମିଳିଛି । ବିଶିଷ୍ଟ ଲେଖକ ଗୌରହରି ଦାସଙ୍କ ଏକ କ୍ଷୁଦ୍ର ଗଳ୍ପକୁ ଆଧାର କରି ଚଳଚ୍ଚିତ୍ର କାହାଣୀ ପ୍ରସ୍ତୁତ କରାଯାଇଛି ।
Shakespeare, in the beautiful garden, among the party. Some of the hall: in fact she was ever to.
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।