ହାତ ଛାଡି ପଦ୍ମ ଧରିବେ ଅଭିନେତ୍ରୀ ଅପରାଜିତା ମହାନ୍ତି

୧୭ରେ ପଦ୍ମ ଧରିବେ ଅପରାଜିତା

କଂଗ୍ରେସ ଛାଡିଥିବା ଜଣାଶୁଣା ସିନେ ଅଭିନେତ୍ରୀ ଅପରାଜିତା ମହାନ୍ତି ବିଜେପିରେ ଯୋଗଦେବେ।ଆସନ୍ତା ୧୭ ତାରିଖରେ ସେ ବିଜେପିରେ ସାମିଲ ହେବେ ବୋଲି ସୂଚନା ମିଳିଛି। କଂଗ୍ରେସ କହିଛି, ଦଳର ବିଚାରଧାରା ଓ ଆଦର୍ଶକୁ ବୁଝିପାରିଲେନି ଅପରାଜିତା । ୨୦୧୪ରେ କଂଗ୍ରେସ ଟିକେଟରେ କଟକ ଆସନରୁ ଲୋକସଭା ନିର୍ବାଚନ ଲଢିଥିଲେ ଏହି ଓଲିଉଡ ଅଭିନେତ୍ରୀ । ହେଲେ ବିଜେଡି ପ୍ରାର୍ଥୀ ଭର୍ତୃହରି ମହତାବଙ୍କ ଠାରୁ ହାରିଯାଇଥିଲେ । ଏବେ ରାଜନୀତିକୁ ଫେରିବାକୁ ପୁଣି ଇଚ୍ଛା ପ୍ରକାଶ କରିଛନ୍ତି ଅପରାଜିତା।

ଅପରାଜିତା ୪ ବର୍ଷ ତଳେ କଂଗ୍ରେସର ହାତ ଧରି ରାଜନୀତିରେ ପାଦ ଦେଇଥିଲେ। ଅଭିନେତାରୁ ବନିଥିଲେ ନେତା। ଆଉ ଏବେ ଏହି ନେତାଙ୍କ ଦଳ ବଦଳ ନେଇ ଜୋରଧରିଛି ଚର୍ଚା। ସୂଚନା ଅନୁଯାୟୀ ଆସନ୍ତା ୧୭ ତାରିଖରେ ହାତ ଛାଡି ପଦ୍ମ ଧରିବେ ଅପରାଜିତା ମହାନ୍ତି । ଅପରାଜିତାଙ୍କ ଏହି ନିଷ୍ପତି କଂଗ୍ରେସ ଶିବିରରେ ବଡ କମ୍ପନ ସୃଷ୍ଟି କରିନଥିଲେ ବି ଦଳ କହିଛି, କଂଗ୍ରେସର ଆଦର୍ଶ ଓ ବିଚାରଧାରାକୁ ବୁଝିପାରିଲେ ନାହିଁ ଅପରାଜିତା।

୨୦୧୪ ସାଧାରଣ ନିର୍ବାଚନ ପରେ ହଠାତ୍ ରାଜନୀତିରୁ ଏକପ୍ରକାର ଦୂରେଇ ଯାଇଥିଲେ ଅପରାଜିତା।କୌଣସି ଦଳୀୟ କାର୍ଯ୍ୟକ୍ରମ, ନିର୍ବାଚନ କିମ୍ବା କ୍ୟାମ୍ପେନରେ ତାଙ୍କୁ ଦେଖିବାକୁ ମିଳିନଥଲା । ଆଗକୁ ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନ ଥିବା ବେଳେ ଏବେ ପୁଣି ଅଂଟା ଭିଡିଛନ୍ତି ଅପରାଜିତା । ଚର୍ଚା ହେଉଛି, ଏଥର ହାତରେ ପଦ୍ମ ଧରି ନିର୍ବାଚନ ମୈଦାନକୁ ଓହ୍ଲାଇବେ ଓଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ।

ପଢନ୍ତୁ;

ଅଚଳ ହୋଇଛି ଏୟାରସେଲ ନେଟଓ୍ଵର୍କ ! ଏହି ସମସ୍ୟାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ

କଂଗ୍ରେସ ଛାଡିଥିବା ଜଣାଶୁଣା ସିନେ ଅଭିନେତ୍ରୀ ଅପରାଜିତା ମହାନ୍ତି ବିଜେପିରେ ଯୋଗଦେବେ। - 4.4

88%

ଅପରାଜିତା ୪ ବର୍ଷ ତଳେ କଂଗ୍ରେସର ହାତ ଧରି ରାଜନୀତିରେ ପାଦ ଦେଇଥିଲେ। - 3.9

77%
4.1/5

Very Good!

ହାତ ଛାଡି ପଦ୍ମ ଧରିବେ ଅଭିନେତ୍ରୀ ଅପରାଜିତା ମହାନ୍ତି

କଂଗ୍ରେସ ଛାଡିଥିବା ଜଣାଶୁଣା ସିନେ ଅଭିନେତ୍ରୀ ଅପରାଜିତା ମହାନ୍ତି ବିଜେପିରେ ଯୋଗଦେବେ।ଆସନ୍ତା ୧୭ ତାରିଖରେ ସେ ବିଜେପିରେ ସାମିଲ ହେବେ ବୋଲି ସୂଚନା ମିଳିଛି। କଂଗ୍ରେସ କହିଛି, ଦଳର ବିଚାରଧାରା ଓ ଆଦର୍ଶକୁ ବୁଝିପାରିଲେନି ଅପରାଜିତା । ୨୦୧୪ରେ କଂଗ୍ରେସ ଟିକେଟରେ କଟକ ଆସନରୁ ଲୋକସଭା ନିର୍ବାଚନ ଲଢିଥିଲେ ଏହି ଓଲିଉଡ ଅଭିନେତ୍ରୀ ।

No Votes Yet

You're not rated yet