• Home
  • LIFESTYLE
  • କେଉଁ କେଉଁ ଗୁଣ ଥିଲେ ଜଣଙ୍କୁ ଖରାପ ସ୍ଵାମୀ କୁହାଯାଇଥାଏ ? ଜାଣନ୍ତୁ ସେ ସମ୍ପର୍କରେ
LIFESTYLE

କେଉଁ କେଉଁ ଗୁଣ ଥିଲେ ଜଣଙ୍କୁ ଖରାପ ସ୍ଵାମୀ କୁହାଯାଇଥାଏ ? ଜାଣନ୍ତୁ ସେ ସମ୍ପର୍କରେ

ବାହାଘରପରେ କେତେକ ଦମ୍ପତିଙ୍କ ଜୀବନ ସୁଖରେ କଟିଥାଏ। ଆଉ କେତେକ ଦମ୍ପତିଙ୍କ ଜୀବନ କଳହରେ କଟିଥାଏ। କେତେକ ସ୍ତ୍ରୀଙ୍କର ଗୋଟିଏ ଅଭିଯୋଗ ଥାଏ ଯେ ତାଙ୍କ ସ୍ୱାମୀ ତାଙ୍କୁ ସମ୍ନାନ ଦେଉନାହାନ୍ତି । କୁହାଯାଏ ସ୍ୱାମୀ ସ୍ତ୍ରୀର ବୈବାହିକ ଜୀବନ ଖଟା ମିଠାର ସମ୍ପର୍କ ହୋଇଥାଏ । ଯଦି ସମ୍ପର୍କରେ କେବଳ ଝଗଡା ରହିବ ତେବେ ସମ୍ପର୍କରେ ଫାଟ ତିଆରି ହେବ। ସ୍ୱାମୀ ସ୍ତ୍ରୀ ସମ୍ପର୍କକୁ ଠିକ କରିବାକୁ ହେଲେ ଉଭୟଙ୍କୁ ସମାନ ଦାଇତ୍ୱ ନେବାକୁ ପଡିବ । ଯଦି ଏଥିରେ ଜଣେ ଦାଇତ୍ୱହୀନତା ହୁଏ ତେବେ ସମ୍ପର୍କର ଡୋର ମଜଭୁତ ହୁଏ ନାହିଁ ।

ତେବେ ଆସନ୍ତୁ ଜାଣିବା କେଉଁ ଗୁଣ ଥିଲେ ଜଣଙ୍କୁ ଖରାପ ସ୍ଵାମୀ କୁହାଯାଏ-

ବାହାଘର ପରେ ସ୍ୱାମୀ ତା ସ୍ତ୍ରୀ ଉପରେ ବିଭିନ୍ନ କଥାକୁ ନେଇ ଦୋଷ ଦେଇଥାଏ । ସ୍ତ୍ରୀ ଉପରେ ବାରମ୍ବାର ଦୋଷ ଲଗେଇବା ଫଳରେ ବୈବାହିକ ଜୀବନରେ ଫାଟ ତିଆରି ହୁଏ ।କିନ୍ତୁ ସ୍ୱାମୀକୁ ଜାଣି ରଖିବା ଉଚିତ ଯେମିତି ତାଙ୍କର ମନ ଅଛି ନୂଆ ସାଙ୍ଗସାଥି ତିଆରି କରିବା ଓ ତାଙ୍କ ସାଥିରେ ବୁଲିବା ସେମିତି ଗୋଟିଏ ସ୍ତ୍ରୀକୁ ମଧ୍ୟ ସ୍ୱାଧୀନ ଭାବରେ ବଂଚିବାକୁ ଦିଆଯିବା ଦରକାର।

ଆଜିକାଲି ପୁରୁଷଙ୍କ ଭଳି ମହିଳା ମଧ୍ୟ ଚାକିର କରୁଛନ୍ତି ।ଏହା ସହିତ ନିଜ ଘର କାମ ମଧ୍ୟ କରନ୍ତି । କିନ୍ତୁ ପୁରୁଷଟି କେବଳ ଅଫିସରେ କାମ କରି ଆସିଲାପରେ ଘରେ ନିଜ ସ୍ତ୍ରୀକୁ କାମରେ ସାହାଯ୍ୟ ନକରି ତାଙ୍କ ସହିତ ଝଗଡା କରିଥାନ୍ତି।ଯଦି ଆପଣ ଭଲ ସ୍ୱାମୀ ହେବାକୁ ଚାହୁଁଛନ୍ତି ତେବେ ନିଜ ସ୍ତ୍ରୀ ସହିତ ପ୍ରେମରେ ଦୁଇ ପଦ କଥା ହୁଅନ୍ତୁ ଏମିତି କରିବା ଦ୍ୱାରା ସ୍ତ୍ରୀଟି ପୁରା ଦିନରେ କରି ଥିବା ପରିଶ୍ରମ ଭୁଲିଯାଇଥାଏ।

କେତେକ ଲୋକ ଅଛନ୍ତି ଯିଏ ନିଜ ସ୍ତ୍ରୀ ସହିତ କୌଣସି କଥା ଆଲୋଚନା କରନ୍ତି ନାହିଁ । ବେଳେ ବେଳେ ନିଜ ପସନ୍ଦର ଖାଇବା ନମିଳିଲେ ଗାଳି ମଧ୍ୟ ଦିଅନ୍ତି । କିନ୍ତୁ ଯଦି ନିଜ ସ୍ତ୍ରୀ ସହିତ ଆଲୋଚନା କରି ନିଜ ମନ ପସନ୍ଦ ଖାଇବା କିମ୍ବା ଅନ୍ୟ କଥା କୁହନ୍ତେ ତେବେ ବୈବାହିକ ଜୀବନରେ ଏଭଳି ସମସ୍ୟା ଦେଖା ଯାଆନ୍ତା ନାହିଁ।

କେଉଁ କେଉଁ ଗୁଣ ଥିଲେ ଜଣଙ୍କୁ ଖରାପ ସ୍ଵାମୀ କୁହାଯାଇଥାଏ ? ଜାଣନ୍ତୁ ସେ ସମ୍ପର୍କରେ husband and wife

ପଢନ୍ତୁ;

ସାମ୍ନା ଲୋକକୁ ଆକର୍ଷିତ କରିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

Related posts

ତ୍ୱଚାରେ ଚମକ ଆଣିବାପାଇଁ ଚାହୁଁଛନ୍ତି କି ? ତାହାଲେ ଆପଣାନ୍ତୁ ଏହି ଉପାୟ

Krishna Kumar Manoj

ଆସନ୍ତୁ ଜାଣିବା କର୍କଟ ରୋଗୀଙ୍କ ପାଇଁ ଚିନ୍ତାଗ୍ରସ୍ତ ରହିବା ଭଲ ନୁହଁ କାହିଁକି

Krishna Kumar Manoj

ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More