ପାକିସ୍ତାନରେ ବ୍ୟାନ ହେଲା ‘ପରୀ’ , ଅନୁଷ୍କାଙ୍କ ଅଭିନୟକୁ ବିରାଟଙ୍କ ପ୍ରଶଂସା

ପରଦାକୁ ଆସିଛି ଅନୁଷ୍କା ଶର୍ମାଙ୍କ ଚଳଚ୍ଚିତ୍ର ‘ପରୀ’

ଅଭିନେତ୍ରୀ ଅନୁଷ୍କା ଶର୍ମା ଅଭିନୀତ ଓ ପ୍ରଯୋଜିତ ହରର୍‌ ଫିଲ୍ମ ‘ପରୀ’ ଶୁକ୍ରବାର ମୁକ୍ତିଲାଭ କରିଛି ।ଭାରତୀୟ କ୍ରିକେଟ୍ ଦଳର  ଅଧିନାୟକ ବିରାଟ କୋହଲି ହରର ଫିଲ୍ମ ପରୀରେ  ନିଜର ପତ୍ନୀ ଅନୁଷ୍କା ଶର୍ମାଙ୍କ ଅଭିନୟକୁ ବହୁତ ପ୍ରଶଂସା କରିଛନ୍ତି । ଅନୁଷ୍କାଙ୍କ ଅନ୍ୟ ଫିଲ୍ମଠାରୁ ପରୀ ବେଶ ଉଚ୍ଚକୋଟୀର ହୋଇଥିବା ବିରାଟ ଟ୍ୱିଟରରେ ଜଣାଇଛନ୍ତି । ଏହା ମୋର ପତ୍ନୀଙ୍କ ଏ ପର୍ୟ୍ୟନ୍ତ ସବୁଠୁ ବହୁତ ଭଲ ଅଭିନୟ । ଅନୁଷ୍କା ଏଥିରେ ତାଙ୍କର ଶ୍ରେଷ୍ଠ ଅଭିନୟ କରିଛନ୍ତି ବୋଲି କହିଛନ୍ତି କୋହଲୀ । ବିବାହ ପରେ ପରୀ ହେଉଛି ଅନୁଷ୍କାଙ୍କ ପ୍ରଥମ ରିଲିଜ ହୋଇଛି ଫିଲ୍ମ । ଅତିଭୌତିକ କାହାଣୀକୁ ନେଇ ଗତି କରିଛି ଏହି ଚଳଚ୍ଚିତ୍ର ।

ପାକିସ୍ତାନରେ ଏହି ଫିଲ୍ମକୁ ବ୍ୟାନ କରାଯାଇଛି । ଫଳରେ ପାକିସ୍ତାନର ବଲିଉଡ୍ ପ୍ରେମୀ ଏହି ଚଳଚ୍ଚିତ୍ର ଦେଖିପାରିବେ ନାହିଁ । କାରଣ ଏହି ସିନେମାରେ ଇସଲାମ ବିରୋଧୀ ଅଭିଯୋଗ ହେବା ପରେ ଏପରି ନିଷ୍ପତି ନେଇଛନ୍ତି ପାକିସ୍ତାନୀ ସିନେମା ବିତରକ । ଏହି ସିନେମାରେ କିଛି କଳା ଯାଦୁ, କିଛି ଅଣ ମୁସଲିମ ମୂଲ୍ୟବୋଧ ଓ ମୁସଲିମ ବିରୋଧୀ ଭାବନାକୁ ପ୍ରୋତ୍ସାହନ ଦେଉଛି ।

ଏହା ବ୍ୟତୀତ ସିନ୍ଧ୍ ଓ ପଂଜାବ ପ୍ରଦେଶରେ ସେନସର ବୋର୍ଡ ଏହି ସିନେମାକୁ ଅନୁମତି ଦେଇଥିବା ବେଳେ ଇସଲାମବାଦରେ ଅବସ୍ଥିତ ସେଂଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ଏହା ଉପରେ ଲଗାମ ଲଗାଇଛନ୍ତି ।

ପାକିସ୍ତାନୀ ଚ୍ୟାନେଲ ଜିଓ ଟିଭି ସେଠାକାର ସେନସର ବୋର୍ଡର ସୂତ୍ରରୁ କହିଛି ଯେ ଏହି ଫିଲ୍ମରେ କେବଳ କୁରାନର ଆୟତକୁ ହିନ୍ଦୁ ମନ୍ତ୍ର ସହିତ ମିଶାଯାଇଛି ତା ନୁହେଁ ବରଂ କୁରାନର ଆୟତକୁ କଳା ଯାଦୁ ପାଇଁ ମଧ୍ୟ ପ୍ରୟୋଗ କରାଯାଇଛି ଯାହା ମୁସଲିମଙ୍କୁ ନକରାତ୍ମକ ଶୈଳୀରେ ଉପସ୍ଥାପନ କରାଯାଇଛି । ଶେଥି ପାଇଁ ଏହି ସିନେମାକୁ ପାକିସ୍ତାନରେ ବ୍ୟାନ କରାଯାଇଛି ।

ପଢନ୍ତୁ ;

ଉଚ୍ଚତା ବୃଦ୍ଧି ପାଇଁ ଆପଣାନ୍ତୁ ଏହି ସରଳ ଉପାୟ

ପାକିସ୍ତାନରେ ଏହି ଫିଲ୍ମକୁ ବ୍ୟାନ କରାଯାଇଛି - 4.6

91%

ବିବାହ ପରେ ପରୀ ହେଉଛି ଅନୁଷ୍କାଙ୍କ ପ୍ରଥମ ରିଲିଜ ହୋଇଛି ଫିଲ୍ମ - 4.5

89%
4.5/5

Very Good!

ପାକିସ୍ତାନରେ ବ୍ୟାନ ହେଲା ‘ପରୀ’ , ଅନୁଷ୍କାଙ୍କ ଅଭିନୟକୁ ବିରାଟଙ୍କ ପ୍ରଶଂସା

ଅଭିନେତ୍ରୀ ଅନୁଷ୍କା ଶର୍ମା ଅଭିନୀତ ଓ ପ୍ରଯୋଜିତ ହରର୍‌ ଫିଲ୍ମ ‘ପରୀ’ ଶୁକ୍ରବାର ମୁକ୍ତିଲାଭ କରିଛି ।ଭାରତୀୟ କ୍ରିକେଟ୍ ଦଳର  ଅଧିନାୟକ ବିରାଟ କୋହଲି ହରର ଫିଲ୍ମ ପରୀରେ  ନିଜର ପତ୍ନୀ ଅନୁଷ୍କା ଶର୍ମାଙ୍କ ଅଭିନୟକୁ ବହୁତ ପ୍ରଶଂସା କରିଛନ୍ତି । ଅନୁଷ୍କାଙ୍କ ଅନ୍ୟ ଫିଲ୍ମଠାରୁ ପରୀ ବେଶ ଉଚ୍ଚକୋଟୀର ହୋଇଥିବା ବିରାଟ ଟ୍ୱିଟରରେ ଜଣାଇଛନ୍ତି

No Votes Yet

You're not rated yet