Entertainment

ପ୍ରଭାସଙ୍କ ସହିତ ଅନୁଷ୍କାଙ୍କ ବିବାହକୁ ନେଇ ଚର୍ଚା, ମୁହଁ ଖୋଲିଲେ ଅନୁଷ୍କା

ବାହୁବଳୀ  ସିନେମାରେ ଅଭିନେତା ପ୍ରଭାସ ଓ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ କେମେଷ୍ଟ୍ରି ଓ ଅଭିନୟ ଦର୍ଶକଙ୍କୁ ବହୁ ପସନ୍ଦ ଆସିଥିଲା। ତେବେ ‘ବାହୁବଳୀ’ ସିନେମା ପରେ ଅନୁଷ୍କା ଓ ପ୍ରଭାସଙ୍କ ଲୁଚାଛୁପା ପ୍ରେମ ଚାଲିଛି ବୋଲି ଚର୍ଚ୍ଚା ଜୋର ଧରିଥିଲା। କେବଳ ଏତିକି ନୁହେଁ ଦୁହେଁ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ବି ଖବର ପ୍ରକାଶ ପାଇଥିଲା। ତେବେ ଏହି ସବୁ କଥା ଉପରେ ଅନୁଷ୍କା ବିରାମ ଲାଗାଇ ଦେଇଛନ୍ତି।

କିଛିଦିନ ହେବ ଶୁଣିବାକୁ ମିଳିଥିଲା ଅନୁଷ୍କା ଓ ପ୍ରଭାସଙ୍କ ନିର୍ବନ୍ଧ ହେବାକୁ ଯାଉଛି। ନିକଟରେ ଏକ  ସାକ୍ଷାତକାରରେ ପ୍ରଭାସ କହିଥିଲେ, ମୋତେ ମୋର ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଆଲୋଚନା କରିବା  ପସନ୍ଦ ନୁହେଁ। ଅନେକ ଲୋକ ମୋତେ ପଚାରି ଥାଆନ୍ତି ମୋର କାହା ସହିତ ଆଫେୟାର ଅଛି, ମୁଁ କାହାକୁ ପସନ୍ଦ କରୁଛି କି ନାହିଁ, କାହାକୁ ବିବାହ କରିବି।  ମୁଁ ମୋର ବ୍ୟକ୍ତିଗତ କଥାକୁ ପ୍ରାଇଭେଟ ରଖିବାକୁ ଚାହେଁ। ହଁ ମୁଁ ଯେବେ ବିବାହ କରିବି ସମସ୍ତଙ୍କୁ ଏ ସମ୍ପର୍କରେ ନିଶ୍ଚିୟ ଜଣାଇବି ବୋଲି କହିଥିଲେ ପ୍ରଭାସ।

ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଅନୁଷ୍କା କହିଛନ୍ତି, ପ୍ରଭାସ ମୋର ଜଣେ ଭଲ ସାଙ୍ଗ। ଆମ ମଧ୍ୟରେ ବନ୍ଧୁତା ଛଡ଼ା ଅନ୍ୟ କିଛି ସମ୍ପର୍କ ନାହିଁ। ଆମେ ଦୁହେଁ ବିବାହ କରିବା କଥା ଗଣମାଧ୍ୟମରେ ମିଥ୍ୟା ଭାବେ ପ୍ରଚାର କରାଯାଉଛି। ମୋର ଯେତେବେଳେ ବିବାହ ହେବ ଆପଣଙ୍କୁ ନିଶ୍ଚୟ ଜଣାଇବି।ଅନୁଷ୍କା ଏବେ ନିଜର ଆଗାମୀ ସିନେମା ‘ଭାଗାମାଥି’ ପ୍ରମୋସନ୍‌ ପାଇଁ ବ୍ୟସ୍ତ ଅଛନ୍ତି। ତାଙ୍କର ଏହି ସିନେମା ଜାନୁଆରି ୨୬ରେ ମୁକ୍ତିଲାଭ କରିବ।

ପ୍ରଭାସଙ୍କ ସହିତ ଅନୁଷ୍କାଙ୍କ ବିବାହକୁ ନେଇ ଚର୍ଚା, ମୁହଁ ଖୋଲିଲେ ଅନୁଷ୍କା prabhas anuska sethi

ପଢନ୍ତୁ ;

ଆସନ୍ତୁ ଜାଣିବା ମୁହଁରେ କେମିତି ଲଗାଇବା ପରିବାର ଏହି ୫ଟି ଫେସ୍ ପ୍ୟାକ୍

 

Related posts

ମହେଶ୍ ବାବୁଙ୍କ ଜଲ୍‌ଓ୍ବା ଏବେ ଆମେରିକାରେ ଦେଖିବାକୁ ମିଳିବ

Krishna Kumar Manoj

‘୧୦୨ ନଟ ଆଉଟ ’ : ୨୭ ବର୍ଷ ପରେ ପୁଣି ପରଦାରେ ଏକାଠି ହେଲେ ଏହି ଦୁଇ ସୁପରଷ୍ଟାର

Krishna Kumar Manoj

ଲୋକପ୍ରିୟ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More