୩ ମାସ ବଢିଲା ମାଗଣାରେ ଆଧାର ବିବରଣୀ ଅପ୍ଡେଟ୍
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
Loading...
ସନା ଖାନ ଓ ଜାଏରା ୱସିମଙ୍କ ପରେ ଏବେ ଆଉ ଜଣେ ଅଭିନେତ୍ରୀ ଅଭିନୟ ଜଗତକୁ ବାଏ ବାଏ କହିଛନ୍ତି । ଧାର୍ମିକ କାରଣରୁ ଟେଲିଭିଜନର ପ୍ରସିଦ୍ଧ ସିରିଏଲ୍ ‘ଅନୁପମା’ ଫେମ୍ ଅଭିନେତ୍ରୀ ନନ୍ଦିନୀ ଓରଫ୍ ଅଙ୍ଘା ଭୋସଲେ ଏବେ ଅଭିନୟ ଦୁନିଆକୁ ଅଲବିଦା କହିଛନ୍ତି।
ସନା ଖାନ ଓ ଜାଏରା ୱସିମଙ୍କ ପରେ ଏବେ ଆଉ ଜଣେ ଅଭିନେତ୍ରୀ ଅଭିନୟ ଜଗତକୁ ବାଏ ବାଏ କହିଛନ୍ତି । ଧାର୍ମିକ କାରଣରୁ ଟେଲିଭିଜନର ପ୍ରସିଦ୍ଧ ସିରିଏଲ୍ ‘ଅନୁପମା’ ଫେମ୍ ଅଭିନେତ୍ରୀ ନନ୍ଦିନୀ ଓରଫ୍ ଅଙ୍ଘା ଭୋସଲେ ଏବେ ଅଭିନୟ ଦୁନିଆକୁ ଅଲବିଦା କହିଛନ୍ତି। ସେ ଟିଭି ଇଣ୍ଡଷ୍ଟ୍ରି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ନିଜେ ଅଫିସିଆଲି ଭାବରେ ଘୋଷଣା କରିଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେଆର କରି ଏହି ସୂଚନା ଦେଇଛନ୍ତି।
ଅଙ୍ଘା ତଥା ନନ୍ଦିନୀ କିଛି ଦିନ ତଳେ ‘ଅନୁପମା’ ଶୋ’ ଛାଡିଥିଲେ। ସେହି ସମୟ ଠାରୁ ସେ କୁଆଡେ ଅଭିନୟ ଜଗତକୁ ଛାଡିବା ନେଇ ଚର୍ଚ୍ଚା ହେଉଥିଲା। ଏବେ ଏହି ଚର୍ଚ୍ଚା ଉପରେ ସେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଅଙ୍ଘା ଲେଖିଛନ୍ତି- ‘ହରେ କୃଷ୍ଣ ପରିବାର, ମୁଁ ଜାଣେ ଆପଣ ସମସ୍ତେ ଶୋ’ରେ ମୋତେ ବହୁତ ପ୍ରେମ ଏବଂ ଦୟା ଦେଖାଇଛନ୍ତି, ଏଥିପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ, ମୁଁ ଆପଣଙ୍କ ପାଇଁ କୃତଜ୍ଞ। ମୁଁ ଚଳଚ୍ଚିତ୍ର ଏବଂ ଟିଭି ଇଣ୍ଡଷ୍ଟ୍ରି ଛାଡୁଛି। ମୁଁ ଆଶା କରେ ଆପଣ ସମସ୍ତେ ମୋର ନିଷ୍ପତ୍ତିକୁ ସମ୍ମାନ କରିବେ ଏବଂ ସମର୍ଥନ ମଧ୍ୟ କରିବେ। ଧାର୍ମିକ କାରଣରୁ ମୁଁ ଏହି ନିଷ୍ପତ୍ତି ନେଇଛି।ଏନେଇ ସେ ଆହୁରି କହିଛନ୍ତି,କି ‘ଆମେ ସମସ୍ତେ ଈଶ୍ୱରଙ୍କ ସନ୍ତାନ। ସମସ୍ତଙ୍କର ଭିନ୍ନ ଭିନ୍ନ ରାସ୍ତା ରହିଛି କିନ୍ତୁ ଗନ୍ତବ୍ୟସ୍ଥଳ ଗୋଟିଏ। ଆମ ସମସ୍ତଙ୍କ ଆସ୍ଥା ତାଙ୍କ ଉପରେ ରହିଛି ଏବଂ ଆମେ ନିଶ୍ଚିତ ଭାବରେ ତାଙ୍କ ଆଡକୁ ଯିବା। ଭଗବାନ ସର୍ବଦା ଦୟାଳୁ ,ପ୍ରେମରେ ପରିପୂର୍ଣ୍ଣ ଏବଂ ସର୍ବଦା ଆମ ସହିତ ଛିଡା ହୋଇ ରହିଛନ୍ତି। … ଆମର ଜନ୍ମ ହେବାର କାରଣକୁ ମଣିଷ ଭାବରେ ବୁଝିବା ଆମର ଦାୟିତ୍ୱ। ତେଣୁ ଏହା ବୁଝିବାକୁ ହେବ ଯେ ଭଗବାନଙ୍କୁ ସେବା କରିବା ଏବଂ ପ୍ରେମ କରିବା ଓ କୃଷ୍ଣ ଚେତନା ବାଣ୍ଟିବା ପାଇଁ ମଣିଷ ଜନ୍ମ ହୋଇଛି।’
ଅଙ୍ଘାଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ତାଙ୍କର ଅନେକ ଫ୍ୟାନ୍ ଭାଙ୍ଗି ପଡିଛନ୍ତି। ତାଙ୍କୁ ଆଉ କେବେବି ପରଦାରେ ଦେଖିବାକୁ ମିଳିବ ନାହିଁ ବୋଲି ସେମାନେ ଦୁଃଖ ପ୍ରକାଶ କରିଛନ୍ତି। ସୂଚନା ମୁତାବକ, ଅଙ୍ଘା, ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅନେକ ସିରିଏଲରେ କାମ କରିଛନ୍ତି। ସେଥିମଧ୍ୟରୁ ଅନୁପମା ଅନ୍ୟତମ। ଏହି ସିରିଏଲ ମାଧ୍ୟମରେ ତାଙ୍କୁ ଟିଭି ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ ମିଳିଥିଲା।
Shakespeare, in the beautiful garden, among the party. Some of the hall: in fact she was ever to.
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
‘ପ୍ରବର୍ତ୍ତନ ନିର୍ଦେଶାଳୟ’ ତରଫରୁ ‘ଇଣ୍ଟର୍ପୋଲ୍’ ଜାରି କରିଥିବା ‘ରେଡ୍ ନୋଟିସ୍’ ଆଧାରରେ ‘ମହାଦେବ ଅନ୍ଲାଇନ୍ ବେଟିଙ୍ଗ୍ ଆପ୍’ର ୨ଜଣ ମୁଖ୍ୟ ମାଲିକଙ୍କ ମଧ୍ୟରେ ଅନ୍ୟତମ ରବି ଉପ୍ପଲଙ୍କୁ ଦୁବାଇରେ ସ୍ଥାନୀୟ ପୁଲିସ ଅଟକ ରଖିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣଙ୍କୁ ସକାଳୁ ମିଳିବ ଅବଢ଼ା। ଏହାସହ ମନ୍ଦିରରେ ଭୋର୍ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବାନେଇ ସୂଚନା ଦେଇଛି ପ୍ରଶାସନ।