News

ଲୋକପ୍ରିୟ ଭଜନ ଗାୟକ ଅରବିନ୍ଦ ମୁଦୁଲିଙ୍କ ପରଲୋକ !

ଲୋକପ୍ରିୟ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲିଙ୍କ ଦେହାନ୍ତ

ବିଶିଷ୍ଟ ଭଜନ ଗାୟକ ଅରବିନ୍ଦ ମୁଦୁଲିଙ୍କ ହୃଦଘାତରେ ପରଲୋକ ହୋଇଛି। ପ୍ରତ୍ୟୁଷ ପ୍ରାୟ ସାଢ଼େ ୩ଟା ବେଳେ ତାଙ୍କର ହୃଦ୍‌ଘାତରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା।ଶାରୀରିକ ଅଶ୍ୱସ୍ତି ଅନୁଭବ କରିବାରୁ ତାଙ୍କୁ ରାତି ପ୍ରାୟ ୨ଟା ବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୃତ୍ୟୁରେ ଓଡ଼ିଶାବାସୀ ଶୋକାଭିଭୂତ ହୋଇପଡ଼ିଛନ୍ତି। ତାଙ୍କ ବିୟୋଗରେ ଓଡ଼ିଶାର ସଂଗୀତ ପରିସରରେ ଶୋକର ଛାୟା ଖେଳିଯାଇଛି।

ତାଙ୍କ ଶବକୁ ନିଜ ଗାଁ ଖୋର୍ଦ୍ଧା ଜିଲ୍ଲାର ଖଣନି କୁ ଶେଷ ଦର୍ଶନ ପାଇଁ ନିଆଯିବ ଓ ସେଠାରୁ ପୁରୀ ସ୍ୱର୍ଗଦ୍ୱାର ଅନ୍ତିମ ସଂସ୍କାର ପାଇଁ ନିଆଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ । ମୁଦୁଲି ଭୁବନେଶ୍ୱର ଭୀମଟାଙ୍ଗି ଅଂଚଳରେ ଭଡ଼ା ଘରେ ରହୁଥିଲେ। କଳା ସାଆନ୍ତେ, ଅଛ କେମନ୍ତେ ଓ ଜଗା ପାଇଁ ନିତି ମଲ୍ଲୀ ଫୁଲ ଭଳି ଭଜନ ଗାଇ ଅରବିନ୍ଦ ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଥିଲେ।

୧୯୬୧ ସେପ୍ଟେମ୍ବର ପହିଲା ଜନ୍ମିତ ଅରବିନ୍ଦ ମୁଦୁଲି ଏକାଧାରରେ ଥିଲେ ଜଣେ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର। ସ୍ୱନାମଧନ୍ୟ ଜଣାଣ ଗାୟକ ଭିକାରି ବଳଙ୍କର ଶିଷ୍ୟ ହିସାବରେ ମଧ୍ୟ ସେ ଥିଲେ ଖୁବ୍‌ ପରିଚିତ। ସେ ଗାଇଥିବା ବହୁ ଭଜନ ଓଡ଼ିଶାର ଘରେ ଘରେ ଖୁବ୍ ଲୋକପ୍ରିୟ ଥିଲା।

ଆସନ୍ତା ୮ ତାରିଖରେ ଅରବିନ୍ଦ ମୁଦୁଲିଙ୍କ ପୁଅଙ୍କ ବିବାହ ହୋଇଥାନ୍ତା । ଏଥିପାଇଁ ସମସ୍ତ ପ୍ରସ୍ତୁତ ହୋଇସାରିଥିଲା । ହେଲେ ହଠାତ ରାତି ଗୋଟାଏ ସୁଦ୍ଧା ଅସୁସ୍ଥ ହୋଇପଡିଲେ ଅରବିନ୍ଦ ମୁଦୁଲି। ପରେ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ ପୁଅ । ଡାକ୍ତରଖାନା ଯିବା ବାଟରେ ହେ ପ୍ରଭୁ ହେ ପ୍ରଭୁ ଡାକୁଥିବା ଜଗନ୍ନାଥଙ୍କ ସେବକ ଆଜି ଆରପରିକୁ ଚାଲିଯାଇଛନ୍ତି।

ଲୋକପ୍ରିୟ ଭଜନ ଗାୟକ ଅରବିନ୍ଦ ମୁଦୁଲିଙ୍କ ପରଲୋକ ! arabind

ପଢନ୍ତୁ;

ବିମାନରେ ଦୀର୍ଘ ଯାତ୍ରା ସମୟରେ ନିଅନ୍ତୁ ନାହିଁ ଏହି ୪ଟି ଜିନିଷ ? ନଚେତ ପଡ଼ିପାରନ୍ତି ଅସୁବିଧାରେ !

Related posts

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ:ଅଗଷ୍ଟ ୧୫ରୁ କାର୍ଡ ବଣ୍ଟା

ENO Beuro

କଠୁଆ ଗଣବଳାତ୍କାର ମାମଲା ୨୮କୁ ଘୁଞ୍ଚିଲା

ENO Beuro

ସୁଷମା ସ୍ୱରାଜ : ଇରାକରେ ୩୯ ଭାରତୀୟଙ୍କୁ ହତ୍ୟା କରିଛି ଆଇଏସ୍‌ଆଇଏସ୍

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More