ତିଲକ ଚନ୍ଦନ, ପାଉଁଶ ଓ ସିନ୍ଦୂର ଲଗାଇବା ହିନ୍ଦୁ ଧର୍ମର ପରମ୍ପରା ଅଟେ। ଅଧିକାଂଶ ଲୋକ ମଥାରେ ତିଲକ ମଝି ଆଙ୍ଗୁଠିରେ ଲଗାଇ ଥାଆନ୍ତି।
ତେବେ ଜାଣନ୍ତୁ କେଉଁ ଆଙ୍ଗୁଠିରେ ଲଗାଇଲେ କ’ଣ ହୋଇଥାଏ-
ମଝି ଆଙ୍ଗୁଠିରେ ତିଲକ ଲଗାଇଲେ ଭାଗ୍ୟବାନ୍ ଲଭିବେ। ଏହି ଆଙ୍ଗୁଠିରେ ତିଲକ ଲଗାଇବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ସହ ସମୃଦ୍ଧି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ମୁଦ୍ରିକା ଆଙ୍ଗୁଠିରେ ତିଲକ ଲଗାଇଲେ ଭିତରୁ ଶାନ୍ତି ମିଳିଥାଏ। ଯଦି ଆପଣ ଜୀବନରେ ଶାନ୍ତି ଚାହାନ୍ତି ତେବେ ଏହି ଆଙ୍ଗୁଠିରେ ତିଲକ ଲଗାନ୍ତୁ।
ବିଶି ଆଙ୍ଗୁଠିରେ ତିଲକ ଲଗାଇଲେ ମୋକ୍ଷ ପ୍ରାପ୍ତ ହୋଇଥାଏ । ବୁଢ଼ା ଆଙ୍ଗୁଠି ସାହାଯ୍ୟରେ ମଥାରେ ତିଲକ ଲଗାଇଲେ ଶରୀର ସୁସ୍ଥ ରହିବା ସହ ଧନ ପ୍ରାପ୍ତ ହୋଇଥାଏ ବୋଲି ବିଶତବାସ ରହିଛି। ଯଦି ପରିବାରରେ କେହି ଅସୁସ୍ଥ ଅଛନ୍ତି ତେବେ ଆପଣ ନିଜର ବୁଢ଼ା ଆଙ୍ଗୁଠି ପ୍ରୟୋଗ କରି ତିଲକ ଲଗାଇ ଦିଅନ୍ତୁ।