• Home
  • News
  • ବ୍ୟାଙ୍କ ଚାକିରି କରିବାକୁ ଚହୁଁଛନ୍ତି କି ? ତେବେ ଯଥାଶୀଘ୍ର ଆବେଦନ କରନ୍ତୁ
News

ବ୍ୟାଙ୍କ ଚାକିରି କରିବାକୁ ଚହୁଁଛନ୍ତି କି ? ତେବେ ଯଥାଶୀଘ୍ର ଆବେଦନ କରନ୍ତୁ

ଆଜିକାଲି ପ୍ରାୟ ଯୁବକ ଯୁବତୀ  ବ୍ୟାଙ୍କରେ ଚାକିରୀ ପାଇଁ  ଅନେକ ପରିଶ୍ରକ କରୁଛନ୍ତି । ଯାହାକୁ ଦେଖ, ବ୍ୟାଙ୍କରେ ଚାକିରିଟିଏ ପାଇବା ପାଇଁ ଜୋରସୋର ପ୍ରସ୍ତୁତରେ ଲାଗିପଡିଛନ୍ତି । ଅନେକ ଗୁଡିଏ ପରିକ୍ଷାବି ଦେଉଛନ୍ତି । ତେବେ ଆପଣ ବି ଯଦି ବ୍ୟାଙ୍କ ଚାକିରୀ କରିବା ପାଇଁ ଚହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ବ୍ୟାଙ୍କ୍ ଅଫ୍ ବରୋଦାରେ ସ୍ପେସିଆଲିଷ୍ଟ ଅଫିସର ପଦ ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି । ଏଥିପାଇଁ ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ବ୍ୟାଙ୍କ୍ ଅଫ ବରୋଦା ୱେବସାଇଟ୍ ଦେଖିପାରନ୍ତି । ଯୋଗ୍ୟ ପ୍ରାର୍ଥୀ ଅନଲାଇନ୍ ଆବେଦନ କରିପାରିବେ । ୧୪ ନଭେମ୍ବର ୨୦୧୭ ରୁ ୦୫ ଡିସେମ୍ବର ୨୦୧୭ ମଧ୍ୟରେ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ସୂଚନା ଅନୁସାରେ ଆବେଦନ ତାରିଖ ୮ ଡିସେମ୍ବର ୨୦୧୭ ପର୍ଯ୍ୟନ୍ତ ବଢ଼ିପାରେ ।

ବ୍ୟାଙ୍କ ଅଫ୍ ବରୋଦାରେ ସ୍ପେସିଆଲିଷ୍ଟ ଅଫିସର ପାଇଁ ୪୨୮ଟି ପଦବୀ ଖାଲି ଅଛି । ଶିକ୍ଷାଗତ ଯୋଗ୍ୟତା ଓ ଅନ୍ୟାନ୍ୟ ବିଷୟରେ ସଠିକ୍ ବିବରଣୀ ଜାଣିବା ପାଇଁ ଆପଣ ୱେବସାଇଟ୍ ଯାଇ ଚେକ୍ କରନ୍ତୁ ।

ଅନଲାଇନ୍ ଆବେଦନ ପାଇଁ

୧. ଆବେଦନ କରବା ପୂର୍ବରୁ ପ୍ରାର୍ଥୀଙ୍କର ଏକ ସଠିକ୍ ମେଲ୍ ଆଇଠି ଓ ପଞ୍ଜୀକୃତ ଫୋନ ନମ୍ବର୍ ରହିବା ଜରୁରୀ ।

୨. www.bankofbaroda.co.in  ଯାଇ ଆଦେବନ କରନ୍ତୁ

୩. ତା’ପରେ  Career Opportunities  ଉପରେ କ୍ଲିକ୍ କରନ୍ତୁ

୪. ଆପଣ ଚାହୁଁଥିବା ପୋଷ୍ଟ ଉପରେ କ୍ଲିକ୍ କରନ୍ତୁ

୫. ଧ୍ୟାନ ସହକାରେ ଫର୍ମ ପୂରଣ କରନ୍ତୁ

୬. ଭବିଷ୍ୟତ ପାଇଁ ଅନଲାଇନ୍ ଆପ୍ଲିକେସନର ଏକ ପ୍ରିଣ୍ଟ୍ ଆଉଟ୍ ରଖନ୍ତୁ

ବ୍ୟାଙ୍କ ଚାକିରି କରିବାକୁ ଚହୁଁଛନ୍ତି କି ? ତେବେ ଯଥାଶୀଘ୍ର ଆବେଦନ କରନ୍ତୁ   ବ୍ୟାଙ୍କ ଚାକିରି କରିବାକୁ ଚହୁଁଛନ୍ତି କି ? ତେବେ ଯଥାଶୀଘ୍ର ଆବେଦନ କରନ୍ତୁ

ପଢନ୍ତୁ, ନିର୍ଗୁଣ୍ଡି ରେଳ ଷ୍ଟେସନ୍‌ ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ ସପ୍ତାହେ ଟ୍ରେନ୍‌ ସେବାରେ ପରିବର୍ତ୍ତନ

Related posts

କାଳବୈଶାଖୀ ତାଣ୍ଡବ: ବଜ୍ରପାତରେ ଜଳିଗଲା ୪ ପରିବାରର ୮ ବଖରା

Krishna Kumar Manoj

Second Traffic Police Station Will Start In Odisha Capital

Krishna Kumar Manoj

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁପ୍ରସାଦ ଯାଦବ ଦୋଷୀ, ଜଗନ୍ନାଥ ମିଶ୍ର ନିର୍ଦ୍ଦୋଶ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More