Entertainment

ରିଲିଜ ହେଲା ଅନୁଷ୍କା ଶର୍ମାଙ୍କ ‘ପରୀ’ ଟ୍ରେଲର :ଅନୁଷ୍କା ଭୟଙ୍କର ଭୂମିକାରେ ନଜର ଆସୁଛନ୍ତି

ଅନୁଷ୍କାଙ୍କୁ ଦେଖି ଡରିଲେ ଦର୍ଶକ

ବଲିଉଡ଼ ଅଭିନେତ୍ରୀ ଏବଂ ପ୍ରଯୋଜକ ଅନୁଷ୍କା ଶର୍ମା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପରୀ’କୁ ନେଇ ରହିଛନ୍ତି ବହୁତ ଚର୍ଚ୍ଚାରେ । ଶେଷରେ ପରୀର ଟ୍ରେଲର ରିଲିଜ ହେଇଛିି । ଏହା ବହୁତ ଭୟଙ୍କର ଲାଗୁଛି । ଏହି ଟ୍ରେଲରରୁ ଜଣାପଡିଛି କି ଏହି ସିନେମାଟି ଅନ୍ୟ ହରର୍ ସିନେମା ଭଳି ଭୟଙ୍କର ।ପୂର୍ବରୁ ପ୍ରକାଶିତ ଥିଲା ଏହି ଚଳଚ୍ଚିତ୍ରଟି ଭୂତଙ୍କର କାହାଣୀ ଉପରେ ଆଧାରିତ ହେବ। ତେବେ ଏଥିରେ ଅନୁଷ୍କା ଅତ୍ୟନ୍ତ ଭୟଙ୍କର ଭୂମିକାରେ ନଜର ଆସୁଛନ୍ତି ।

ବର୍ତମାନ ପର୍ଯ୍ୟନ୍ତ ଏହି ସିନେମାଟିର ୩ଟି ଟିଜର ଆସି ସାରିଛି । ଏହି ସବୁଥିରେ ଅନୁଷ୍କାଙ୍କୁ ଭୟାନକ ରୂପରେ ଦେଖିବାକୁ ମିଳିଛି । ଏହି ସିନେମାରେ ପରମବ୍ରତଙ୍କ ଚରିତ୍ର ଅନୁଷ୍କାଙ୍କୁ ସାହାର୍ଯ୍ୟ କରିବାକୁ ଚାହିୁଁଥିବା ଦେଖିବାକୁ ମିଳିଛି । ହେଲେ ପଛରୁ କାହାର ପାଟି ଶୁଭୁଛି ଯେ , ଏ ଝିଅ ଆପଣଙ୍କ ସହାନୁଭିତର ଯୋଗ୍ୟ ନୁହେଁ ।

ସିନେମାଟିରେ ବହୂତ ଗୁଡିଏ ଭୟଙ୍କର ଦୃଶ୍ୟ ରହିଛି ହେଲେ ଆପଣ ଏହାକୁ କାହା ସହିତ ଯୋଡି ପାରିବେନି । ଏହି ସିନେମା ପୂର୍ବରୁ ମଧ୍ୟ ଅନୁଷ୍କା ଶର୍ମା ‘ଫିଲ୍ୱୋରି’ ସିନେମାରେ ଭୁତୁଣୀ ଭୁମିକାରେ ନଜର ଆସିଥିଲେ । ଏହା କମେଡି ଥିବା ବେଳେ ପରୀ ସିରିୟସ ସିନେମା ।

ସିନେମାର ନିର୍ଦ୍ଦେଶକ ପ୍ରସୋତ ରାଓ ଏହି ଫିଲ୍ମଟି ମାର୍ଚ୍ଚ ୨ କୁ  ରିଲିଜ ହେବ । ପରୀରେ ଅନୁଷ୍କାଙ୍କ ସହ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ରଜତ କପୁର ଏବଂ ରିତାବାରି ଚର୍କବର୍ତ୍ତୀ ।
ରିଲିଜ ହେଲା ଅନୁଷ୍କା ଶର୍ମାଙ୍କ ‘ପରୀ’ ଟ୍ରେଲର :ଅନୁଷ୍କା ଭୟଙ୍କର ଭୂମିକାରେ ନଜର ଆସୁଛନ୍ତି pari
ପଢନ୍ତୁ ;

ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ରବିବାର ଦିନ କ’ଣ କଲେ ସୁଧୁରିବ ଆପଣଙ୍କ ସମସ୍ୟା

Related posts

ମାନବ ଚାଲାଣ ମାମଲା: ଗାୟକ ଦଲେର ମେହେନ୍ଦି ଦୋଷୀ ସାବ୍ୟସ୍ତ, ୨ ବର୍ଷ ଜେଲ

Krishna Kumar Manoj

ଡ୍ୟାନ୍ସିଂ ଅଙ୍କଲ୍‌ଙ୍କ ଡ୍ୟାନ୍ସ ଭିଡିଓ ଦେଖି କ’ଣ କହିଲେ ଗୋବିନ୍ଦା ଜାଣନ୍ତୁ?

Krishna Kumar Manoj

ଗର୍ଲଫ୍ରେଣ୍ଡଙ୍କ ସାନଭଉଣୀଙ୍କ ସହ ନଜର ଆସିବେ ସୁଶାନ୍ତ ସିଂହ ରାଜ୍‌ପୁତ୍‌

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More