POLITICALS

ଲୋକସଭାରେ ଉଠିଲା ସ୍ମାର୍ଟସିଟିର ଜଳବନ୍ଦୀ କଥା

Untitled 1

ରାଜଧାନୀବାସୀଙ୍କ ଦୁଃଖ ଲାଘବ ନିମନ୍ତେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଲୋଡ଼ିଲେ ଅପରାଜିତା ଷଡ଼ଙ୍ଗୀ

ଅସରାଏ ବର୍ଷାରେ ଜଳବନ୍ଦୀ ହୋଇଯାଉଛି ସ୍ମାର୍ଟସିଟି । ଅପନ୍ତରା ଅଞ୍ଚଳ ପରି ରାଜଧାନୀ ରାଜରାସ୍ତାରେ ପାଣିର ସୁଅ ଛୁଟୁଛି । ଘରୁ ଗୋଡ଼ କାଢ଼ିଲେ କୃତ୍ରିମ ବନ୍ୟା ଭ୍ରମ ସୃଷ୍ଟି ହେଉଛି । ସଂସଦରେ ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟା କଥା ସାଂସଦ ଅପରାଜିତା ଷଡ଼ଙ୍ଗୀ   ଉଠାଇଛନ୍ତି।  ଭୁବନେଶ୍ୱରବାସୀଙ୍କ ଦୁଃଖ ଲାଘବ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଛନ୍ତି ଅପରାଜିତା । ସେକହିଛନ୍ତି,“ ଘଣ୍ଟାଏ ବର୍ଷାରେ ଭୁବନେଶ୍ୱରରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହେଉଛି। ଏନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ଏହି ସମସ୍ୟାର ସମାଧାନ କରିବାକୁ ଦୃଷ୍ଟି ଆକର୍ଷଣ କରନ୍ତୁ।”

ସେ ଆହୁରି କହିଛନ୍ତି,“ ମୁଖ୍ୟ ଡ୍ରେନ୍‌ ଗୁଡ଼ିକ ଜବରଦଖଲ ହୋଇଯାଇଥିବାରୁ ଜଳ ନିଷ୍କାସନ ହୋଇପାରୁନି। ଏହାସହ ଗଙ୍ଗୁଆ ନଦୀ ପୋତି ହୋଇଥିବାରୁ  ମଧ୍ୟ ଜଳ ନିଷ୍କାସନ ‌ଅସୁବିଧା ସୃଷ୍ଟି ହେଉଛି।” ଡ୍ରେନ୍ ଗୁଡ଼ିକ ମରାମତି କରାଯିବା ଉପରେ ଜୋର ଦେଇଛନ୍ତି । ଡ୍ରେନ ମରାମତି ହେବାଦ୍ୱାରା ଜଳ ନିଷ୍କାସନ ସହଜ ହୋଇପାରିବ । ଏଦିଗ ପ୍ରତି ଅଧିକ ଦୃଷ୍ଟି ଦେବାପାଇଁ ଜଳ ଶକ୍ତି ମନ୍ତ୍ରାଳୟ ଓ ରାଜ୍ୟ ସରକାର ମିଳିତ ଭାବେ କୌଣସି ବାଟ ବାହାର କରିବା ପାଇଁ ଲୋକସଭାରେ ଅନୁରୋଧ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ ।

ପଢନ୍ତୁ: କାଶ୍ମୀରରେ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ ଅବଧି

Related posts

କଂଗ୍ରେସରେ ଯୋଗ ଦେଲେ ଶତ୍ରୁଘ୍ନ ସିହ୍ନା

Ratnamani Moharana

କିଏ ହେବ ନୂଆ ବାଚସ୍ପତି?

Ratnamani Moharana

ଇତିହାସରେ ପ୍ରଥମଥର ବ୍ରିଫକେସ୍ ବଦଳରେ ଲାଲ୍ ବ୍ୟାଗରେ ବଜେଟ ରଖିଲେ ସୀତାରମଣ୍

Ratnamani Moharana

Leave a Comment