News

ଗୁରୁବାର ଠାରୁ ବନ୍ଦ ରହିଛି ବୁର୍ଲା ସ୍ଥିତ ଡାକ୍ତର ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ

By ENO Beuro

November 10, 2017

ଚଳିତ ବର୍ଷ ସେପ୍ଟେମ୍ବର ୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସମ୍ବଲପୁର ବୁର୍ଲାଠାରେ ଉଦଘାଟନ ହୋଇଥିଲା  ଡାକ୍ତର ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ । ତେବେ ଉଦ୍ଘାଟନର ମାତ୍ର ଦେଢ ମାସ ମଧ୍ୟରେ ବିନା କୌଣସି ପୂର୍ବ ସୂଚନାରେ ପ୍ଲାନେଟାରିୟମ ଗୁରୁବାର ଠାରୁ ବନ୍ଦ ରହିଛି । ବୁର୍ଲା ସ୍ଥିତ ଡାକ୍ତର ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମର ସମସ୍ତ ପରିଚାଳନା ଦାୟିତ୍ୱ ରହିଛି ଭୁବନେଶ୍ୱରରେ ଥିବା ପଠାଣି ସାମନ୍ତ ଚନ୍ଦ୍ରଶେଖର ପ୍ଲାନେଟାରିୟମ କର୍ତ୍ତୃପକ୍ଷଙ୍କ ଉପରେ । ବୈଷୟିକ ସମସ୍ୟା କାରଣରୁ ଏହି ପ୍ଲାନେଟାରିୟମ ଅସ୍ଥାୟୀଭାବେ ବନ୍ଦ ରହିଛି ବୋଲି କାରଣ ଦର୍ଶାଇଛନ୍ତି ପଠାଣି ସାମନ୍ତ ଚନ୍ଦ୍ରଶେଖର ପ୍ଲାନେଟାରିୟମର ଉପ-ନିର୍ଦ୍ଦେଶକ ଶ୍ରୀଯୁକ୍ତ ଶୁଭେନ୍ଦୁ ପଟ୍ଟନାୟକ ।

କିନ୍ତୁ ଏ ସମ୍ପର୍କରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କର ରହିଛି ଭିର୍ଣ୍ଣ ଏକ ମତ। ତାଙ୍କ କହିବ ଅନୁସାରେ ସଫଟେୱର ଲାଇସନଓ ସମସ୍ୟା ଯୋଗୁଁ ପ୍ଲାନେଟାରିୟମ ବନ୍ଦ ରହିଛି । ଇଡକୋ(ଇଣ୍ଡଷ୍ଟ୍ରୀଆଲ ଡଭଲପମେଣ୍ଟ କର୍ପୋରେସନ) ଦ୍ୱାରା ୫.୬ କୋଟି ଟଙ୍କାରେ ନିର୍ମିତ ପ୍ଲାନେଟାରିୟମରେ ଯନ୍ତ୍ରପାତି ଓ ସଫଟେୱର ଏକ ବିଦେଶୀ କମ୍ପାନୀ ଦ୍ୱାରା ଲଗାଯାଇଛି । ଠିକ ସମୟରେ ପାଉଣା ପ୍ରଦାନ କରାଯାଇ ନ ଥିବାରୁ କମ୍ପାନୀ ପକ୍ଷରୁ ସଫଟେୱର ଲାଇସନସ ବାତିଲ କରିଦିଆଯାଇଛି ।

ବିନା କୌଣସି ପୂର୍ବ ସୂଚନାରେ ପ୍ଲାନେଟାରିୟମ ବନ୍ଦ କରି ଦିଆଯାଇଥିବାରୁ ଦର୍ଶକ ଓ ବୁଦ୍ଧିଜୀବୀ ମହଲରେ ଗଭୀର ଅସନ୍ତୋଷ ଦେଖାଯାଇଛି । ପ୍ଲାନେଟାରିୟମରେ ସୋ’ ଦେଖିବାକୁ ବହୁ ଦୂରଦୂରାନ୍ତରୁ ସ୍କୁଲ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ନିରାଶ ହେବାକୁ ପଡ଼ିଛି । ସୋ’ ଦେଖିବା ପାଇଁ କିଛି ସ୍କୁଲ ପକ୍ଷରୁ ଆଗୁଆ ଟିକଟ ବୁକିଂ କରିଥିଲେ ମଧ୍ୟ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଦେଖି ପାରି ନାହାନ୍ତି ।

ପଢନ୍ତୁ, ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଆ ଫିଚର ଫିଲ୍ମ “କ୍ଷଣିକ” ପ୍ରଦର୍ଶିତ ହେବାକୁ ମନୋନୀତ