POLITICALS

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିିତିରେ ବିଧିବଦ୍ଧ ଭାବେ ବିଜେପି ଦଳରେ ସାମିଲ ହେଲେ ଅପରାଜିତା

ବିଜେପିରେ ମିଶିଲେ ଅପରାଜିତା

ଆଜି ଓଡିଆ ସିନେ ଜଗତରେ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି ଆଜି ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଛନ୍ତି । ନିକଟରେ କଂଗ୍ରେସର ହାତ ଛାଡ଼ିଥିବା ଅପରାଜିତା ମହାନ୍ତି ପଦ୍ମଫୁଲ ଧରିଛନ୍ତି । ଭାରତୀୟ ଜନତା ପାର୍ଟୀରେ ଯୋଗ ଦେଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ବିଜେପି ଦଳକୁ ସ୍ୱାଗତ କରିଥିଲେ । ଏହା ସହିତ ଆଜି ତାଳଚେର ମ୍ୟୁନିସିପାଲ୍‌ର କଂଗ୍ରେସ କାଉନସିଲର୍‌ ଜୟନ୍ତ ଗୁଟିଆଙ୍କ ସମେତ ବିଜେଡ଼ି ଓ କଂଗ୍ରେସର ବହୁ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୈରିକ ଟୋପି ପିନ୍ଧାଇ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ଅନ୍ୟ ବିଜେପି ନେତାମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଦଳରେ ମିଶିବା ପରେ ଧର୍ମେନ୍ଦ୍ରଙ୍କୁ ପ୍ରଶଂସା କରିଛନ୍ତି ଅପରାଜିତା।

ପ୍ରଥମେ ୨୦୧୪ରେ ଅପରାଜିତା ମହାନ୍ତି କଂଗ୍ରେସରେ ଯୋଗ ଦେଇ ଲୋକସଭା ପାଇଁ ନିର୍ବାଚନ ଲଢ଼ିଥିଲେ । ବିଜେଡ଼ି ପ୍ରାର୍ଥୀ ଭର୍ତ୍ତୃହରି ମହାତାବଙ୍କଠାରୁ ହାରି ରାଜନୀତି ଦୁନିଆରୁ ଏକ ପ୍ରକାର ଦୂରେଇ ଯାଇଥିଲେ । ଏହା ପରେ ସେ ଗତ ଫେବୃୟାରୀ ୧୩ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ ଅପରାଜିତା । ତେବେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି।

ପ୍ରଥମେ ଅଭିନେତା ଶ୍ରୀତମ ନନ୍ଦ, ପଞ୍ଚାନନ ସାହୁ ଓ ଅଭିନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହା ପରେ ଗତ କିଛି ଦିନ ତଳେ ମିହିର ଦାସ, ଅନୁ ଚୌଧୁରୀ ଓ ହରିହର ମହାପାତ୍ର ଏବଂ ପରେ ପରେ ମହେଶ୍ୱତା ରାୟ ବିଜେପିରେ ସାମିଲ ହେଇଥିଲେ।

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିିତିରେ ବିଧିବଦ୍ଧ ଭାବେ ବିଜେପି ଦଳରେ ସାମିଲ ହେଲେ ଅପରାଜିତା Aparajita Mohanty

ପଢନ୍ତୁ;ଭୁବିଙ୍କ ବିଜୟ ଭେଟି : ୨୮ ରନରେ ଜିତିଲା ଭାରତ

Related posts

ଦଶ ବର୍ଷର ବ୍ୟବଧାନ ପରେ ପୁଣି ମଞ୍ଚକୁ ଓଲ୍ହାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ENO Beuro

ସୁପ୍ରିମକୋର୍ଟର ୪୫ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ୍‌ ଦୀପକ ମିଶ୍ର

ENO Beuro

କର୍ଣ୍ଣାଟକ ନିର୍ବାଚନ: ଭୋଟ ଗଣତି ଆରମ୍ଭ,ବିଜେପି ଆଗୁଆ!

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More