News

ଜମ୍ମୁ-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍‌ରେ ଯାତ୍ରୀମାନଙ୍କ ଠାରୁ ଲୁଟ୍‌ପାଟ୍‌

duranto-express

ଜମ୍ମୁ-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍‌ରେ ଗୁରୁବାର ଭୋର୍‌ ୪ଟା ୨୦ରେ ଡକାୟତି ହୋଇଛି। ଟ୍ରେନ୍‌ର ବି-୩ ଏବଂ ବି-୭ ବଗିରେ ଦିଲ୍ଲୀ ସରାଇ ରୋହିଲା ଷ୍ଟେଶନ୍‌ଠାରେ ଏଭଳି କାଣ୍ଡ ଭିଆଇଛନ୍ତି ୧୦ରୁ୧୨ ଅଜଣା ବ୍ୟକ୍ତି। ସେମାନେ ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ଯାତ୍ରୀମାନଙ୍କୁ ଭୟଭୀତ କରି ପର୍ସ, ମୋବାଇଲ୍‌, ଅଳଙ୍କାର , ଟଙ୍କା ଆଦି ଲୁଟ୍‌ କରିଥିବା ଅଭିଯୋଗ ହୋଇଛି।

duranto-express

ଅଜଣା ବ୍ୟକ୍ତିମାନେ ପ୍ରାୟ ଭୋର୍‌ ୩ଟା ୩୦ରେ ଚେନ୍‌ ଟାଣି ଟ୍ରେନ୍‌କୁ ଅଟକାଇଥିଲେ। ଏହାପରେ ଟ୍ରେନ୍‌ରେ ପଶି ଆରମ୍ଭ କରିଥିଲେ ଲୁଟ୍‌ପାଟ୍‌। ୨୦ ମିନିଟ୍‌ ପରେ ଏହି ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ୧୨୨୬୬ ଜମ୍ମୁ-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍‌ ଜମ୍ମୁ ତାଇରୁ ବୁଧବାର ସନ୍ଧ୍ୟା ୭ଟା ୨୦ରେ ବାହାରିଥିଲା। ଏନେଇ ତଦନ୍ତ ଜାରି ରହିଛି।

ରେଲୱେ ପ୍ରୋଟେକ୍‌ସନ୍‌ ଫୋର୍ସ ଏହି ମାମଲାର ପ୍ରାଥମିକ ତଦନ୍ତରୁ କିଛି ସୂଚନା ପାଇଛି ଏବଂ ଅପରାଧୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନା ଗ୍ରହଣ କରାଯିବ ବୋଲି ନଦର୍ଣ୍ଣ ରେଲ୍‌େଓ୍ଵଜ୍‌ର ମୁଖ୍ୟ ଜନ ସମ୍ପର୍କ ଅଧିକାରୀ କହିଛନ୍ତି।

ପଢନ୍ତୁ; ଉଚ୍ଚ ରକ୍ତଚାପରୁ ମୁକ୍ତି ଚାହୁଁଛନ୍ତି କି? ତେବେ ନିୟମିତ ଖାଆନ୍ତୁ ଗାଜର

Related posts

ବିଚାରପତିମାନଙ୍କର ବେତନ ବଢାଇବା ପାଇଁ ଭୁଲିଯାଇଛନ୍ତି କି ?- ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ

ENO Beuro

ତାଳଚେରରେ ସାରକାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ENO Beuro

ନୋଏଡା ମେଟ୍ରୋ ହସ୍‌ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ

ENO Beuro

Leave a Comment