News

ଦୁଇ ଦିନିଆ ଜାତୀୟ ଇ-ବିଧାନ ଆପ୍ଲିକେସନ କର୍ମଶାଳାକୁ ଉଦଘାଟନ କଲେ ଅର୍ଜୁନ ରାମ ମେଘୱାଲ

arjun

ଇ-ବିଧାନ ଦ୍ୱାରା ପ୍ରତ୍ୟେକ ବିଧାନସଭାରେ କାଗଜବିହୀନ କାର୍ଯ୍ୟ ହେବ

ଦେଶର 40ଟି ବିଧାନ ଗୃହ ‘ୱାନ ନେସନ ୱାନ ଆପ୍ଲିକେସନ’ରେ ଯୋଡ଼ି ହେବେ

ନୂଆଦିଲ୍ଲୀରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଛି ଦୁଇ ଦିନିଆ ଜାତୀୟ ଇ-ବିଧାନ ଆପ୍ଲିକେସନ (ନେଭା) କର୍ମଶାଳା । ଏହାର ଉଦଘାଟନୀ ଉତ୍ସବରେ ସଭାପତିତ୍ୱ କରିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର, ଜଳସମ୍ବଳ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ଏହି ଅବସରରେ ଶ୍ରୀ ମେଘୱାଲ ନେଭାର ନୂତନ ୱେବସାଇଟ ଉନ୍ମୋଚନ କରିବା ସହ ଉପସ୍ଥିତ 200 ପ୍ରତିନିଧିଙ୍କୁ ସ୍ୱଚ୍ଛତାର ଶପଥ ଦେଇଥିଲେ । ଉପସ୍ଥିତ ପ୍ରତିନିଧିମାନଙ୍କ ମଧ୍ୟରେ ଅଛନ୍ତି ଲୋକସଭା ଓ ରାଜ୍ୟସଭା ସଚିବାଳୟ, 31ଟି ବିଧାନସଭା ଏବଂ 7ଟି ବିଧାନ ପରିଷଦର ବରିଷ୍ଠ ଅଫିସରଗଣ ।

ଏହି ଦୁଇ ଦିନିଆ ସଚେତନତା କର୍ମଶାଳାରେ ଟେକ୍ନିକାଲ ପର୍ଯ୍ୟାୟ ସହ ଗ୍ରୁପ୍ ଆଲୋଚନା ମଧ୍ୟ ହେବ । ବିଭିନ୍ନ ବିଧାନସଭାରେ ଇ-ବିଧାନ କାର୍ଯ୍ୟକାରୀ ହେଉଥିବା ସମସ୍ୟାର ସମାଧାନ ଏବଂ ନେଭାର ସକରାତ୍ମକ ପ୍ରଭାବ ଉପରେ କର୍ମଶାଳାରେ ଆଲୋଚନା ହେବ । କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ରହିବ, ସମସ୍ତ ବିଧାନସଭାକୁ ଇ-ବିଧାନ ପ୍ଲାଟଫର୍ମରେ ଯୋଡ଼ି ହେବାକୁ ପ୍ରୋତ୍ସାହିତ କରିବା ଏବଂ ଏହି ଟେକ୍ନୋଲୋଜି ବ୍ୟବହାର କରି ଗୃହର କାର୍ଯ୍ୟଧାରାକୁ ସ୍ୱଚ୍ଛ ଏବଂ ଦାୟିତ୍ୱବଦ୍ଧ କରିବା ।

arjun

ଉଦଘାଟନୀ ପର୍ଯ୍ୟାୟରେ ଉଦବୋଧନ ଦେଇ ଶ୍ରୀ ମେଘୱାଲ କହିଲେ ଯେ, ଗୃହକାର୍ଯ୍ୟ ସମ୍ପର୍କରେ ସୂଚନା ଠିକ୍ ସମୟରେ ମିଳିବା ଉଚିତ ଏବଂ ଏଭଳି ଏକ ଫର୍ମାଟରେ ହେବା ଦରକାର ଯାହାକି ସମସ୍ତ ସଦସ୍ୟମାନଙ୍କ ବ୍ୟବହାର ଅନୁକୂଳ ହୋଇଥିବ । ସେ ତାଙ୍କ ସଂସଦୀୟ ଅଭିଜ୍ଞତାରୁ ଉଲ୍ଲେଖ କରିଥିଲେ ଯେ, କିପରି ଡିଜିଟାଲକରଣ ଏବଂ ସୂଚନାର ଉପଲବ୍ଧତା ଯୋଗୁ ଗୃହର ସମୟ, କ୍ଷମତା ଓ ସମ୍ବଳ ସଞ୍ଚୟ ହେବା ସହ ସଦସ୍ୟମାନଙ୍କ ଦକ୍ଷତା ବୃଦ୍ଧି ଘଟିଥାଏ । ମନ୍ତ୍ରୀ କହିଥିଲେ ଯେ, ଏହି ଡିଜିଟାଲକରଣ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ସହ ଗୃହ କାର୍ଯ୍ୟରେ ଦୁର୍ନୀତିକୁ ସୁଯୋଗ ଦେଇ ନଥାଏ ।

ସଂସଦୀୟ ବ୍ୟାପାର ସଚିବ ଏସ.ଏନ. ତ୍ରିପାଠୀ କହିଥିଲେ ଯେ, ସଦସ୍ୟ କୈନ୍ଦ୍ରିକ ଏବଂ ଡିଜିଟାଲକରଣର ବିକେନ୍ଦ୍ରୀକରଣ ଗୃହକାର୍ଯ୍ୟର ସମସ୍ତ ତଥ୍ୟ ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ କରାଇଥାଏ ।

ସେହିପରି ଏମ୍ନେଭା (ନେଭା-ମୋବାଇଲ ଆପ୍) ଏକ ବ୍ୟବହାର ଅନୁକୂଳ ଆପ୍, ଯାହାଦ୍ୱାରା ସଦସ୍ୟମାନେ ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଗୃହ କାର୍ଯ୍ୟର ସୂଚନା ପାଇପାରିବେ । ନେଭା-ମୋବାଇଲ ଆପ୍ ଆଣ୍ଡ୍ରଏଡ ଓ ଆଇଓଏସ୍ ମୋବାଇଲର ପ୍ଲେ ଷ୍ଟୋର ଓ ଆପ୍ ଷ୍ଟୋରରୁ ଡାଉନଲୋଡ କରାଯାଇପାରିବ ।

2018 ମୌସୁମୀ ଅଧିବେଶନରେ ରାଜ୍ୟସଭାର କାର୍ଯ୍ୟ ନେଭାରେ ଲାଇଭ୍ ହୋଇଥିଲା । ଲୋକସଭାର ସୂଚନା କେବଳ ଅପଡେଟ୍ କରାଯାଇଥିଲା । ପଞ୍ଜାବ, ଉତ୍ତର ପ୍ରଦେଶ, ବିହାର, ତାମିଲନାଡ଼ୁ, ସିକିମ୍, ମଧ୍ୟପ୍ରଦେଶ, କର୍ଣ୍ଣାଟକ, କେରଳ, ପୁଡୁଚେରୀ ଏବଂ ମଣିପୁର ବିଧାନସଭା ଏହି ଆପ ବ୍ୟବହାର ଆରମ୍ଭ କରି ସାରିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ନିୟମିତ ସମସ୍ତ ବିଧାନସଭାକୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଶିକ୍ଷଣ ଜାରି ରହିଛି ।

କର୍ମଶାଳାର ଉଦଘାଟନୀ ପର୍ଯ୍ୟାୟରେ ଏନଆଇସିର ଡିଜି ଶ୍ରୀମତୀ ନୀତା ବର୍ମା ଏବଂ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଫିସରମାନେ ଉପସ୍ଥିତ ଥିଲେ ।

ପଢନ୍ତୁ; ପାକୟୋଙ୍ଗ ବିମାନବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Related posts

ଟିମ ଇଣ୍ଡିଆର ମୁଖ୍ୟ କୋଚ ଓ ଅନ୍ୟ କୋଚ ପଦବୀ ପାଇଁ ଦରଖାସ୍ତ ଆହ୍ଵାନ କଲା ବିସିସିଆଇ

Ratnamani Moharana

କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ: ଚଣ୍ଡିଖୋଲରେ ହେବ ଭୂତଳ ତୈଳ ଭଣ୍ଡାର

ENO Beuro

ପ୍ରଫେସର ଗଣେଶୀ ଲାଲ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ

ENO Beuro

Leave a Comment