Entertainment

ବିବାଦରେ ଫସିଯାଇଛି ‘ଇ ସମୟ’ : ଟ୍ୱିଟ କରି ସମାଲୋଚନା କଲେ ଅଭିନେତ୍ରୀ ଅନୁଷ୍କା

By ENO Beuro

March 10, 2018

ଅନୁଷ୍କା ଶର୍ମାଙ୍କ ଜୀବନ ଉପରେ ଆଧାରିତ ମନଗଢ଼ା କାହାଣୀକୁ ନିଜ ଖବରକାଗଜରେ ଛାପି ବିବାଦରେ ଫସିଯାଇଛି ‘ଇ ସମୟ’

ଆଜିକାଲି ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଲୋକପ୍ରିୟତା ସାଉଁଟିବା ଆଶାରେ ସେଲିବ୍ରେଟିମାନଙ୍କ ଜୀବନ ଉପରେ ବେଶି ଧ୍ୟାନ ଦେଉଥିବା ଦେଖିବାକୁ ମିଳୁଛି । କୌଣସି ସାକ୍ଷାତକାର ନ ନେଇ ମଧ୍ୟ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଜୀବନ ଉପରେ ଆଧାରିତ ମନଗଢ଼ା କାହାଣୀକୁ ନିଜ ଖବରକାଗଜରେ ଛାପି ବିବାଦରେ ଫସିଯାଇଛି ‘ଇ ସମୟ’।

ଅଭିନେତ୍ରୀ ଅନୁଷ୍କା ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ସେ ଖବରକାଗଜର ପୃଷ୍ଠାଗୁଡ଼ିକୁ ଅପ୍‌ଲୋଡ କରି ତୀବ୍ର ସମାଲୋଚନା କରିଛନ୍ତି । ‘ଇ ସମୟ’ ପରି ଏକ ନାମକରା ଖବରକାଜ ନିକଟରେୁ ଏପରି ଆଶାା କରାଯାଉନି ବୋଲି ସେ ଜଣାଇଛନ୍ତି । ଖ୍ୟାତିସଂପନ୍ନ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଏପରି ମନ ଗଢ଼ା କାହାଣୀ ଗଢ଼ା ଯାଉଛି ବୋଲି ସେ ଜଣାଇଛନ୍ତି ।

ଅଭିନେତ୍ରୀ ଅନୁଷ୍କା ନିକଟରେ କୌଣସି ବି ଗଣମାଧ୍ୟମରେ କିିଛି ସାକ୍ଷାତକାର ଦେଇନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଅନୁଷ୍କାଙ୍କର ଏହି ଟୁଇଟ୍‌ରେ ତାଙ୍କ ଫ୍ୟାନ୍‌ମାନେ ଅନେକ ରିଟୁଇଟ୍‌ କରି ‘ଇ ସମୟ’କୁ ନିନ୍ଦା କରିଛନ୍ତି । ଲୋକପ୍ରିୟତା ସାଉଁଟିବା ଉଦ୍ଦେଶ୍ୟରେ ଖବରକାଗଜ କରିଥିବା ନକଲି ପ୍ରଚେଷ୍ଟା ଏବେ ବଦନାମର କାରଣ ପାଲଟିଛି ।

ପଢନ୍ତୁ ;

କେନ୍ଦ୍ର ସରକାରଙ୍କ ନୂଆ ନିୟମ : ପାସପୋର୍ଟ ଦିଅ , ଋଣ ନିଅ