News

ପଦ୍ମ ଧରିଲେ ଅପରାଜିତା ଷଡଙ୍ଗୀ

ପଦ୍ମ ଧରିଲେ ଅପରାଜିତା ଷଡଙ୍ଗୀ । ଆଜି ଦିଲ୍ଲୀରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ବାସଭବନରେ ସ୍ବତନ୍ତ୍ର ଉତ୍ସବରେ ବିଜେପିରେ ଯୋଗଦାନ ଦେଇଛନ୍ତି ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡ଼ଙ୍ଗୀ। ଏହି ସମୟରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଦଳରେ ଯୋଗ ଦେବା ପରେ ଆସନ୍ତାକାଲି ଅପରାଜିତା ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବାର କାର୍ଯ୍ୟକ୍ରମ ରହିଛି।

aparajita

ଅପରାଜିତାଙ୍କ ରାଜନୀତିକ ପ୍ରବେଶ ପରେ ବିଜେପି ରାଜନୀତି ଚଳଚଂଚଳ ହୋଇଯାଇଛି । ସେ ଭୁବନେଶ୍ୱର ଲୋକସଭା କିମ୍ବା ଭୁବନେଶ୍ୱରର ତିନି ଆସନ ମଧ୍ୟରୁ ଗୋଟିକରେ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ତାହା ସ୍ପଷ୍ଟ ହୋଇନାହିଁ । ୧୯୯୪ ବ୍ୟାଚର ଆଇଏଏସ ଅପରାଜିତା ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ।

ପଢନ୍ତୁ;  ବିଶିଷ୍ଟ କନ୍ନଡ଼ ଅଭିନେତା ଅମ୍ବରିଶଙ୍କ ଦେହାନ୍ତ

Related posts

ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ କିଛି ସ୍ଥାନରେ ବର୍ଷା ସମ୍ଭାବନା , ବଢିବ ଶୀତ

ENO Beuro

ଅକ୍ଟୋବର ୨ରେ ମୁକୁଳିବେ ବୟସ୍କ ବନ୍ଦୀ

ENO Beuro

ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଅମିତା ଉଦ୍‌ଗାତାଙ୍କ ପରଲୋକ!

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More