POLITICALS

ଭୁବନେଶ୍ୱରରେ ପହଞ୍ଚିଲେ ଅପରାଜିତା ଷଡ଼ଙ୍ଗୀ

କହିଲେ ‘ମୁଁ ନୁହେଁ ଆମେ ହୋଇ କାର୍ଯ୍ୟ କରିବୁ’

ବିଜେପିରେ ସାମିଲ ହେବା ପରେ ଆଜି ଭୁବନେଶ୍ୱର ଫେରିଛନ୍ତି ବରିଷ୍ଠ ଆଇଏଏସ ଅଫିସର ତଥା ଓଡ଼ିଆ ବୋହୁ ଅପରାଜିତା ଷଡଙ୍ଗୀ । ସ୍ୱେଚ୍ଛାକୃତ ଅବସର ନେବା ପରେ ଆଇଏଏସ୍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ ଜାତୀୟ ସଭାପତି ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଅପରାଜିତା ବିଜେପିରେ ସାମିଲ ହୋଇଥିଲେ ।

sarangi

ଭୁବନେଶ୍ୱରରେ ପହଞ୍ଚିବା ପରେ ଅପରାଜିତା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି,“ନିଜ ଘରକୁ ଫେରିଥିବାରୁ ମୁଁ ବହୁତ ଉତ୍ସାହିତ ଅଛି। ମୁଁ ନୁହେଁ, ଆମେ ହୋଇ କାର୍ଯ୍ୟ କରିବୁ।” ସେ କହିଛନ୍ତି,“ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ ଉତ୍ସାହିତ ହୋଇ ମୁଁ ରାଜନୀତିକୁ ଆସିଛି। ଓଡ଼ିଶାକୁ ଏକ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାକୁ କାର୍ଯ୍ୟ କରିବି।”

ଉଲ୍ଲେଖଯୋଗ୍ୟ,୧୯୯୪ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଫିସର ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିବା ପରେ ସେ ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ବିଭିନ୍ନ କଳ୍ପନା କରାଯାଉଥିବା ବେଳେ ସେ ଭାଜପାରେ ସାମିଲ ହୋଇଥିଲେ।

ପଢନ୍ତୁ;   ଆଇସିସି ଟେଷ୍ଟ ମାନ୍ୟତା: ସପ୍ତମକୁ ଉଠିଲେ ଅଶ୍ଵିନ

Related posts

ଭୁବନେଶ୍ୱରରୁ ଲଢିବେ ଅପରାଜିତା !

ENO Beuro

ବିଜେପିରେ ସାମିଲ ହେବେ ଓଲିଉଡର ତାରକା ମିହିର ଦାସ ଓ ଅନୁ ଚୌଧୁରୀ

ENO Beuro

କଂଗ୍ରେସ ଦଳର ହାତ ଚିହ୍ନ ପ୍ରତି ବିପଦ ! ନିର୍ବାଚନ କମିସନଙ୍କୁ ଆବେଦନ କଲେ ବିଜେପି ନେତା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More