EnewsOdia.Com

ପାକ୍‌ ଅଧିକୃତ କାଶ୍ମୀର ଆମର ବୋଲି କହିଲେ ସେନାମୁଖ୍ୟ

ପାକିସ୍ତାନ ଅଧିନରେ ଥିବା ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଭାରତର ଏକ ଅଂଶ ହୋଇପାରିବ । ହେଲେ ଏଥିପାଇଁ କେନ୍ଦ୍ରକୁ ନିଷ୍ପତ୍ତି ନେବାକୁ ହେବ। ଡିସେମ୍ୱର ୩୧ରେ ଆର୍ମିର ମୁଖ୍ୟ ଭାବରେ ଦାୟିତ୍ୱ ନେଇଥିବା ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ ଆଜି ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି । ତେବେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ କେବଳ ସଂସଦର ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି ବୋଲି ନରୱାଣେ ପ୍ରକାଶ କରିଛନ୍ତି ଚୀନ ଓ ପାକିସ୍ତାନ ପଟୁ ଆସୁଥିବା ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ଏବେ ଦେଶର ସେନା ପ୍ରସ୍ତୁତ ଅଛି । ଏବେ ସେନାକୁ ଆହୁରି ମଜଭୁତ କରିବା ପାଇଁ ଆମୁଳଚୁଳ ପରିବର୍ତ୍ତନ ହେଉଛି ବୋଲି ସେ କହିଛନ୍ତି ।

‘ଜମ୍ମୁ-କଶ୍ମୀର ସମେତ ଅନ୍ୟାନ୍ୟ ସୀମାନ୍ତରେ ଆମ ସୈନିକମାନେ ସବୁ ସମୟରେ ଜଗି ରହିଛନ୍ତି। ସୀମାକୁ ସୁରକ୍ଷିତ କରିବା ଲାଗି  ଆମ ନିକଟରେ ଅନେକ ଯୋଜନା ରହିଛି । ଆବଶ୍ୟକ ପଡ଼ିଲେ ସେ ଯୋଜନାକୁ ଆମେ କାର୍ଯ୍ୟକାରୀ କରିବୁ। ଆମେ ସଫଳତା ହାସଲ କରିବୁ ବୋଲି ବିଶ୍ବାସ ବି ରହିଛି।’ ଏଠାରେ ସୂଚନାଯୋଗ୍ୟ ପୂର୍ବରୁ ପିଓକେ ଭାରତର ଏକ ଅଂଶ ବୋଲି ସଂସଦରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିସାରିଛନ୍ତି ।

ପଢନ୍ତୁ: ୨ ଦିନିଆ କୋଲକାତା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ସମ୍ବନ୍ଧିତ ଖବର

ଶିବସେନାରେ ଯୋଗଦେଲେ ସଲ୍‌ମାନ୍‌ଙ୍କ ବଡିଗାର୍ଡ ଶେରା

Ratnamani Maharana

ଜମ୍ମୁ କଶ୍ମୀରରେ ଉଚ୍ଛେଦ ହେଲା ବିଧାନ ପରିଷଦ

Ratnamani Maharana

ହାତରେ ଦା’ ଧରି ଖେତରେ ଚାଷ କରୁଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ

Ratnamani Maharana

ଭାରତୀୟ ସୀମାରୁ ଉଦ୍ଧାର ହେଲା ଜିପିଏସ୍‌ ଲାଗିଥିବା ପାକିସ୍ତାନୀ ପକ୍ଷୀ

Ratnamani Maharana

କୃଷି ଓଡ଼ିଶା ନୀତି-୨୦୨୦କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Ratnamani Maharana

‘ନୱାଜ ସରିଫଙ୍କୁ ଖାଇବାରେ ବିଷ ଦିଆଯାଇଛି’ ବୋଲି ଅଭିଯୋଗ କରିଛନ୍ତି ସରିଫଙ୍କ ପୁଅ

Ratnamani Maharana