Entertainment

ଶ୍ରୀଦେବୀଙ୍କ ମୃତ୍ୟୁ ପରେ ଅର୍ଜୁନ କପୁର ଜଣାଇଲେ ନିଜ ହୃଦୟର କଥା

ଶ୍ରୀଦେବୀ ଥିଲେ ହିନ୍ଦୀ ଚଳଚିତ୍ର ଦୁନିଆର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ । ଦମଦାର ଅଭିନୟ ପାଇଁ ତାଙ୍କୁ କୁହାଯାଉ ଥିଲା ଲେଡି ଅମିତାଭ। ତାଙ୍କର ମୃତ୍ୟୁକୁ ନେଇ ସମସ୍ତେ ଭାଙ୍ଗି ପଡିଥିଲେ। ଅର୍ଜୁନ କପୁର ଶ୍ରୀଦେବୀଙ୍କୁ ନିଜ ମା ବୋଲି ମାନୁନଥିଲେ। କିନ୍ତୁ ବଲିଓଡର ଚାନ୍ଦିନୀ ଶ୍ରୀଦେବୀଙ୍କ ମୃତ୍ୟୁ ପରେ ସଉତୁଣି ପୁଅ ଅର୍ଜୁନ କପୁର ନିଜ ହୃଦୟ କଥା ସେୟାର କରିଛନ୍ତି।

ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ, “ତୁମେ ବହୁତ ସାହସୀ ଆଉ ଧୈର୍ୟ୍ୟବାନ କାରଣ ଜୀବନ ତୁମକୁ ହାରମାନିବାକୁ ବାଧ୍ୟ କଲା ପରେ ମଧ୍ୟ କିନ୍ତୁ ତୁମେ ଭାଙ୍ଗି ପଡି ନ ଥିଲ। ନିଜେ ନିଜକୁ ଉଠାଇ ଓ ଆଗକୁ ବଢି ଚାଲିଲ’ ଏହି ପୋଷ୍ଟରେ କ୍ୟାପସନ ଦେଇଛନ୍ତି ଯେ ‘ ଗୋଟେ ଦିନ ଗୋଟେ ସମୟ”। ତାଙ୍କର ଏହି ପୋଷ୍ଟରେ ପ୍ରସଂଶକମାନେ ବହୁତ ପ୍ରଶଂସା କରିଛନ୍ତି।

ଖବର ଅନୁଯାୟୀ ବୋନି କପୁର ପ୍ରଥମ ସ୍ତ୍ରୀ ମୋନାଙ୍କୁ ଛାଡି ଶ୍ରୀଦେବୀଙ୍କୁ ବିବାହ କରଥିଲେ ସେଥିପାଇଁ ସମସ୍ତଙ୍କଠାରୁ ଅର୍ଜୁନ କପୁର ବେଶି ରାଗି ଥିଲେ।

ସେ କହିଥିଲେ ଯେ ଜାହ୍ନବୀ ଓ ଖୁସି ତାଙ୍କ ଭଉଣୀ ନୁହଁନ୍ତି । ସେ ଏକ ସାକ୍ଷାତକାରରେ କହିଥିଲେ ଯେ ଖୁସି ଓ ଜାହ୍ନବୀ ସହିତ ତାଙ୍କର କୌଣସି ସଂପର୍କ ନାହିଁ।

କେବଳ ଏତିକି ନୁହେଁ ସେ ଶ୍ରୀଦେବୀଙ୍କୁ ଜମା ପସନ୍ଦ କରନ୍ତି ନାହିଁ । ସେ କହିଥିଲେ ଶ୍ରୀଦେବୀ କେବଳ ପିତା ବନି କପୁରଙ୍କ ସ୍ତ୍ରୀ ଅଟନ୍ତି। ଅର୍ଜୁନ କପୁର ବୋନି କପୁରଙ୍କ ପ୍ରଥମ ସ୍ତ୍ରୀ ମୋନାଙ୍କ ପୁଅ ଅଟନ୍ତି । ଅର୍ଜୁନଙ୍କ ଗୋଟିଏ ଭଉଣୀ ଅଂଶୀଳା ମଧ୍ୟ ଅଛନ୍ତି । ଜୁନ ମାସ ୧୯୯୬ ମସିହାରେ ବୋନି କପୁର ଶ୍ରୀଦେବିଙ୍କୁ ବିବାହ କରିଥିଲେ । ଏହି କଥା ପାଇଁ ଅର୍ଜୁନଙ୍କ ମା ମୋନାଙ୍କୁ ବହୁତ ଦୁଃଖ ଲାଗିଥିଲା । ଶ୍ରୀଦେବୀଙ୍କୁ ବିବାହ କରିବା ପରେ ବୋନି କପୁର ମୋନାଙ୍କ ପାଖରୁ ଦୂରେଇ ଯାଇଥିଲେ।

ସୂଚନାଯୋଗ୍ୟ,ଅର୍ଜୁନ କପୁରଙ୍କ ଆଗାମୀ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ର ସୁଟିଙ୍ଗ ଚାଲିଛି । ଯେଉଁ ମାକୁ ଜୀବନସାରା ଘୃଣା କରୁଥିଲେ, ଯେମିତି ତାଙ୍କର ମୃତ୍ୟୁର ଖବର ଶୁଣିଲେ ସୁଟିଙ୍ଗ ଛାଡି ମୁମ୍ବାଇ ଆସିଗଲେ । ଏତିକି ନୁହେଁ ଯେଉଁ ଭଉଣୀ ଜାହ୍ନବୀ ଓ ଖୁସିକୁ ନିଜ ଭଉଣୀ ମାନୁ ନଥିଲେ ତାଙ୍କୁ ଭାଇ ହିସାବରେ ପୁରା ସାଥ ଦେଇଛନ୍ତି । ଶ୍ରୀଦେବୀଙ୍କ ଶେଷ ଯାତ୍ରାରେ ସମୟରେ ପୁରା ସମୟ ମରାଶରୀର ପାଖରେ ଛିଡା ହୋଇକି ଥିଲେ । ଏମିତି କି ସେ କାନ୍ଧ ମଧ୍ୟ ଦେଇଥିଲେ।

ପଢନ୍ତୁ;

ଭାରତକୁ ଫେରିବାକୁ ଚାହୁଁଛନ୍ତି ମୁମ୍ବାଇ ସିରିଜ୍‌ ବିସ୍ଫୋରଣର ମାଷ୍ଟର ମାଇଣ୍ଡ୍‌ “ଦାଉଦ୍‌ ଇବ୍ରାହିମ୍‌”

Related posts

ନିର୍ମାଣ ହେବ ଦିଲ୍ଲୀପ ତିର୍କୀଙ୍କ ବାୟୋପିକ

ENO Beuro

ମାଗାଜିନରେ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କୁ କଭର୍ ଗର୍ଲ ଭାବେ ଦେଖିବାକୁ ପାଇବେ

ENO Beuro

ଗାୟକ ରାହତ ଫତେ ଅଲି ଖାଁଙ୍କୁ ଇଡ଼ି ନୋଟିସ୍‌

ENO Beuro

1 comment

Leave a Comment