Featured

ଅନୁଷ୍କା ମା ହେବାକୁ ନେଇ ସୋସିଆଲ ମିଡିଆରେ ଚର୍ଚା ଜୋର ଧରିଛି

 ବିରାଟ କୋହଲିଙ୍କ ଟ୍ଵିଟ୍‌

ଭାରତୀୟ  କ୍ରିକେଟ ଟିମ୍‌ କ୍ୟାପଟେନ୍‌ ବିରାଟ କୋହଲି ଏବଂ ବଲିଉଡ୍‍ କଳାକାର ଅନୁଷ୍କା ଶର୍ମାଙ୍କର ବିବାହ ୨୦୧୭ର ସବୁଠାରୁ ଚର୍ଚ୍ଚିତ ବିବାହ ଥିଲା । ନିଜ ବିବାହକୁ ଗୋପନ ରଖି ଇଟାଲିରେ ବିବାହ କରିଥିଲେ ଏହି ପ୍ରେମୀ ଯୁଗଳ । ବିବାହ ପରେ ସୋସିଆଲ ସାଇଟ୍‌ମାନଙ୍କରେ ଦୁହିଁଙ୍କ ଫଟୋ ମଧ୍ୟ ଚହଳ ପକାଇଥିଲା ।

ଏବେ ଶୁଣିବାକୁ ମିଳୁଛି କି ବାହାଘରର ୩ ମାସ ପରେ ଅନୁଷ୍କା ଗର୍ବବତୀ ଅଛନ୍ତି । ବିବାହର ୩ ମାସ ପରେ ଅନୁଷ୍କା ଗର୍ଭବତୀ ଥିବା କୁହାଯାଉଛି । ଏହି ଖବର ପ୍ରସାରିତ ହେବା ପରେ ସମସ୍ତେ ଦୁହିଁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।  ଅନୁଷ୍କା ଏତେ ଶୀଘ୍ର କେମିତି ମା’ ହେବା କଥା ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। କିଛି ଲୋକ ବିବାହ ପରି ଏ ଖବରକୁ ମଧ୍ୟ ବିରୁଷ୍କା ଗୋପନ ରଖିବାକୁ ଚାହୁଁଥିବେ  ବୋଲି କହିବା ଆରମ୍ଭ କରିଛନ୍ତି ।

କିଛି ଦିନ ତଳେ ବିରାଟ ଏକ ଟ୍ଵିଟ୍‌ କରିଥିଲେ । ଯେଉଁଥିରେ “ଏବେ ବହୁତ କିଛି ଘଟୁଛି । ଆପଣମାନେ ଏହା ବିଷୟରେ ବହୁତ ଶୀଘ୍ର ଜାଣି ପାରିବେ” ବୋଲି ଟ୍ଵିଟ୍‌ କରିଥିଲେ । ବିରାଟଙ୍କ ଟ୍ଵିଟ୍‌ରୁଏ ଖବର ପ୍ରସାର ହେବା ଆରମ୍ଭ ହୋଇଥିଲା ।

ଏହି ଟ୍ଵିଟ୍‌ ଆସିବା ପରେ ବିରାଟଙ୍କ ଫ୍ୟାନ୍‌ ଏହାର ବିଭିନ୍ନ ଦିଗ ଭାବିବା ସହ ଲେଖିବା ଆରମ୍ଭ କରିଥିଲେ । ଅନୁଷ୍କା ଭାଉଜ ଗର୍ଭବତୀ ଅଛନ୍ତି କି?ଛୋଟ ବିରାଟ ଆସିବାର ଅଛି କି? ଏଭଳି ଟ୍ଵିଟ୍‌ କରି ବିରାଟଙ୍କ ଫ୍ୟାନ୍‌ମାନେ ତାଙ୍କ ଟ୍ଵିଟ୍‌ର ଜବାବ ରଖିଥିଲେ । ଅନ୍ୟ ପକ୍ଷରେ ଏତେ ସବୁ ପ୍ରଶ୍ନର ଏ ପର୍ଯ୍ୟନ୍ତ କୌଣସି ଉତ୍ତର ଦେଇ ନାହାନ୍ତି  ବିରାଟ । ପ୍ରକୃତ କଥା  କ’ଣ ତାହା ବିରାଟଙ୍କ ଉତ୍ତର ଦେବା ପରେ ହିଁ ଜଣା ପଡ଼ିବ ?

ପଢନ୍ତୁ ;

ଚାରିଦିନ ବନ୍ଦ ରହିବ ବ୍ୟାଙ୍କ ଓ ସରକାରୀ କାର୍ଯ୍ୟ।ଳୟ

Related posts

ଆସନ୍ତୁ ଜାଣିବା, ତମ୍ୱା ପାତ୍ରରେ ପାଣି କିମ୍ବା ତାମ୍ରଜଳ ପିଇବା ଦ୍ୱାରା ଆପଣଙ୍କୁ କି ସୁଫଳ ମିଳିବ

ENO Beuro

ଯାଣନ୍ତୁ କମଳାର ଉପକାରୀତା – ସୁନ୍ଦର ଓ ଉଜ୍ୱଳ ତ୍ୱଚା ପାଇଁ କମଳା ର ଘରୋଇ ଉପଚାର

ENO Beuro

Three Chariots Of Deities Are Newly Constructed Every Year For Ratha Yatra

ENO Beuro

2 comments

Leave a Comment