• Home
  • LIFESTYLE
  • ଗ୍ରୀଷ୍ମଋତୁରେ ମେକଅପକୁ ନେଇ ଚିନ୍ତିତ କି ?ତେବେ ଆପଣାନ୍ତୁ ଏହି ଉପାୟ
LIFESTYLE

ଗ୍ରୀଷ୍ମଋତୁରେ ମେକଅପକୁ ନେଇ ଚିନ୍ତିତ କି ?ତେବେ ଆପଣାନ୍ତୁ ଏହି ଉପାୟ

ଗ୍ରୀଷ୍ମଋତୁରେ ମେକଅପକୁ ନେଇ ବିଭିନ୍ନ ସମସ୍ୟାମାନ ଦେଖାଦେଇଥାଏ । ତେବେ କେଉଁ ପ୍ରକାର ମେକଅପ୍ ନେବା ଦ୍ୱାରା ତାହା ଆପଣଙ୍କ ତ୍ୱଚାକୁ ଆକର୍ଷଣୀୟ କରିବା ସହ ନଷ୍ଟ କରି ନଥାଏ ତାହା ଚୟନ କରିବା ମଧ୍ୟ କଷ୍ଟକର ହୋଇପଡିଥାଏ । ତେଣୁ ଏଭଳି କିଛି ସହଜ ଉପାୟ ରହିଛି ଯଦି ତାକୁ ଆପଣ ପ୍ରୟୋଗ କରିନ୍ତି ତେବେ ଏସମସ୍ତ ସମସ୍ୟାର ଅନ୍ତ ଘଟିବ । ତେବେ ଆସନ୍ତୁ ଜାଣିବା ଖରାଦିନେ ମେକଅପ କେମିତି ନେବା ଉଚିତ ।

ଖରାଦିନେ ମେକଅପ୍ ଟିପ୍ସ

ଖରାଦିନେ ମେକଅପ୍ ତରଳି ଯିବା ହେଲା ସବୁଠାରୁ ବଡ ସମସ୍ୟା । ତେଣୁ ଏହି ସମୟରେ ହାଲକା ମେକଅପ୍ ନେବା ଆପଣଙ୍କ ପାଇଁ ଉପଯୁକ୍ତ ।

ଅତ୍ୟଧିକ ଗାଢ ମେକଅପ୍ ନିଅନ୍ତୁ ନାହିଁ । କାରଣ ଏହାଦ୍ୱାରା ଆପଣଙ୍କ ତ୍ୱଚା ନଷ୍ଟ ହେବା ସହ ଅସୁନ୍ଦର ଦେଖାଯାଇଥାଏ ।ମେକଅପ୍ ପୂର୍ବରୁ ମୁହଁରେ ବରଫ ଘଷନ୍ତୁ । ଏହାଦ୍ୱାରା ମେକଅପ୍ ଅଧିକ ସମୟ ଯାଏଁ ରହିଥାଏ ।

ଆପଣଙ୍କ ତ୍ୱଚା ତେଲିଆ ହୋଇଥିଲେ କଂପାକ୍ଟ ଲଗାଇ ପ୍ରୟୋଗ କରିପାରନ୍ତି । ଖରାଦିନେ ପାଉଡର ବ୍ଲଶଠାରୁ ଦୂରରେ ରୁହନ୍ତୁ । ଖରାଦିନେ ଲିକୁଇଡ ଏବଂ କ୍ରିମ୍ ଫାଉଣ୍ଡେସନ ପରିବର୍ତ୍ତେ ପାଉଡର ବେସଡ ଫାଉଣ୍ଡେସନ ବ୍ୟବହାର କରନ୍ତୁ ।

ଏସପିଏଫ ଯୁକ୍ତ ଲିପବାମ୍ ବ୍ୟବହାର କରନ୍ତୁ । ଏଥିସହ ନାଚୁରାଲ୍ କଲର ଲିପଷ୍ଟିକ ମଧ୍ୟ ବ୍ୟବହାର କରିପାରିବେ । ପ୍ରାକୃତିକ ତଥା ନାଚୁରାଲ୍ ଲୁକ୍ ପାଇଁ ଲାଇଟ୍ ବ୍ରଞ୍ଜର୍ସ କିମ୍ବା ବ୍ରାଉନ୍ ଲାଇଟ୍ ପିଙ୍କ୍ ବ୍ଲଶ ବ୍ୟବହାର କରନ୍ତୁ ।
ଗ୍ରୀଷ୍ମଋତୁରେ ମେକଅପକୁ ନେଇ ଚିନ୍ତିତ କି ?ତେବେ ଆପଣାନ୍ତୁ ଏହି ଉପାୟ mek up summer season
ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ପଶୁ ପକ୍ଷୀଙ୍କୁ ଖାଇବାକୁ ଦେଲେ କି ଲାଭ ମିଳେ ଜାଣନ୍ତୁ

 

Related posts

ଧନିଆ ପତ୍ରରେ ଅଛି ଔଷଧିୟ ଗୁଣ,ଆସନ୍ତୁ ଜାଣିବା

Krishna Kumar Manoj

ଆସନ୍ତୁ ଜାଣିବା କେଉଁ ପାତ୍ରରେ ଖାଇବା ଦ୍ଵାରା ଜ୍ଞାନ ଏବଂ ଆୟୁ ବୃଦ୍ଧି ହୋଇଥାଏ?

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More