୩ ମାସ ବଢିଲା ମାଗଣାରେ ଆଧାର ବିବରଣୀ ଅପ୍ଡେଟ୍
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
Loading...
ହନିଟ୍ରାପ୍ ରାଣୀ ଅର୍ଚ୍ଚନା ନାଗ ଆଇନ ପରୀକ୍ଷା ଦେବା ପାଇଁ ଫର୍ମ ଫିଲଅପ୍ କରିବାକୁ କୋର୍ଟ ଅନୁମତି ଦେବା ପରେ କ୍ୟାପିଟାଲ ଲ’ କଲେଜ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ହନିଟ୍ରାପ୍ ରାଣୀ ଅର୍ଚ୍ଚନା ନାଗ ଆଇନ ପରୀକ୍ଷା ଦେବା ପାଇଁ ଫର୍ମ ଫିଲଅପ୍ କରିବାକୁ କୋର୍ଟ ଅନୁମତି ଦେବା ପରେ କ୍ୟାପିଟାଲ ଲ’ କଲେଜ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କଲେଜ ଅଧ୍ୟକ୍ଷା ନନ୍ଦିନୀ ମିଶ୍ର କହିଛନ୍ତି, ଅର୍ଚ୍ଚନାଙ୍କ ପାଇଁ ହେବ ସ୍ବତନ୍ତ୍ର ଶ୍ରେଣୀ ଗୃହ। ଅର୍ଚ୍ଚନାଙ୍କ ସହ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ରାଜି ନ ହେଲେ ତାଙ୍କ ପାଇଁ କ୍ୟାପିଟାଲ ଲ’ କଲେଜରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ପରୀକ୍ଷା ଦେବାପାଇଁ କୋର୍ଟରୁ ନିର୍ଦ୍ଦେଶ ଆସିବା ପରେ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।ଅର୍ଚ୍ଚନା କ୍ୟାପିଟାଲ ଲ କଲେଜରେ ଇଣ୍ଟିଗ୍ରେଟେ ଲ’ର ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ। ଆସନ୍ତା ୩୧ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଯାହା ଆସନ୍ତା ମାସ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୬୩ ଜଣ ପରୀକ୍ଷାର୍ଥୀ ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ। ଏଥିରେ ଅର୍ଚ୍ଚନା ନାଗଙ୍କ ନାଁ ମଧ୍ୟ ରହିଛି। ତେବେ ଜେଲରେ ନା କଲେଜ କ୍ୟାମ୍ପସରେ ପରୀକ୍ଷା ଦେବେ ତାହା ଜଣାପଡ଼ିନାହିଁ। କୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ଥାନ ନିର୍ଦ୍ଧାରଣ କରାଯିବ ବୋଲି ତାଙ୍କ ଆଇନଜୀବୀ ଦେବାଶିଷ ମହାପାତ୍ର କହିଛନ୍ତି। କିଛି ଦିନ ତଳେ ଫର୍ମ ପୂରଣ ପାଇଁ କୋର୍ଟରେ ଅନୁମତି ମାଗିଥିଲେ ଅର୍ଚ୍ଚନା। କୋର୍ଟ ଫର୍ମ ପୂରଣ ପାଇଁ ଅର୍ଚ୍ଚନାଙ୍କୁ ଅନୁମତି ଦେଇଥିଲେ।
Shakespeare, in the beautiful garden, among the party. Some of the hall: in fact she was ever to.
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
‘ପ୍ରବର୍ତ୍ତନ ନିର୍ଦେଶାଳୟ’ ତରଫରୁ ‘ଇଣ୍ଟର୍ପୋଲ୍’ ଜାରି କରିଥିବା ‘ରେଡ୍ ନୋଟିସ୍’ ଆଧାରରେ ‘ମହାଦେବ ଅନ୍ଲାଇନ୍ ବେଟିଙ୍ଗ୍ ଆପ୍’ର ୨ଜଣ ମୁଖ୍ୟ ମାଲିକଙ୍କ ମଧ୍ୟରେ ଅନ୍ୟତମ ରବି ଉପ୍ପଲଙ୍କୁ ଦୁବାଇରେ ସ୍ଥାନୀୟ ପୁଲିସ ଅଟକ ରଖିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣଙ୍କୁ ସକାଳୁ ମିଳିବ ଅବଢ଼ା। ଏହାସହ ମନ୍ଦିରରେ ଭୋର୍ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବାନେଇ ସୂଚନା ଦେଇଛି ପ୍ରଶାସନ।