• Home
  • Movie News
  • ଅରିନ୍ଦମ ରାୟ ଓ ଅର୍ଚ୍ଚିତା ସାହୁ ଙ୍କ ଯୋଡି ପୁଣି ଥରେ ପରଦା ଉପରକୁ ଆସୁଛି
Movie News

ଅରିନ୍ଦମ ରାୟ ଓ ଅର୍ଚ୍ଚିତା ସାହୁ ଙ୍କ ଯୋଡି ପୁଣି ଥରେ ପରଦା ଉପରକୁ ଆସୁଛି

ଅରିନ୍ଦମ ରାୟ ଓ ଅର୍ଚ୍ଚିତା ସାହୁ ଙ୍କ ଯୋଡି ପୁଣି ଥରେ ପରଦା ଉପରକୁ ଆସୁଛି । ଦର୍ଶକ ଙ୍କୁ ପୁଣି ଏକ ନୂଆ ସିନେମା ଭେଟି ଦବାର ପ୍ରୟାଶ କରିଛନ୍ତି ଏହି ସୁପର ହିଟ ଯୋଡି । ଏହା ତାଙ୍କର ଚତୁର୍ଥ ନମ୍ବର ସିନେମା।

ଅରିନ୍ଦମ୍‌-ଅର୍ଚ୍ଚିତା ଯୋଡିକୁ ଦର୍ଶକ ପ୍ରଥମ ଥରଲାଗି ‘ତୋ’ ପାଇଁ ନେବି ମୁଁ ଶହେ ଜନମ’ରେ ଦେଖିବାକୁ ପାଇଥିଲେ । ଏହା ହିଟ୍‌ ହୋଇଥିଲା।ତାପରେ ପୁଣି ‘ମୁଁ ସପନର ସୌଦାଗର’ ଏବଂ ‘ରଜା ଝିଅ ସାଙ୍ଗେ ହେଇଗଲା ଭାବ’ରେ ନଜର ଆସିଥିଲେ ଏହି ଲୋକପ୍ରିୟ ଯୋଡି।

ଓଲଉଡ୍‌ର ଟପ୍‌ ହିରୋ ଅରିନ୍ଦମ ଅଧିକାଂଶ ଆଗ ଧାଡ଼ିର ନାୟିକାଙ୍କ ସହ ଅନ୍‌ ସ୍କ୍ରିନ୍‌ ରୋମାନସ୍‌ କରିବାର ସୁଯୋଗ ପାଇଛନ୍ତି । ଏମାନଙ୍କ ମଧ୍ୟରେ ଅନୁ ଚୌଧୁରୀ, ଅର୍ଚ୍ଚିତା,ବର୍ଷା ପ୍ରିୟଦର୍ଶିନୀ,ପ୍ରିୟା ,ରୀୟା ଦେ ପ୍ରମୁଖ ଅଛନ୍ତି ।

ଅର୍ଚ୍ଚିତା ମଧ୍ୟ ବହୁତ ନାମିଦାମି ହୀରୋ ଙ୍କ ସହ ନିଜ ଅଭିନୟ ର କଳା ଦେଖାଇ ସାରିଛନ୍ତି । ଅନୁଭବ, ବାବୁଶାନ, ଆକାଶ, ସବ୍ୟସାଚୀ ପ୍ରମୁଖ ।

କହିବା ବାହୁଲ୍ୟ ଯେ ଏଯାବତ୍‌ ବକ୍ସ ଅଫିସରେଏହି ଲୋକପ୍ରିୟ ଯୋଡି ଫେଲ୍‌ ମାରିନାହାନ୍ତି। ଏବେ ଦଶହରାକୁ ଆସୁଛନ୍ତି ଏହି ପେଆର୍‌। ଯେଉଁ ସିନେମାରେ ଏହି ଯୋଡିକୁ ପୁଣି ଦେଖିବାକୁ ମିଳିବ ତାହାର ନାମକରଣ ହୋଇନାହିଁ। ଉକ୍ତ ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ସୁଧାଂଶୁମୋହନ ସାହୁ। ଏଥିରେ ଅନ୍ୟମାନଙ୍କ ଭିତରେ ଅପରାଜିତା ଏବଂ ପ୍ରଦ୍ୟୁମ୍ନ ଲେଙ୍କା  ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

ଅରିନ୍ଦମ ରାୟ ଓ ଅର୍ଚ୍ଚିତା ସାହୁ ଙ୍କ ଯୋଡି ପୁଣି ଥରେ ପରଦା ଉପରକୁ ଆସୁଛି ଏକ ନୂଆ ସିନେମା ସହିତ   ଅରିନ୍ଦମ ରାୟ ଓ ଅର୍ଚ୍ଚିତା ସାହୁ ଙ୍କ ଯୋଡି ପୁଣି ଥରେ ପରଦା ଉପରକୁ ଆସୁଛି

Related posts

Reality Show “Mitha Mitha Jodi” Winer Jyoti Ranjan Nayak’s Ticket To Ollywood

Jitendra

ତରଙ୍ଗ ବ୍ୟାନର ଜରିଆରେ ନିଜ ଅଭିନୟ ଜୀବନର ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ଏହି କଳାକାର ମାନେ

Krishna Kumar Manoj

Kebe Sahe Kebe Suna By Krishna Beura

Jitendra

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More