News POLITICALS

ପଦ୍ମ ଧରିବେ ଅପରାଜିତା ଷଡ଼ଙ୍ଗୀ !

ରାଜ୍ୟ ସରକାର ୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ଅପରାଜିତା ଷଡ଼ଙ୍ଗୀଙ୍କ ସ୍ବେଛାକୃତ ଅବସର ଆବେଦନକୁ ଗ୍ରହଣ କରିଛନ୍ତି । ଫଳରେ ସେ ରାଜନୀତିରେ ଯୋଗ ଦେବା ପଥ ପ୍ରଶସ୍ତ ହୋଇଛି । ତେବେ ଅବସର ପରେ ଅପରାଜିତା ଖୁବଶୀଘ୍ର ପଦ୍ମ ଧରିବେ ବୋଲି ତାଙ୍କ ନିକଟତମ ମହଲରୁ ଜଣାଯାଇଛି । ତେବେ ତାଙ୍କ ଭଳି ଜଣେ ଦକ୍ଷ ମହିଳା ପ୍ରଶାସକ କାହିଁକି ରାଜନୀତିକୁ ଆସିବା ପାଇଁ ଚିନ୍ତା କଲେ ସେନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

aparajita

ସେ ରାଜନୀତିରେ ସାମିଲ ହେବା ପାଇଁ ସ୍ୱେଚ୍ଛାକୃତ ଅବସର ନେଇଥିବା ଚର୍ଚ୍ଚା ହେଉଥିବାବେଳେ ଅପରାଜିତା କିନ୍ତୁ ଏନେଇ କିଛି କହିନାହାନ୍ତି । ତେବେ ସେ ରାଜନୀତିର ପାଣିପାଗରେ କିଭଳି ନିଜର ଦକ୍ଷତା ଓ ସେବାକୁ ପ୍ରତିପାଦିତ କରିବେ ସେନେଇ ରାଜନୈତିକ ମହଲରେ ଉତ୍ସୁକତା ଦେଖାଦେଇଛି।

ସୂଚନାଯୋଗ୍ୟ, ଅପରାଜିତା ଷଡ଼ଙ୍ଗୀ ପୂର୍ବରୁ ବିଏମସି କମିଶନର ଭାବେ ନିଜର ଦକ୍ଷତା ପ୍ରତିପାଦନ କରିସାରିଛନ୍ତି । ସେ ୨୦୧୩ରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। କେନ୍ଦ୍ରୀୟ ଡେପୁଟେସନ ଶେଷ ହେବା ପରେ ସେ ଗତ ଅକ୍ଟୋବର ମାସରେ ଓଡ଼ିଶା ଫେରିବାର ଥିଲା । କିନ୍ତୁ ସେ ସେପ୍ଟେମ୍ବର ମାସରେ ସ୍ୱେଚ୍ଛାକୃତ ଅବସର (ଭିଆରଏସ) ନେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଥିଲେ ।

ପଢନ୍ତୁ; ସାତକୋଶିଆରେ ବାଘ ‘ମହାବୀର’ର ମୃତ୍ୟୁ

Related posts

ସେୟାର ବଜାର ଉପରେ ବଜେଟ ପ୍ରହାର :ଗୋଟିଏ ଦିନରେ ୫ ଲକ୍ଷ କୋଟିର କ୍ଷତି

ENO Beuro

ଭୁବନେଶ୍ଵର-ବ୍ୟାଙ୍କକ୍‌ ଉଡିଲା ଏୟାର ଏସିଆ! ଆସିଲେ ୩୮,ଗଲେ ୧୬୫

ENO Beuro

୨୦୧୮ ଫେବ୍ରୁଆରି ୬ ସୁଦ୍ଧା ମୋବାଇଲରେ ଆଧାର ବାଧ୍ୟତାମୂଳକ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More