Loading...

ଆଜି ଇଣ୍ଟିଗ୍ରେଟେଡ୍ ଲ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ

ଆଜି ଇଣ୍ଟିଗ୍ରେଟେଡ୍ ଲ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ

ବହୁଚର୍ଚ୍ଚିତ ହନି ଟ୍ରାପ ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଆଜି ଇଣ୍ଟିଗ୍ରେଟେଡ୍ ଲ ପରୀକ୍ଷା ଦେବେ। ହନିଟ୍ରାପ୍ ରାଣୀ ଅର୍ଚ୍ଚନା ନାଗ ଆଇନ ପରୀକ୍ଷା ଦେବା ପାଇଁ ଫର୍ମ ଫିଲଅପ୍ କରିବାକୁ କୋର୍ଟ ଅନୁମତି ଦେବା ପରେ କ୍ୟାପିଟାଲ ଲ’ କଲେଜରେ ଇଣ୍ଟିଗ୍ରେଟେ ଲ’ର ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ।

ବହୁଚର୍ଚ୍ଚିତ ହନି ଟ୍ରାପ ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଆଜି ଇଣ୍ଟିଗ୍ରେଟେଡ୍ ଲ ପରୀକ୍ଷା ଦେବେ। ହନିଟ୍ରାପ୍ ରାଣୀ ଅର୍ଚ୍ଚନା ନାଗ ଆଇନ ପରୀକ୍ଷା ଦେବା ପାଇଁ ଫର୍ମ ଫିଲଅପ୍ କରିବାକୁ କୋର୍ଟ ଅନୁମତି ଦେବା ପରେ କ୍ୟାପିଟାଲ ଲ’ କଲେଜରେ ଇଣ୍ଟିଗ୍ରେଟେ ଲ’ର ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ। ଆଜିଠାରୁ ଏହି ପରୀକ୍ଷା ଫେବ୍ରୁଆରି ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୬୩ ଜଣ ପରୀକ୍ଷାର୍ଥୀ ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ। ଏଥିରେ ଅର୍ଚ୍ଚନା ନାଗଙ୍କ ନାଁ ମଧ୍ୟ ରହିଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ କ୍ୟାପିଟାଲ ଲ’ କଲେଜରେ ଅର୍ଚ୍ଚନା ନାଗ ଆଇନ ପରୀକ୍ଷା ଦେବେ ବୋଲି ତାଙ୍କ ଆଇନଜୀବୀ ଦେବାଶିଷ ମହାପାତ୍ର କହିଥିଲେ। କିଛି ଦିନ ତଳେ ଫର୍ମ ପୂରଣ ପାଇଁ କୋର୍ଟରେ ଅନୁମତି ମାଗିଥିଲେ ଅର୍ଚ୍ଚନା। କୋର୍ଟ ଫର୍ମ ପୂରଣ ପାଇଁ ଅର୍ଚ୍ଚନାଙ୍କୁ ଅନୁମତି ଦେଇଥିଲେ। ଆଇନଜୀବୀ ଶ୍ରୀ ମହାପାତ୍ର କହିଥିଲେ, ଅର୍ଚ୍ଚନା ନାଗ ହେଉଛନ୍ତି କ୍ୟାପିଟାଲ ଲ’ କଲେଜର ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ ଲ’ ଛାତ୍ରୀ। ତାଙ୍କର ଏବେ ୪ ର୍ଥ ବର୍ଷ ଚାଲିଛି। ଆଗାମୀ ୭ମ ସେମିଷ୍ଟର ପରୀକ୍ଷା ଦେବାରେ ଥିଲା। କିନ୍ତୁ ସେ ଜେଲରେ ଥିବା କାରଣରୁ ପରୀକ୍ଷା ଦେବାରେ ସମସ୍ୟା ହେଉଥିଲା। ତେଣୁ ପରୀକ୍ଷା ଦେବା ପାଇଁ ଫର୍ମ ଫିଲ ଅପ୍ କରିବାକୁ କୋର୍ଟଙ୍କ ଅନୁମତି ଲୋଡା ଯାଇଥିଲା। ଭୁବନେଶ୍ବର ଜେଏମ୍ଏଫ୍ସି-୫ କୋର୍ଟ ଏହି ଅନୁମତି ପ୍ରଦାନ କରିଥିଲେ। ଇତିମଧ୍ୟରେ ପରୀକ୍ଷା ଦେବା ପାଇଁ ମଧ୍ୟ ଅର୍ଚ୍ଚନା କୋର୍ଟଙ୍କ ଅନୁମତି ମାଗିଥିଲେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.