News

ୟୁନିଫର୍ମରେ ଲେଫ୍‌ଟିନାଣ୍ଟ୍‌ କର୍ଣ୍ଣଲ ଏମ୍‌ଏସ୍‌ ଧୋନି

333

ବିଶ୍ୱକପ୍ ରେ ଭାରତର ପରାଜୟ ପରଠାରୁ କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନିଙ୍କ ସନ୍ନ୍ୟାସ ନେବା ଉପରେ କିଛି ଦିନ ଧରି ଖୁବ୍ ଚର୍ଚ୍ଚା ଚାଲିଥିଲା । କିନ୍ତୁ ଧୋନି ନିଜର ଚୁପ୍ ଭାଙ୍ଗି କହିଥିଲେ ଯେ ସେ ଏବେ କ୍ରିକେଟରୁ ସନ୍ନ୍ୟାସ ନେଉନାହାନ୍ତି ଏବଂ ଟିମ୍ ସହ ୱେଷ୍ଟଇଣ୍ଡିଜ୍ ଗସ୍ତରେ ନ ଯାଇ ସେ ସେନାରେ ୨ ମାସ ଟ୍ରେନିଙ୍ଗ୍ ନେବେ । ଆର୍ମି ଚିଫ ବିପିନ ରାୱତ  ନିଜେ ଧୋନୀଙ୍କୁ ପ୍ରଶିକ୍ଷଣ ପାଇଁ ଅନୁମତି ଦେଇଛନ୍ତି। ଆଗାମୀ କିଛି ଦିନ ପାଇଁ ଧୋନୀ ଭାରତୀୟ ସେନାର ପାରାସୁଟ୍‌ ରେଜିମେଣ୍ଟ ସହ ପ୍ରଶିକ୍ଷଣ ନେବେ। ସୂଚନାଯୋଗ୍ୟ ଯେ, ଧୋନୀଙ୍କ ଟ୍ରେନିଂ ଜମ୍ମୁ କଶ୍ମୀରରେ ହେବ। ତେବେ ଆକ୍ଟିଭ ଅପରେଶନରେ ଭାଗ ନେବା ଲାଗି ଧୋନୀଙ୍କୁ ସେନାବାହିନୀ ଅନୁମତି ଦେଇନାହିଁ।

ରିପୋର୍ଟ ଅନୁସାରେ ଧୋନୀ ସିୟାଚୀନ ବର୍ଡର ଯିବାକୁ ଚାହାନ୍ତି। ଏବେ ସେନାବାହିନୀରୁ ଖବର ଆସିଛି ଯେ, ଧୋନୀ ଜମ୍ମୁ କଶ୍ମୀରରେ ରହିବେ ଓ ତାଙ୍କ ଟ୍ରେନିଂ ସେଠାରେ ହେବ। କିନ୍ତୁ ଧୋନୀଙ୍କ ସିୟାଚୀନ ଯିବାର ସ୍ବପ୍ନ ମଧ୍ୟ ପୂରା ହେବ ବୋଲି କୁହାଯାଇଛି।  ଏହା ପୂର୍ବରୁ ମଧ୍ୟ ଧୋନୀ ଜମ୍ମୁ କଶ୍ମୀର ଯାଇସାରିଛନ୍ତି। ୨୦୧୭ ମସିହାରେ ଧୋନୀ କଶ୍ମୀରର ବାରାମୁଲା ଯାଇଥିଲେ। ସେଠାରେ ଆର୍ମି ଦ୍ବାରା ଆୟୋଜିତ ହୋଇଥିବା କ୍ରିକେଟ ମ୍ୟାଚ୍‌ରେ ଅତିଥି ଭାବେ ଭାଗ ନେଇଥିଲେ। ଆର୍ମି ୟୁନିଫର୍ମ  ପିନ୍ଧି  ଧୋନୀ ଏହି ମ୍ୟାଚ୍‌ ଦେଖିବାକୁ ଯାଇଥିଲେ।

Ms Dhoni 8

୨୦୧୧ ମସିହାରେ ଧୋନୀଙ୍କୁ ଇଣ୍ଡିୟାନ ଟେରିଟୋରିଆଲ ଆର୍ମିରେ ଲେଫ୍ଟିନେଣ୍ଟ କର୍ଣ୍ଣଲର ର୍ୟାଙ୍କ ଦିଆଯାଇଥିଲା। ଧୋନୀଙ୍କର ଆର୍ମି ପ୍ରତି ଥିବା ପ୍ରେମ ସମସ୍ତେ ଜାଣନ୍ତି। ରାଂଚିର ଏହି ଯୁବକ କ୍ରିକେଟ୍‌ରେ ଅନେକ ପ୍ରତିଷ୍ଠା ଲାଭ କରିଛନ୍ତି ସତ କିନ୍ତୁ ସେ କ୍ରିକେଟର ବଦଳରେ ଆଉ କିଛି ହେବାର ଆଶା ରଖିଥିଲେ। ଏକ ସାକ୍ଷାତକାରରେ ଧୋନୀ କହିଥିଲେ ଯେ, ପିଲାବେଳୁ ସେନା ବାହିନୀରେ ଯୋଗ ଦେବାକୁ ସ୍ବପ୍ନ ଦେଖି ଥିଲେ। ରାଂଚିର କେଣ୍ଟ ଏରିଆରେ ସେ ଅଧିକାଂଶ ସମୟ ବୁଲାବୁଲି କରୁଥିଲେ। କିନ୍ତୁ ତାଙ୍କ ଭାଗ୍ୟରେ ଆଉ କିଛି ଲେଖା ଥିଲା। ଫଳରେ ସେ ଆର୍ମି ଅଫିସର ହୋଇପାରିନଥିଲେ।

ପଢନ୍ତୁ: ସୁରକ୍ଷାକର୍ମୀଙ୍କୁ ସୁରକ୍ଷା ଯୋଗାଇବ ଭାଭା କବଚ, ଭାଭା ଆଗରେ ହାର୍ ମାନିବ ଏକେ-୪୭

Related posts

ମାଲକାନଗିରି : ବାପାଙ୍କ ଦ୍ଵାଦଶ କ୍ରିୟାରେ ଘରେ ନିଆଁ ଲାଗି ୩ ଝିଅଙ୍କ ମୃତ୍ୟୁ

ENO Beuro

ହିମାଚଳ ପ୍ରଦେଶରେ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ,ପାଇଲଟ ମୃତ

ENO Beuro

ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ! ଆସନ୍ତୁ ଜାଣିବା କଣ ଏହି ନାମର ଅର୍ଥ

Ratnamani Moharana

Leave a Comment