SPORTS

ହକି ବିଶ୍ୱ କପ୍‌ : ଆର୍ଜେଣ୍ଟିନା ୩-୦ ରେ ଜିତିଲା

ସିଧାସଳଖ କ୍ଵାଟର ଖେଳିବାର ପଥ ପରିସ୍କାର କରିଦେଇଛି ଆର୍ଜେଣ୍ଟିନା। ହକି ବିଶ୍ୱକପ ପୁଲ ଏ’ର ଦ୍ଵିତୀୟ ମ୍ୟାଚରେ ବିଶ୍ଵର ଦୁଇ ନମ୍ବର ଦଳ ଆର୍ଜେଣ୍ଟିନା ୩-୦ ଗୋଳରେ ନ୍ୟୁଜିଲାଣ୍ଡକୁ ପରାଜିତ କରିଛି।

arjentina

ପୂର୍ବ ମ୍ୟାଚରେ ୪-୩ ଗୋଲରେ ସ୍ପେନକୁ ହରାଇଥିବା ଆର୍ଜେଣ୍ଟିନାର ପଏଣ୍ଟ ସଂଖ୍ୟା ୨ ମ୍ୟାଚରୁ ୬ରେ ପହଞ୍ଚତ୍ଛି। ଏହି ଦଳର ଲୁକାସ ଭିଲ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଏହି ଗ୍ରୁପରେ ନ୍ୟୁଜିଲାଣ୍ଡ ୨ ମ୍ୟାଚରୁ ୩ ପଏଣ୍ଟରେ ସ୍ଥିର ରହିଥିବାବେଳେ ସ୍ପେନ ଓ ଫ୍ରାନ୍ସ ଗୋଟିଏ ଲେଖାଏ ପଏଣ୍ଟ ପାଇଛନ୍ତି। ପାରା ଆଥଲେଟ୍‌ ଜୟନ୍ତୀ ବେହେରା ଖେଳାଳିଙ୍କ ସହ ପରିଚିତ ହୋଇ ମ୍ୟାଚର ଶୁଭାରମ୍ଭ କରିଥିଲେ।

ଗତକାଲିର ବିଜୟ ପରେ ମୋଟ୍‌ ୬ ପଏଣ୍ଟ ସହ ଆର୍ଜେଣ୍ଟିନା ପ୍ରଥମ ସ୍ଥାନ ବଜାୟ ରଖିବା ସହ ପୁଲ୍‌ ଚାମ୍ପିଅନ୍‌ ହେବାର ଆଶ ଉଜ୍ଜ୍ୱଳ କରିଛି । ବଢ଼ିଆ ଖେଳିଥିବା ଲୁକାସ ଭିଲ୍ଲା ଆଜିର ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି । ଆଜି ପୁଲ୍‌ ‘ବି’ରେ ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ଓ ଆୟର୍ଲାଣ୍ଡ ବନାମ ଚୀନ୍‌ ଖେଳ ହେବ ।

ପଢନ୍ତୁ; ପୁଣି ନିର୍ଯ୍ୟାତନା: ଯୌତୁକ ପାଇଁ ଜିଅନ୍ତା ଜାଳିଦେଲେ

Related posts

ସମାଲୋଚକଙ୍କୁ କୋହଲିଙ୍କ ଜବାବ: ଅନ୍ୟ ଦେଶକୁ ଭଲ ପାଉଥିବା ବ୍ୟକ୍ତି ଭାରତ ଛାଡନ୍ତୁ

ENO Beuro

ଏସିଆ କପ୍‌: ଭାରତ-ପାକିସ୍ଥାନ ମୁକାବିଲା ଆଜି

ENO Beuro

ସାଫ୍‍ ୧୫ ବର୍ଷରୁ କମ୍‍ ବାଳିକା ଫୁଟ୍‍ବଲ:ଶ୍ରୀଲଙ୍କାକୁ ହରାଇଲା ଭାରତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More