SPORTS

ଅନ୍ତର୍ଜାତୀୟ ପଦାର୍ପଣ କଲେ ଅର୍ଜୁନ

ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ଶେଷରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ ସୁଯୋଗ ପାଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ୧୯ ବର୍ଷରୁ କମ ଯୁଥ ଟେଷ୍ଟରେ ସେ ଭାରତୀୟ ଚୁଡାନ୍ତ ଏକାଦଶରେ ସାମିଲ ହୋଇଥିଲେ। ଏହି ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କା ଦଳକୁ ୨୪୪ରନରେ ଅଲଆଉଟ କରିଦେବା ପରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୧ଉଇକେଟ ବିନିମୟରେ ୯୨ ରନ କରିଛି। ଅର୍ଜୁନ ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ଉଇକେଟ ନେବାଲାଗି ମାତ୍ର ୧୨ଟି ବଲ୍‌ ବିନିମୟ କରିଥିଲେ। ସେ ଶ୍ରୀଲଙ୍କା ୧୯ବର୍ଷରୁ କମ୍‌ ଓପନର କାମିଲ ମିଶ୍ରାଙ୍କୁ ଆଉଟ କରିଦେଇଥିଲେ। ଅର୍ଜୁନଙ୍କ ଇନ୍‌ସୁଇଙ୍ଗ ବଲ୍‌କୁ ବୁଝି ନ ପାରି ବ୍ୟକ୍ତିଗତ ୯ରନ ସ୍କୋରରେ ଆଉଟ ହୋଇଯାଇଥିଲେ।

ମଙ୍ଗଳବାର ଶ୍ରୀଲଙ୍କା ୧୯ ବର୍ଷରୁ କମ୍‌ ଦଳ ବିପକ୍ଷରେ ସେ ୧୧ ଓଭର ବୋଲିଂ କରି ୩୩ରନ ବିନିମୟରେ ଗୋଟିଏ ଉଇକେଟ ନେଇଛନ୍ତି। ଘରୋଇ ଦଳ ପକ୍ଷରୁ ଟପ୍‌ ସ୍କୋରର ପାସିଣ୍ଡୁ ସୁରିୟାବନ୍ଦରା ୬୯ରନ କରିଥିବାବେଳେ ନିଶାନ ମଦୁଷ୍କା, ନିପୁନ ଦନଞ୍ଜୟ ଓ ଏସଟି ମେଣ୍ଡିସ ୩୯ ରନ ଲେଖାଏଁ କରିଥିଲେ। ଭାରତୀୟ ଦଳ ଶ୍ରୀଲଙ୍କାରେ ଦୁଇଟି ୟୁଥ୍‌ ଟେଷ୍ଟ ବ୍ୟତୀତ ୫ ଅନ୍ତର୍ଜାତୀୟ ଦିନିକିଆ ଖେଳିବ। ଦ୍ୱିତୀୟ ୟୁଥ୍‌ ଟେଷ୍ଟ ଜୁଲାଇ ୨୪ରୁ ହାମ୍ବାନଟୋଟାଠାରେ ଖେଳାଯିବ। ଅନ୍ତର୍ଜାତୀୟ ଦିନିକିଆ ଜୁଲାଇ ୩୦ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ପଢନ୍ତୁ;ଗ୍ରେଟର ନୋଏଡ଼ାରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା,୩ ମୃତ

Related posts

ଆଜଲାନ ଶାହ କପ୍‌ ହକି : ଇଂଲଣ୍ଡ ସହ ପଏଣ୍ଟ୍‌ ଭାଗ କଲା ଭାରତ

ENO Beuro

କୋଲକାତା ନାଇଟ ରାଇଡର୍ସ ୭୧ରନ୍ ରେ ବିଜୟୀ !

ENO Beuro

ଦ୍ଵିତୀୟ ଟି-୨୦: ରୋହିତଙ୍କ ଦୀପାବଳି ଭେଟି,ସିରିଜ ଜିତିଲା ଭାରତ

ENO Beuro

1 comment

Leave a Comment