Entertainment

ଗତ ୬ ବର୍ଷରୁ ଆଇପିଏଲରେ ବେଟିଂ ଲଗାଉଥିବା କଥାକୁ ସ୍ଵୀକାର କଲେ ଅରବାଜ୍ ଖାନ୍

ଦୋଷ ସ୍ଵୀକାର କଲେ ଅରବାଜ୍

ବଲିଉଡ୍‌ ଅଭିନେତା-ପ୍ରଯୋଜକ ଅରବାଜ୍‌ ଖାନ୍‌ ଆଇପିଏଲ୍‌ ବେଟିଂରେ ସଂପୃକ୍ତ ବୋଲି ସ୍ୱୀକାର କରିଛନ୍ତି ବୋଲି ପୁଲିସ ସୂତ୍ରରୁ ପ୍ରକାଶ ପାଇଛି। ୬ ବର୍ଷରୁ ଆଇପିଏଲରେ ବେଟିଂ ଲଗାଉଥିବା କଥାକୁ ଅରବାଜ ସ୍ଵୀକାର କରିଛନ୍ତି। ଏହି ସମୟରେ ସେ ୩ କୋଟିରୁ ଅଧିକ ଟଙ୍କା ହରାଇଥିବା ମଧ୍ୟ ସ୍ଵୀକାର କରିଛନ୍ତି।

ଏହାପୂର୍ବରୁ ଗିରଫ ହୋଇଥିବା ବୁକି ସୋନୁ ଜଲାନ୍‌ ସହ ସାମ୍ନାସାମ୍ନି ବସାଇ ଉଭୟଙ୍କୁ ଜେରା କରାଯାଇଥିଲା । ତେବେ ଜେରା ସମୟରେ ଅରବାଜ୍‌ ତାଙ୍କର ସଂପୃକ୍ତିକୁ ସ୍ୱୀକାର କରିଥିବା ଜଣାପଡ଼ିଛି।

ଏ ନେଇ ଆଇପିଏଲ୍‌ କମିଶନର ରାଜୀବ ଶୁକ୍ଳା କହିଛନ୍ତି ଯେ, ଏଥିରେ ଆମର କିଛି କରିବାର ନାହିଁ। ଘଟଣା ସମ୍ପର୍କରେ ବିସିସିଆଇ ଏବଂ ଆଇସିସିର ଦୁର୍ନୀତି ନିବାରଣ ବିଭାଗ ସହ ପୋଲିସ ଯୋଗାଯୋଗ କରିବା ଆବଶ୍ୟକ।

ପଢନ୍ତୁ; ହସ୍ପିଟାଲରେ ଭର୍ତ୍ତି ହେଲେ ଇନ୍ଦ୍ରାଣୀ ମୁଖାର୍ଜୀ

Related posts

ଶ୍ରୀଦେବୀଙ୍କ ଶେଷ ଇଛା

ENO Beuro

୮ମ ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡ : ମାର୍ଚ୍ଚ ୪ ତାରିଖରେ ଝୁମିବ ପ୍ରଦର୍ଶନୀ ପଡିଆ , ଝୁମିବେ ଦର୍ଶକ

ENO Beuro

ବଲିଉଡରେ ପାଦ ରଖିବେ ମହମ୍ମଦ ସାମିଙ୍କ ପତ୍ନୀ ହସିନ୍‌ ଜାହାଁ

ENO Beuro

Leave a Comment