POLITICALS

ସଚିବାଳୟରେ ନବୀନଙ୍କୁ ଭେଟିଲେ ଅପରାଜିତା ଷଡଙ୍ଗୀ

Np

ଜଣେ ବରିଷ୍ଠ ପ୍ରଶାସକରୁ ରାଜନେତା ହୋଇଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ସବୁବେଳେ ଚର୍ଚ୍ଚା । ଭୁବନେଶ୍ୱରର ବିଜେପି ସାଂସଦ ତଥା ପୂର୍ବତନ ପ୍ରଶାସକ ଅପରାଜିତା ଷଡ଼ଙ୍ଗୀ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ବିକାଶକୁ ତ୍ବରାନ୍ବିତ କରିବା ଲକ୍ଷ୍ୟ ନେଇ ନବୀନଙ୍କ ସହ ଆଲୋଚନା କରିଛନ୍ତି। ଟ୍ୱିଟର ମାଧ୍ୟମରେ ନିଜର ଏହି ସାକ୍ଷାତକୁ ସାର୍ବଜନୀନ କରି ଅପରାଜିତା କହିଛନ୍ତି ଯେ, ସେ ଭୁବନେଶ୍ୱରର ସାଂସଦ ଭାବେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ  ପ୍ରତିଶ୍ରୁତି ଦେଇଛନ୍ତି। ତା’ଛଡ଼ା ସେ ବିଜେଡିର ବିପୁଳ ବିଜୟ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଅନ୍ୟପକ୍ଷରେ ନବୀନଙ୍କ ସହ ଅପରାଜିତାଙ୍କ ଏହି ସାକ୍ଷାତକୁ ନେଇ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଜେପିର ଏକ ଗୋଷ୍ଠୀ ଅପରାଜିତାଙ୍କ ଏଭଳି ସାକ୍ଷାତକୁ ନାପସନ୍ଦ କରିବା ସହ ଏହାର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଜେପିର ଜଣେ ବରିଷ୍ଠ ନେତା ଏ ନେଇ ନିଜର ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ନିର୍ବାଚନମଣ୍ଡଳୀରେ ଲୋକଙ୍କ ପାଇଁ କାମ କରିବା ନିମନ୍ତେ ରାଜ୍ୟ ପ୍ରଶାସନର ସହଯୋଗ ଆବଶ୍ୟକ ପଡ଼େ, ମାତ୍ର ଦଳର ସମସ୍ତ ସାଂସଦ ଯଦି ଏକସଙ୍ଗେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥାନ୍ତେ ତାହା ଭଲ ହୋଇଥାନ୍ତା ବୋଲି ସେ ମତ ଦେଇଛନ୍ତି।
ପଢନ୍ତୁ: ଯୋଗ ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆନିମେଟେଡ୍‌ ତ୍ରିକୋଣାସନ ଭିଡିଓ ଭାଇରାଲ

Related posts

ଲୋକସଭାରେ ଉଠିଲା ସ୍ମାର୍ଟସିଟିର ଜଳବନ୍ଦୀ କଥା

Ratnamani Moharana

ପୁରୀର ବିକାଶ ପାଇଁ ୫ ଶହ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Ratnamani Moharana

ପୂର୍ବ ରାଷ୍ଟ୍ରପତିଙ୍କୁ “ଭାରତ ରତ୍ନ” ସମ୍ମାନରେ ସମ୍ମାନିତ କରିବେ ରାଷ୍ଟ୍ରପତି ରାମନାଥ୍ କୋବିନ୍ଦ

Ratnamani Moharana

Leave a Comment